ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଫେରୁଥିବା ପୁଣି ଏକ ବସ ଦୁର୍ଘଟଣା ଗସ୍ତ

ହାଇଦ୍ରାବାଦରୁ ଓଡିଶା ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପୁଣି ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖୋର୍ଧା ଜିଲ୍ଲାର କୁହୁଡ଼ି ନିକଟରେ ଏକ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଟ୍ରକ ସହିତ ମୁହାଁ ମୁହିଁ ହେଲା ଧକ୍କା । ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁଘଟିଥିବା ବେଳେ 10 ଜଣ ଆହତ ହେଇଛନ୍ତି । ମୃତବ୍ୟକ୍ତି ଜଣକ ବସର ଦ୍ୱିତୀୟ ଡ୍ରାଇଭର ବୋଲି ଜଣା ପଡିଛି । ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥ ୧୬ରେ କୁହୁଡି ନିକଟରେ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେଇଛି । ବସ ଏକ ଆମ୍ବ ଭର୍ତ୍ତି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁଘଟିଥିବା ବେଳେ 10 ଜଣ ଆହତ ହେଇଥିବାର ଖବର ସାମ୍ନାକୁ ଆସିଛି ।

ପ୍ରାୟ 40 ଜଣ ପ୍ରବାସୀ ଓଡିଆ ହାଇଦ୍ରାବାଦରୁ ବାଙ୍କି ଆସୁଥିଲେ । ବସ୍‌ର ଆଗ ଭାଗ ପୁରା ପୁରି ନଷ୍ଟ ହେଇଯାଇଛି । ହାଇଦ୍ରାବାଦରେ କାମ କରୁଥିବା ଚାଳିଶ ଜଣ ପ୍ରବାସୀ ଓଡିଆ ଲକଡାଉନ ଭିତରେ ଏକ ବସ୍ ଭଡା କରି ଓଡିଶାକୁ ଫେରୁଥିଲେ ।

ଟାଙ୍ଗୀ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଟାଙ୍ଗି ମେଡିକାଲକୁ ପଠାଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଅନ୍ୟ ଏକ ବସ୍‌ରେ ଯାତ୍ରୀ ମାନଙ୍କୁ ପଠାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛି । ଏହା ପୂର୍ବରୁ ଗତ ଦୁଇ ଦିନରେ ସୁରାଟ ରୁ ଫେରୁଥିବା ତିନୋଟି ବସ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହେଇ ସାରିଛି । ଏଭଳି ପରିସ୍ଥିତି କୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।