ବଲୀଉଡରେ ଲମ୍ବା ସମୟ ପର୍ଯ୍ୟନ୍ତ ନିଜ ଗୀତ ଦ୍ଵାରା ରାଜ କରୁଥିବା ଅଲକା ୟାଗ୍ନିକଙ୍କୁ ବର୍ତ୍ତମାନ ୫୩ ବର୍ଷର ହୋଇଯାଇଛି । ଅଲକା ୟାଗ୍ନିକଙ୍କୁ ନିଜ ଜୀବରେ ବହୁତ ଉତ୍ଥାନ ପତନ ଦେଖିବାକୁ ମିଳିଥିଲା, କିନ୍ତୁ ସେ କେବେ ବି ହାର ମାନି ନାହାନ୍ତି । ସେ ବଲୀଉଡରେ ହଜାର ହଜାର ଗୀତ ଗାଈ ଦର୍ଶକମାନଙ୍କ ହୃଦୟରେ ଘର କରିଥିଲେ । କହିଦେଉଛୁ ଯେ ଫିଲ୍ମ ‘ତେଜାବ’ର ଗୀତ ‘ଏକ ଦୋ ତିନ’ ଗୀତରୁ ପ୍ରସିଦ୍ଧ ହୋଇଥିବା ଅଲକା ୟାଗ୍ନିକଙ୍କର ପର୍ସନଲ ଲାଇଫ କିଛି ସେମିତି ଭଲ ନଥିଲା ।
୨୬ ବର୍ଷ ହେବ ଅଲଗା ରହୁଥିଲେ ଅଲକା ୟାଗ୍ନିକ
୧୯୮୯ ମସିହାରେ ଅଲକା ୟାଗ୍ନିକ ଶିଲାଂଗର ବିଜନେସମ୍ୟାନ ନୀରଜ କପୁରଙ୍କ ସହ ବିବାହ କରିଥିଲେ । ବାହାଘର ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଲକା ୟାଗ୍ନିକଙ୍କର ବୈବାହିକ ଜୀବନ ଟ୍ରାକ ଉପରେ ଆସି ନାହିଁ । ବାହାଘର ସମୟରେ ବି ଦୁଇଜଣଙ୍କୁ ବିଭିନ୍ନ ବିବାଦର ସମ୍ମୁଖୀନ କରିବାକୁ ପଡିଥିଲା, କିନ୍ତୁ ତଥାପି ସେମାନଙ୍କର ଭଲ ପାଇବା ସାମନାରେ ପରିବାରକୁ ମୁଣ୍ଡ ତଳକୁ କରିବାକୁ ପଡିଲା ।
କିନ୍ତୁ ବର୍ତ୍ତମାନ ୨୬ ବର୍ଷ ହେବ ବିନା ଛାଡପତ୍ର ଦେଇ ଦୁଇ ଜଣ ଆଲଗା ରହୁଛନ୍ତି । ଏହା ପଛର କାରଣ ଦୁଇ ଜଣଙ୍କ ମଧ୍ୟରେ ଝଗଡା ନୁହେଁ, ଅନ୍ୟଥା ଦୁଇଜଣ ନିଜ ନିଜର କାମର ବ୍ୟସ୍ଥ ରୁହନ୍ତି ।
ପରସ୍ପରକୁ ଦେଖା କରନ୍ତି ଅଲକା ଏବଂ ନୀରଜ କପୁର
କିନ୍ତୁ ବେଳେ ବେଳେ ସେମାନେ ସମୟ ବାହାର କରି ପରସ୍ପର ସହିତ ଦେଖା ବି କରନ୍ତି । କହିବାକୁ ଗଲେ ଦୁଇଜଣଙ୍କ ମଧ୍ୟରେ ଏହି ଦୂରତାର କାରଣ ସେମାନଙ୍କର କାମ ଅଟେ । ନିରାଜ କପୁର ଶିଲାଂଗରେ ନିଜର ବିଜନେସ କରନ୍ତି ଏବଂ ଅଲକାଙ୍କ ପାଇଁ ମୁମ୍ବାଇରେ ରହିବା ଜରୁରୀ ଅଟେ । ଏହି କାରଣରୁ ୨୬ ବର୍ଷ ହେବ ସେମାନେ ଏକା ସହିତ ରହୁ ନାହାନ୍ତି । କହିଦେଉଛୁ ଯେ ନୀରଜ କପୁର ମୁମ୍ବାଇରେ ନିଜର ବିଜନେସ କରିବାକୁ ଚାହିଁଲେ, କିନ୍ତୁ ସେ ସେଥିରେ ସଫଳ ହେଲେ ନାହିଁ । ଏଥିପାଇଁ ସେ ପୁଣିଥରେ ଶିଲାଂଗ ଫେରିଗଲେ ।
ଅଲକା ଏବଂ ନୀରଜଙ୍କର ଝିଅ ସାୟଶା
ଅଲକା ଏବଂ ନୀରଜଙ୍କର ଗୋଟିଏ ଝିଅ ଅଛନ୍ତି, ଯାହାର ନାମ ସାୟଶା କପୁର ଅଟେ । ସାୟଶା କପୁର ୨୮ ବର୍ଷର ଅଟନ୍ତି ଏବଂ ତାଙ୍କର ଦେଖାଶୁଣା ଅଲକା ନିଜେ ହିଁ କରିଛନ୍ତି । ଅଲକାଙ୍କର ଝିଅ ସାୟଶା ଗତ ବର୍ଷ ହିଁ ବିବାହ କରିସାରିଛନ୍ତି, ଯେଉଁଥିରେ ନୀରଜଙ୍କର ଗୋଟିଏ ଝଲକ ମିଳିଥିଲା । ଏହା ସଫା ଅଟେ କି ଦୁଇଜଣ ଅଲଗା ଆଲଗା ରହୁଛନ୍ତି କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଆଜି ବି ବଞ୍ଚିଛି । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।