କହିବାକୁ ଗଲେ ‘ଦେବଦାସ’ ର ନାମ ଯେତେବେଳେ ସମସ୍ତଙ୍କ ସାମ୍ନାକୁ ଆସେ ତେବେ ସମସ୍ତଙ୍କୁ ଦିଲୀପ କୁମାର ଓ ଶାହରୁଖ ଖାନଙ୍କ ସେହି ଐତିହାସିକ ଅଭିନୟ କଥା ମନେ ପଡିଯାଏ । ଯାହାକି ସେହି ସମୟର ସବୁଠୁ ସୁପର ଡୁପର ହିଟ ଫିଲ୍ମ ଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ‘ଦେବଦାସ’ ସହ ଜଡିତ ଏକ ରୋଚକପୂର୍ଣ୍ଣ ବିଷୟ କହିବୁ । ଯାହାକି ଅମିତାଭ ବଚ୍ଚନଙ୍କ ସହ ଜଡିତ ଅଟେ ।
କହିବାକୁ ଗଲେ ‘ଦେବଦାସ’ ଫିଲ୍ମର ଏକ ଏମିତି ଚରିତ୍ର ଅଟେ ଯାହାକୁ ସବୁ ବଡ ବଡ ଅଭିନେତା କରିବାକୁ ଚାହାନ୍ତି । ଏମିତିରେ ଅମିତାଭ ବଚ୍ଚନ ୧୯୭୬ ମସିହାରେ ଯେତେବେଳେ ବଲୀଉଡର ଏକ ଷ୍ଟାର ହୋଇଯାଇଥିଲେ ସେହି ସମୟରେ ସେ ଦେବଦାସ ରୋଲକୁ କରିବା ପାଇଁ ତାଙ୍କ ମନରେ ଏକ ଇଚ୍ଛା ଜାଗ୍ରତ ହେଲା । ଏହା ପରେ ସେ ନିଜର ଏହି ଇଚ୍ଛାକୁ ନେଇ ନିଜର ପ୍ରିୟ ନିର୍ଦେଶକ ପ୍ରକାଶ ମେହରାଙ୍କ ପାଖକୁ ଗଲେ ।
ଏହା ପରେ ପ୍ରକାଶ ମେହରା ଏହି ଫିଲ୍ମ ପାଇଁ ରାଜି ହୋଇ ଗଲେ ଓ ସେ ଶର୍ମୀଲା ଟ୍ୟାଗୋରଙ୍କୁ ପାରୋ ଓ ହେମା ମାଳିନୀଙ୍କୁ ଚନ୍ଦ୍ରମୁଖୀ ରୋଲରେ ରଖି ଏହି ଫିଲ୍ମକୁ କରିବା ପାଇଁ ଘୋଷଣା କରି ଦେଲେ । କିନ୍ତୁ ଅମିତାଭ ବଚ୍ଚନଙ୍କ ଭାଗ୍ୟରେ ଦେବଦାସ ଚରିତ୍ର ନ ଥିଲା । କାରଣ ଯେତେବେଳେ ଫିଲ୍ମର ଶୁଟିଙ୍ଗ ଆରମ୍ଭ ହେଲା ତେବେ ଫିଲ୍ମର ନିର୍ମାତାଙ୍କୁ ଦେବଦାସ ରୂପରେ ଅମିତାଭ ବଚ୍ଚନଙ୍କ ଅଭିନୟ ପସନ୍ଦ ଆସିଲା ନାହିଁ ।
ସେଥିପାଇଁ ସେ ଫିଲ୍ମର ନିର୍ଦେଶକ ପ୍ରକାଶ ମେହରାଙ୍କୁ କହିଲେ କି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସ୍ଥାନରେ ଧର୍ମେନ୍ଦ୍ରଙ୍କୁ ଲିଡ ରୋଲରେ ସାଇନ କରାଯାଉ । ଏହା ଶୁଣି ପ୍ରକାଶ ମେହରା ଧର୍ମସଙ୍କଟରେ ପଡିଗଲେ । କାରଣ ଯଦି ସେ ନିର୍ମାତାଙ୍କ କଥାକୁ ଶୁଣିବେ ତେବେ ସେ ଅମିତାଭ ବଚ୍ଚନଙ୍କୁ କଣ ଜବାବ ଦେବେ ? ଅନ୍ୟ ପଟେ ନିର୍ମାତା ନିଜ କଥା ଉପରେ ଅଟଳ ରହିଲେ ।
ଶେଷରେ ପ୍ରକାଶ ମେହରା ଏହି ଫିଲ୍ମକୁ ପଛରେ ପକାଇ ଅମିତାଭ ବଚ୍ଚନ, ରାକ୍ଷୀ ଓ ରେଖାଙ୍କୁ ନେଇ ‘ମୁକଦ୍ଦର କା ସିକନ୍ଦର’ ଫିଲ୍ମ କରିବା ପାଇଁ ଘୋଷଣା କରି ଦେଲେ । ଏହା ପରେ ଅନ୍ୟ ପଟେ ପୁଣି ଥରେ ନିର୍ମାତା ପ୍ରକାଶ ମେହରା ଦେବଦାସ ପାଇଁ ଧର୍ମେନ୍ଦ୍ରଙ୍କୁ ସାଇନ କରିଲେ ଓ ଗୁଲଜାରଙ୍କୁ ଫିଲ୍ମର ନିର୍ଦେଶନା କରିବା ପାଇଁ କହିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ଭାଗ୍ୟ ବି ଖରାପ ଥିଲା ।
୬ ଟି ରିଲର ନିର୍ମାଣ ପରେ ଅଚାନକ ଫିଲ୍ମକୁ ବନ୍ଦ କରି ଦିଆଗଲା ଓ ଏହିଭଳି ଭାବରେ ଅନ୍ୟ ଏକ ଦେବଦାସ ଫିଲ୍ମ ତିଆରି ହେଉ ହେଉ ରହିଗଲା । କିନ୍ତୁ ଏହି ସମୟରେ ପ୍ରକାଶ ମେହରାଙ୍କ ଫିଲ୍ମ ’ମୁକଦ୍ଦର କା ସିକନ୍ଦର’ ବହୁତ ସଫଳ ରହିଲା । ଏହା ଦେବଦାସର ଏକ ନୂତନ ସଂସ୍କରଣ ଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।