ଓଡ଼ିଶାକୁ ପୁଣି ବାତ୍ୟା ଭୟ, ଆସୁଛି ବାତ୍ୟା “ଅମ୍ପାନ”

ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୧ ତାରିଖରେ ଯେଉଁ ଲଘୁଚାପ ସୃଷ୍ଟି ହେଇଛି ତାହା ସେହିଠାରେ ସ୍ଥିର ରହିଛି , ଏହା ୭ ତାରିଖ ବେଳକୁ ବଙ୍ଗୋପସାଗରରେ ହିଁ ବିଲୀନ ହେଇପାରେ । କିନ୍ତୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି କି ଏହି ଲଘୁଚାପ ବର୍ତ୍ତମାନ ର ଲଘୁଚାପ ସହ ମିଶି ବାତ୍ୟାର ରୂପ ନେଇପାରେ ।

ଏହା ଘନୀଭୂତ ହେବା ପାଇଁ ଆଉ କିଛି ଦିନ ଲାଗିବ ବୋଲି କୁହାଯାଇଛି । ଏହି ବାତ୍ୟା ‘ଅମ୍ପାନ” ଆନ୍ଧ୍ରପ୍ରଦେଶ ଆଡକୁ ଗତି କରିବ ନା ବାଂଲା ଦେଶକୁ ଠିକ କରି ଆକଳନ କରିହେବ ନାହିଁ । ଏହା କେଉଁଠାରେ ସ୍ଥଳଭାଗକୁ ଛୁଇଁବ ତାହା ଆସନ୍ତା ୯ ରୁ ୧୧ ତାରିଖ ମଧ୍ୟରେ ଜଣା ପଡିବ ବୋଲି କହିଛି ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗ ୱେବ୍ସାଇଟ ଅନୁସାରେ ଆସନ୍ତା ୭ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ୧୧ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ସମ୍ଭାବ୍ୟ ବାତ୍ୟା “ଅମ୍ଫାନ” ସୃଷ୍ଟି ହେବ ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏହା ଆସନ୍ତା ୧୩ ତାରିଖ ବେଳକୁ ଆନ୍ଧ୍ର ଉପକୂଳ ଓ ୧୪ ରେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରିପାରେ । ଏହାର ପ୍ରଭାବରେ ଓଡିଶା ଉପକୂଳରେ ବର୍ଷା ଓ ପବନର ସମ୍ଭାବନା ରହିଛି । କିନ୍ତୁ ଏ ବିଷୟରେ ୯ ତାରିଖ ବେଳକୁ ସ୍ପଷ୍ଟ କରିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।