“ଓଡିଶା ଜଗନ୍ନାଥଙ୍କ ଦେଶ, ଏଠି ବମ୍ବେ ଷ୍ଟାଇଲ ଚଳିବନି..ଆମ ଭଳି ପୁଅ Prakrutiକୁ ଛେପ ପକାଇବ”: ଦେଖନ୍ତୁ କାହିଁକି ଏମିତି କହିଲେ Rajbir

ଓଲିଉଡ ହିରୋ ରାଜବିର ଆକ୍ସନ ହିରୋ ରାଜବିର କହିଛନ୍ତି ଯେ ଓଡିଆ ଇଣ୍ଡଷ୍ଟ୍ରିରେ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କ ବିବାଦକୁ ନେଇ ନିଶ୍ଚିନ୍ତ ଭାବେ ପ୍ରଭାବ ପଡିବ । ସେ ବିଶେଷ କିଛି କହିବାକୁ ଚାହୁଁ ନାହାନ୍ତି କାରଣ ଏ ଏବେ ଏବେ ଇଣ୍ଡଷ୍ଟ୍ରି କୁ ଆସିଛନ୍ତି । ଆଉ ବାବୁସାନ ହେଉଛନ୍ତି ଜଣେ ଡାଇମଣ୍ଡ ହିରୋ ଆଉ ତାଙ୍କ ସହ ପ୍ରତିଯୋଗୀତା କରିବା ପାଇଁ କେହି ହିରୋ ନାହାନ୍ତି । ସେ ଆଗକୁ କହିଛନ୍ତି ଜୀବନରେ ସମସ୍ତେ କିଛି ନ କିଛି ଭୁଲ କରିଥାନ୍ତି । ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯାହା ବି ହୋଇଛି ବାବୁସାନ ଙ୍କ ତରଫରୁ ଭୁଲ ସମସ୍ତେ ତାଙ୍କୁ ଗୋଟେ ଥରକ ପାଇଁ କ୍ଷମା କରି ଦିଅନ୍ତୁ ।

କାରଣ ରାଜବିର ଙ୍କ ଘର ହେଉଛି ସମ ହସପିଟାଲ ପାଖରେ ଆଉ ବାବୁସାନ ରହୁଛନ୍ତି ଜଗନ୍ନାଥ ବିହାର ରେ । ମାତ୍ର ୪ କିମି ଦୂରରେ ରହୁଛନ୍ତି ବାବୁସାନ ଓ ରାଜବିର । ରାଜବିର ବାବୁସାନ ଙ୍କୁ ପିଲାବେଳୁ ଜାଣିଛନ୍ତି ସେ ବହୁତ ଭଲ କିନ୍ତୁ ରିୟଲ ଲାଇଫ ରେ କେମିତି ଏମିତି ଗୋଟେ ଭୁଲ କରି ଦେଇଛି କାରଣ ଭଗବାନ ମାତ୍ରେ ବି ଭୁଲ କରିଥାନ୍ତି ତେଣୁ ତାଙ୍କୁ କ୍ଷମା କରି ଦିଅନ୍ତୁ ବୋଲି ରାଜବିର କହିଛନ୍ତି ।

ମୋର ଉତ୍ତମ ମହାନ୍ତି ଙ୍କ ସହ ବହୁତ ଭଲ ସମ୍ପର୍କ ଆଉ ବାବୁସାନ ସହ ସେତେ କଥାବାର୍ତ୍ତ ନାହି କାରଣ ସେ ଜୁନିୟର ହେବ ବୋଲି ରାଜବିର ମତ ଦେଇଛନ୍ତି । କିନ୍ତୁ ଆକଟିଂ ଦୁନିଆରେ ସେ ତାଙ୍କ ଠାରୁ ବହୁତ ଉପରେ ଅଛନ୍ତି ବୋଲି ରାଜବିର ମତ ଦେଇଛନ୍ତି । ଏହି କେସ ଯେତେ ଜଲ୍ଦି ସମାଧାନ ହେବା ଦରକାର କାରଣ ଏହା ଯଦି ଅଧିକା ବଢେ ତେବେ ବାବୁସାନ ଅପମାନର ଶିକାର ହୋଇ କିଛି ବି କରିପାରନ୍ତି ।

ତୃପ୍ତି ଯାହା କରିଛନ୍ତି ଠିକ କରିଛନ୍ତି କାରଣ ତାଙ୍କ ଜାଗାରେ ଆଉ କେହି ଥିଲେ ଠିକ ସେୟା କରିଥାନ୍ତା ବୋଲି ରାଜବିର କହିଛନ୍ତି । ଆହୁରି ମଧ୍ୟ ରାଜବିର କହିଛନ୍ତି ଯଦି ବାବୁସାନ ପ୍ରକୃତିଙ୍କୁ ବନ୍ଧୁ ବୋଲି ଭାବୁଥିଲା ବା ପ୍ରେମିକା ଭାବୁଥିଲା ତେବେ ଯେଉଁ ସମୟରେ ତୃପ୍ତି ପ୍ରକୃତିଙ୍କୁ ମାଡ ମାରିଲା ସେଠାରୁ ବାବୁସାନ ପଳାଇ ଯିବାର ନ ଥିଲା ସେଠାରେ ରହି କିଛି ସମାଧାନ କରିବାର ଥିଲା ।

ହୁଏ ତ ସେହି ଜାଗାରେ ହିଁ ସମାଧାନ ହୋଇ ପାରିଥାନ୍ତା । ଯେବେ ପ୍ରକୃତି ବଞ୍ଚାଅ କହୁଥିଲା ସେହି ସମୟରେ ବାବୁସାନ ସେଠାରେ ରହି କେସକୁ ସମାଧାନ କରିଥିଲେ ଏତେ ବଡ ଇସୁ ହୋଇ ନ ଥାନ୍ତା । ଆଉ ବଡ ଭାଇ ହିସାବରେ ପ୍ରକୃତିଙ୍କୁ ରାଜବିର ଉପଦେଶ ଦେଇଛନ୍ତି ଏଟା ହେଉଛି ଓଡିଶା ଏଠିକାର ଲୋକଙ୍କର ସେଣ୍ଟିମେଣ୍ଟ ଅଲଗା ଏଠି କେହି ଛୋଟ ଡ୍ରେସ ପିନ୍ଧିଲେ ବଡ ହେବେ ନାହି ।

ପାରିବାରିକ ଦେଶ ହେଉଛି ଓଡିଶା ଯେଉଁଠି ସଂସ୍କାର ରହିଛି ଏଠି ବମ୍ବେ ଷ୍ଟାଇଲ ଦେଖାଇଲେ କିଛି ଫରକ ପଡିବ ନାହି ଆମ ଭଳି ପୁଅ ପ୍ରକୃତିକୁ ଛେପ ପକାଇବେ ବୋଲି କହିଛନ୍ତି । ଜଗନ୍ନାଥଙ୍କ ଦେଶରେ ଏଭଳି ହରକତ ଠିକ ନୁହେଁ ଆଉ ଯାହା ଠିକ ଲାଗିଲା ସେୟା କହିଛନ୍ତି ବୋଲି ରାଜବିର କହିଛନ୍ତି । ବନ୍ଧୁଗଣ ଆପଣଙ୍କର ରାଜବିରଙ୍କ ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।