ଅଳିଆ ଗଦାରେ ୬ ମାସ ପର୍ଯ୍ୟନ୍ତ ପଡି ରହିଥିଲା ଏହି ବ୍ୟକ୍ତି, ଲୋକମାନେ ଭାବୁଥିଲେ ପାଗଳ କିନ୍ତୁ ଯେତେବେଳେ ସତ ସାମ୍ନାକୁ ଆସିଲା ତ…

ଗ୍ରେଟର ନୋଏଡାର ଅଳିଆ ଗଦାରେ ଗୋଟିଏ ବ୍ୟକ୍ତି ଗତ ୬ ମାସ ହେବ ପଡି ରହିଥିଲା । ଆଖପାଖରେ ଯାଉଥିବା ଲୋକମାନେ ତାକୁ ପାଗଳ ବୋଲି ଭାବୁଥିଲେ । କିନ୍ତୁ ଦିନେ ଜଣେ ବ୍ୟକ୍ତି ସେହି ପାଗଳ ବ୍ୟକ୍ତି ପାଖକୁ ଯାଇ ତାହା ସହିତ କଥାବାର୍ତ୍ତା କରି ତାହା ବିଷୟରେ ଜାଣିବାକୁ ଚେଷ୍ଟା କଲେ ଓ କିଛି ଘଣ୍ଟା ମଧ୍ୟରେ ହିଁ ତାକୁ ତାହାର ପରିଜନଙ୍କ ପାଖରେ ପହଞ୍ଚାଇ ଦେଲେ ।

ଅଳିଆ ଗଦାରେ ପଡିଥିଲା ଭୋକିଲା – ଶୋଷିଲା

Image courtesy: Google

କହିଦେଉଛୁ କି ଗ୍ରେଟର ନୋଏଡାର ସାଇଟ – ୪ରେ ସ୍ଥିତ ବେନିସ ମଲ ସାମ୍ନାରେ ଇଣ୍ଡଷ୍ଟ୍ରିଆଲ ଏରିଆ ଅଛି । ଏଠାରେ ସେକ୍ଟର ଓ କମ୍ପାନୀମାନଙ୍କର ଅଳିଆ ଗଦା ହୁଏ । ଏଠାରେ ଡେଲ୍ଟା – ୧ ନିବାସୀ ସୁନୀଲ ନାଗରଙ୍କୁ ବିକାଶ ଓରଫ ପପୁ ୟାଦବ ମିଳିଥିଲା । ବିକାଶ ଉର୍ଫ ପପୁ ୟାଦବ ବିହାରର ପାଟନା ର ନିବାସୀ ଥିଲା । ତାହା ବିଷୟରେ ସୁନୀଲ ଯେତେବେଳେ ଜାଣିବାକୁ ଚେଷ୍ଟା କଲେ ସେତେବେଳେ ବିକାଶ ଇଂରାଜୀରେ କିଛି କିଛି କହିଲା ।

ବହୁତ ସମୟ ପର୍ଯ୍ୟନ୍ତ ପପୁ ସହିତ କଥାବାର୍ତ୍ତା କରିବା ପରେ ସେ ଏକ ଫୋନ ନମ୍ବର କହିଲା । ଏହା ପରେ ସୁନୀଲ ଯେତେବେଳେ ଫୋନ କରିଲେ ସେତେବେଳେ ତାର ଜଣେ ସମ୍ପର୍କୀୟ ଫୋନ ଉଠାଇଲେ । ଯାହା ପରେ ପୁରା ମାମଲା ସାମ୍ନାକୁ ଆସିଲା ଓ ରାତିରେ ଭିଡିଓ କଲରେ ପପୁ ନିଜର ସମ୍ପର୍କୀୟକୁ ଦେଖି କାନ୍ଦି ପକାଇଲା ।

ମାତା – ପିତାଙ୍କର ମୃତ୍ୟୁ ପରେ ଖରାପ ହୋଇଯାଇଥିଲା ମାନସିକ ସନ୍ତୁଳନ

Image courtesy: Google

ପପୁର ସମ୍ପର୍କୀୟ ସୁନୀଲକୁ କହିଲେ କି ତାର ମାତା ପିତା ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାଁନ୍ତି । ତାଙ୍କର ମୁର୍ତ୍ୟୁ ଖବରକୁ ସେ ସହି ପାରିଲା ନାହିଁ ଓ ନିଜର ମାନସିକ ସନ୍ତୁଳନ ହରାଇ ବସିଲା । ପପୁର ଚିକିଶ୍ଚା ବି କରାଯାଉଥିଲା କିନ୍ତୁ ଦିନେ ସେ ହସ୍ପିଟାଲରୁ ଗାୟବ ହୋଇଗଲା । କିନ୍ତୁ ସେ ନୋଏଡାରେ କେମିତି ପହଞ୍ଚିଲା ଏହି କଥାର ସୂଚନା ମିଳିନାହିଁ । ସୁନୀଲ ୧୦୮ ନମ୍ବର ରେ କଲ କରି ଏମ୍ବୁଲାନ୍ସ ର ସାହାର୍ଯ୍ୟ ମାଗିଲେ କିନ୍ତୁ କୌଣସି ଏମ୍ବୁଲାନ୍ସ ମିଳିଲା ନାହିଁ ।

ଏହା ପରେ ସୁନୀଲ ସ୍ଥାନୀୟ ପୋଲିସ ର ସାହାର୍ଯ୍ୟ ନେଇ ତାକୁ ହସ୍ପିଟାଲରେ ପହଞ୍ଚାଇଲେ । ଏହିଭଳି ସୁନୀଲ ଏହା ପୂର୍ବରୁ ପଞ୍ଜାବରେ ରହୁଥିବା ଅଂଗ୍ରେଜ ସିଂହଙ୍କୁ ବି ତାଙ୍କର ପରିଜନଙ୍କ ପାଖରେ ପହଞ୍ଚାଥିଲେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।