Vastu Tips- ପବିତ୍ର ଅକ୍ଷୟ ତୃତୀୟା ରେ ଘରର ମୁଖ୍ୟ ଦ୍ଵାରରେ ପକେଇ ଦିଅନ୍ତୁ ଏହି 1 ଜିନିଷ, ଗାଡି ବଙ୍ଗଳା ଧନ ସମ୍ପତି ସବୁ କିଛି ମିଳିବ, ହେଇଯିବେ ମାଲାମାଲ

ପବିତ୍ର ଅକ୍ଷୟ ତୃତୀୟ ଦିନ ମା ଲକ୍ଷ୍ମୀଙ୍କର ପୂଜା ଆରାଧନା କରାଯାଏ । ଏହି ଦିନ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଉଚିତ ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ ହୋଇଥାଏ । ଏହି ଦିନ ସକାଳୁ ଉଠିବା ପରେ ପାଣି ଛିଞ୍ଚି ଘରେ ଝାଡୁ ମାରିବା ଉଚିତ । ଏହା ଛଡା ଯଦି ଘରେ ପୋଛା ଲ୍ଗାଇବେ ତେବେ ପାଣିରେ କିଛି ଲୁଣ ବା ଫିଟିକିରି ପକେଇ ପୋଛା ମାରିବା ଉଚିତ । ଏପରି କରିବା ଦ୍ଵାରା ଘରେ ସୁଖସାନ୍ତିର ଆଗମନ ହୋଇଥାଏ । ଏହି ପବିତ୍ର ଦିନରେ ଘରର ମୁଖ୍ୟ ଦ୍ଵାରରେ ଆମ୍ବ ପତ୍ରର ତୋରଣ ଲଗାଇବା ଉଚିତ ।

ଆଜି ଆମେ ଆପଣ ମାନଙ୍କୁ ଏହି ପବିତ୍ର ଅକ୍ଷୟ ତୃତୀୟା ଦିନ ଏମିତି କେଉଁ କାମ କରିଲେ ଘରେ ହସଖୁଶିର ମାହୋଲ ରହିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ପବିତ୍ର ଅକ୍ଷୟ ତୃତୀୟା ଦିନ ହଳଦୀ ବା ଚାଉଳ ଚୂନା କରି ସେଥିରେ ସ୍ଵସ୍ତିକ ଚିହ୍ନ ବା ଓମ ନିଜ ଘରର ମୁଖ୍ୟ ଦ୍ଵାରରେ ଆଙ୍କିବା ଉଚିତ ।

ଏହି ଦିନ ମହିଳା ମାନେ ସ୍ନାନ କରିବା ସମୟରେ ପାଣିରେ କିଛି ହଳଦୀ ବା ତୁଳସୀ ପାତ୍ର ବା ଗଙ୍ଗା ଜଳ ମିଶାଇ ସ୍ନାନ କରିବା ଉଚିତ । ଏହି ଦିନ ଘରେ ପାଣିରେ କିଛି ହଳଦୀ ମିଶାଇ ଛିଞ୍ଚିବା ଫଳରେ ଘରେ ସକାରାତ୍ମକ ବସ୍ତୁର ପ୍ରବେଶ ହୋଇଥାଏ ।

ଏହି ଦିନ ସୁନା ଜାତୀୟ ବସ୍ତୁର ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରିଲେ ପ୍ରଚୁର ଧନ ପ୍ରାପ୍ତ ହୋଇଥାଏ । ଘରର ମୁଖ୍ୟ ଦ୍ଵାରରେ ଏକ ପାତ୍ରରେ କିଛି ଫୁଲ ପକାଇ ରଖିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଏହି ଦିନ ନିଜ ଘରର ମୁଖ୍ୟ କବାଟ ପାଖରେ ପ୍ରଭୁ ଗଣେଶଙ୍କର କୌଣସି ଫୋଟୋ ବା ମୂର୍ତ୍ତି ରଖିଲେ ଏହା ଶୁଭ ହୋଇଥାଏ ।

ଗଣେଶଙ୍କର ଫୋଟୋ ଉପରେ ୩ଟି ମୟୂର ପୁଚ୍ଛ ଲଗାଇବା ଦ୍ଵାରା ଆପଣଙ୍କ ଘରେ ହସ ଖୁଶିର ବାତାବରଣ ରହିବ । ଘରେ କଳହ ବା ବିବାଦ ଣ ହେବା ପାଇଁ ଓ ଧନ ପ୍ରାପ୍ତ ହେବା ପାଇଁ ଏହି ପବିତ୍ର ଦିନରେ ପାଣିରେ ଲୁଣ ମିଶାଇ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖିଲେ ଏହି ସମସ୍ୟାର ସମାଧାନ ହୋଇଥାଏ । ଏହି ପାଣିକୁ ୧୫ ଦିନକୁ ଠାରେ ବଦଳାଇବା ଉଚିତ ।

ଯଦି ବୈବାହିକ ଜୀବନରେ ସମସ୍ଯା ରହିଥାଏ ବା ଘରେ କେହି ବ୍ୟକ୍ତି ଅସୁସ୍ଥ ହୋଇଥାନ୍ତି ତେବେ ସେହି ଘରେ ଏକା ପାତ୍ରରେ ଲୁଣ ବା ଫିଟିକିରି ପକାଇ ରଖନ୍ତୁ ଓ ଏହାକୁ ପ୍ରତି ୭ ଦିନରେ ଥରେ ବଦଳାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ରହିଥିବା ସବୁ ସମସ୍ୟାର ନିବାରଣ ହେବ । ଏହି ଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ଵାରରେ ଏକ ଦୀପ ଲଗାଇବା ଦ୍ଵାରା ଘରେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।