ଦେଶର ସବୁ ବଡ ବଡ ଧନୀ ଲୋକଙ୍କ ଘରକୁ ଯାଇଥାଏ ଏହି ଡାଇରୀ ର ଦୁଧ, ଗୋଟେ ଲିଟର ଦୁଧର ମୂଲ୍ୟ ହେଉଛି…

କ୍ଷୀର କୌଣସି ବ୍ୟକ୍ତିର ଶାରୀରିକ ବିକାଶ ପାଇଁ କେତେ ଜରୁରୀ ହୋଇଥାଏ, ଏହା କାହାକୁ କହିବାକୁ ଦରକାର ନାହିଁ । ଗୋଟିଏ ଗରିବ ବ୍ୟକ୍ତି ହେଉ କିମ୍ବା ଧନୀ ବ୍ୟକ୍ତି ସମସ୍ତଙ୍କୁ କ୍ଷୀର ଦରକାର ପଡି ଥାଏ । କିନ୍ତୁ ଧନୀ ଲୋକମାନ ସାଧାରଣ କ୍ଷୀର ପିଅନ୍ତି ନାହିଁ । ମହାରାଷ୍ଟ୍ର ର ପୁନେରେ ଭାଗ୍ୟଲକ୍ଷ୍ମୀ ନାମକ ଏକ ଡାଇରୀ ଚାଲୁଅଛି । ଏହି ଡାଇରୀର ଗ୍ରାହକଙ୍କ ଲିଷ୍ଟ ବହୁତ ଲମ୍ବା ଅଟେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଲୀଉଡ ର ଶହଂଶାହ ଅମିତାଭ ବଚ୍ଚନ ଠୁ ନେଇ ବିଜନେସମାନ ଅଂବାନୀଙ୍କ ପରିବାରଙ୍କ ପାଇଁ ଏଠୁ କ୍ଷୀର ଯାଇ ଥାଏ ।


ଗୋଟିଏ ଲିଟର କ୍ଷୀର ର ଦାମ ୯୦ ଟଙ୍କା :

କେବଳ ସେମାନେ ନୁହନ୍ତି ବଲୀଉଡ ର ଅଭିନେତା ଅକ୍ଷୟ କୁମାର, ହ୍ରୀତିକ ରୋଷନଙ୍କ ସହିତ ସଚିନ ତେନ୍ଦୁଲକର ଙ୍କ ଘରେ ଏହି ଡାଇରୀରୁ କ୍ଷୀର ଯାଇ ଥାଏ । ଏହି ଡାଇରୀର ଗୋଟିଏ ଲିଟର କ୍ଷୀରର ଦାମ ୯୦ ଟଙ୍କା ଅଟେ । ଆପଣଙ୍କୁ କହି ଦେଉଛୁ ଯେ ଏହି ଡାଇରୀର ମାଲିକଙ୍କର ନାମ ଦେବେନ୍ଦ୍ର ସାହ ଅଟେ ଏବଂ ସେ ନିଜେ କୁହନ୍ତି କି ସେ ଦେଶର ସବୁଠୁ ବଡ ଗଉଡ ଅଟନ୍ତି ।

ଗୋଟିଏ ଗାଈର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ଅଟେ :

ସାହ ନିଜ ବିଷୟରେ କହିଲେ କି ସେ କପଡାର ବିଜନେସରେ ଥିଲେ, କିନ୍ତୁ ପରେ ସେ ଡାଇରୀର ବ୍ୟବସାୟ ଆରମ୍ଭ କରିଦେଲେ । ସାହ ୧୭୫ ଗ୍ରାହକଙ୍କ ସହିତ ପ୍ରାଇଡ ଅଫ କାଓ ନାମକ ପ୍ରୋଡକ୍ଟ ର ଆରମ୍ଭ କରି ଥିଲେ । ବର୍ତ୍ତମାନ ମୁମ୍ବାଇ ଏବଂ ପୁନେ ରେ ଭାଗ୍ୟଲକ୍ଷ୍ମୀଙ୍କର ୨୫ ହଜାର ରୁ ବେଶି ଗ୍ରାହକ ଅଛନ୍ତି । ସାହଙ୍କ ଫାର୍ମରେ ପାଖା ପାଖି ୪୦୦୦ ଡଚ ହୋଲଷ୍ଟିନ ଗାଈ ଅଛି । ଗୋଟିଏ ଗାଈର ମୂଲ୍ୟ ପାଖାପାଖି ୧.୭୫ ଲକ୍ଷ ରୁ ୨ ଲକ୍ଷ ମଧ୍ୟରେ ଅଟେ ।

ଗାଈଙ୍କୁ ପିଇବାକୁ ଦିଆଯାଏ RO କମ୍ପାନୀ ର ପାଣି :

ସାହଙ୍କ ର ଡାଇରୀଫାର୍ମ ୨୬ ଏକରରେ ତିଆରି ହୋଇଛି ଏବଂ ତାହା ଉପରେ ପାଖାପାଖି ୧୫୦ କୋଟି ଟଙ୍କା ଖର୍ଚ ହୋଇଛି । ଏହି ଫାର୍ମ ରୁ ସବୁଦିନ ପାଖାପାଖି ୨୫ ହଜାର ଲିଟର କ୍ଷୀରର ପ୍ରୋଡକ୍ଶନ ହୋଇ ଥାଏ । ଏଠାରେ ଗାଇଙ୍କୁ ସବୁଠୁ ଭଲ ସୁବିଧାରେ ରଖା ଯାଇଥାଏ । ଏଠି ଗାଈଙ୍କୁ RO କମ୍ପାନୀ ର ପାଣି ପିଇବାକୁ ଦିଆ ଯାଏ ।

ଗାଈଙ୍କୁ ଖାଇବାରେ ସୋୟାବିନ, ଆଲ୍ଫା ଘାସ, ମୌସମ ହିସାବରେ ପନିପରିବା ଏବଂ ମକାର ଚାରା ଦିଆ ଯାଇଥାଏ । ଗାଈଙ୍କର ପେଟ ସଫା ରଖିବା ପାଇଁ ହିମାଳୟର ଔଷଧ ଦିଆ ଯାଇ ଥାଏ ।