୩୬ ଇଞ୍ଚର ବର – କନ୍ୟା କରିଲେ ବିବାହ, ଫଟୋ ଦେଖି ଆପଣ ବି କହିବେ ‘ଯୋଡି ସ୍ଵର୍ଗରୁ ହିଁ ତିଆରି ହୋଇଥାଏ’, ଥରଟୁଏ ଦେଖିନିଅନ୍ତୁ

ଆଜି ଆମ ଆପଣଙ୍କ ପାଇଁ ଏମିତି ଏକ କାହାଣୀ ଆଣିଛୁ ଯାହାକୁ ଶୁଣିବ ପରେ ଆପଣମାନେ ବି କହିବେ ‘ଯୋଡି ସ୍ଵର୍ଗରୁ ହିଁ ତିଆରି ହୋଇଥାଏ’ । କିଛି ସମ୍ପର୍କକୁ ଆମେ ମନା କରି ଦେଉ, କିନ୍ତୁ ବାରମ୍ବାର ସେହି ସମ୍ପର୍କ ଆମ ସାମନାରେ ଆସିବା ଦ୍ଵାରା ଆପଣ ସେହି ସମ୍ପର୍କକୁ ହଁ କରି ଦେଉ, ଏବଂ ଏହାକୁ ହିଁ କୁହାଯାଏ ଯୋଡି ସ୍ଵର୍ଗରୁ ହିଁ ତିଆରି ହୋଇଥାଏ ।

ରାଜସ୍ଥାନର ଖଂଡୱା ଜିଲ୍ଲାର ପୁନାସା ଜନପଦରେ ଏକ ବିବାହ ସମାରୋହ ହୋଇଥିଲା, ଏବଂ ଏହାକୁ ଦେଖିବା ପାଇଁ ପୁରା ଗ୍ରାମବାସିମାନେ ଆସିଥିଲେ । କାରଣ ଲୋକମାନଙ୍କର ମାନିବା ଅଟେ କି ଏହି ଯୋଡି ସ୍ଵର୍ଗରେ ତିଆରି ହୋଇଛି । କହିବାକୁ ଗଲେ ଏହି ଯୋଡିଙ୍କର ବାହାଘର ଅସମ୍ଭବ ଥିଲା, କିନ୍ତୁ କିଛି ବର୍ଷ ପରେ ସେହି ଯୋଡି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

୩୬ ଇଞ୍ଚର ବର – କନ୍ୟାଙ୍କର ହେଲା ବିବାହ

ରାଜସ୍ଥାନର ଖଂଡୱା ଜିଲ୍ଲାରରେ ୩୬ ଇଞ୍ଚର ଯୁବକ – ଯୁବତୀ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏମାନଙ୍କର ବାହାଘର ବଡ ଧୁମଧାମ ହେବାର କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛି । କିନ୍ତୁ ବର୍ତ୍ତମାନ ଏହି ଯୋଡିଙ୍କୁ ଲୋକମାନେ ଆଶୀର୍ବାଦ ଦେଉଛନ୍ତି ।

୧୦ ବର୍ଷ ହେବ ନିଜ ପାଇଁ ଖୋଜୁ ଥିଲେ କନ୍ୟା

ଖଂଡୱାର ନିବାସୀ ଧନେଶ ରାଜୱୈଦ୍ଯ ଯାହାଙ୍କର ବୟସ ୩୬ ବର୍ଷ ଅଟେ । ସେ ଗତ ୧୦ ବର୍ଷ ହେବ ନିଜ ପାଇଁ ଝିଅ ଖୋଜୁ ଥିଲେ, କିନ୍ତୁ ତାଙ୍କୁ ତାଙ୍କର ଇଛା ମୁତାବିକ କୌଣସି ଝିଅ ମିଳୁ ନଥିଲା । କିନ୍ତୁ ବର୍ତ୍ତମାନ ଯାଇ ତାଙ୍କୁ ତାଙ୍କ ହିସାବର ଝିଅ ମିଳି ଯାଇଛି । ଯାହା ସହିତ ସେ ବିବାହ କରି ସାରିଛନ୍ତି । କହିଦେଉଛୁ ଯେ କନ୍ୟାର ନାମ ଚେତନା ଅଟଟେ । ଧନେସ ନିଜର ବାହାଘରକୁ ବଡ ହିଁ ଧୁମଧାମରେ କରିଛନ୍ତି ।

ବାହାଘରର ଇଛାରେ ନେଇସାରିଥିଲେ ବିଭିନ୍ନ ଡିଗ୍ରୀ

ଧନେସ ବିବାହ କରିବା ପାଇଁ ବିଭିନ୍ନ ଡିଗ୍ରୀ ହାସଲ କରିଥିଲେ, ଯାହା ଏକ ସାଧାରଣ ମଣିଷଙ୍କ ପାଇଁ ଅସମ୍ଭବ ଅଟେ । ପଢା ଲେଖାରେ ତାଙ୍କୁ କେହି ପଛରେ ପକାଇ ପାରିବେ ନାହିଁ । କିନ୍ତୁ ତାଙ୍କର କେବଳ ଗୋଟିଏ ଇଛା ଥିଲା କି ସେ ବିବାହ କରିବେ, ଯେତେବେଳ ସେ ଚେତନା ବିଷୟରେ ଜାଣି ପାରିଲେ କି ସେ ବି ତାଙ୍କ ସମାନ ଉଚ୍ଚତାର ଅଟନ୍ତି ତେବେ ଧନେସଙ୍କର ଖୁସିର ଠିକଣା ନଥିଲା ଏବଂ ବର୍ତ୍ତମାନ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ଲେଖାଟି ଭଲ ଆଗିଲେ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟକୁ ଲାଇକ କରନ୍ତୁ ।