Akhil Patnaik ଙ୍କୁ ଅତି ଦରଦରେ କିଛି ଏମିତି କହିଲେ Pintu Nanda, ନିଜେ ଭିଡିଓ ଜାରି କରି ଜଣାଇଲେ ଅଖିଳ, ଦେଖନ୍ତୁ video

ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ଖବରକୁ ନେଇ ବେଶ କିଛିଦିନ ହେବ ସାରା ଓଡିଶାରେ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଅନେକ ପରିମାଣର ଅର୍ଥ ଆବଶ୍ୟକ ରହିଥିଲେ ମଧ୍ୟ ତାଙ୍କ ପାଖରେ ଅର୍ଥର ଅଭାବ ଥିଲା । ତେଣୁ ସେ ଓଡିଶାବାସୀଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କରିଥିଲେ । ଏହାପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ବଡ ବଡ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରି ଆସୁଛନ୍ତି ।

ତେବେ ଏହାରି ମଧ୍ୟରେ କିଛି ବିବାଦ ମଧ୍ୟ ମୁଣ୍ଡ ଟେକିବାରେ ଲାଗିଛି । ଚର୍ଚ୍ଚା ହେଉଛି କି ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଯେତିକି ଅର୍ଥ ଆବଶ୍ୟକ ତା’ ଠାରୁ ଅଧିକ ଟଙ୍କା ଯୋଗାଡ ହୋଇ ସାରିଲାଣି । ଏନେଇ ଅଭିନେତା ଅଖିଳ ପଟ୍ଟନାୟକ ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ସ୍ପଷ୍ଟ କରିଛନ୍ତି । ପିଣ୍ଟୁ ନନ୍ଦ ବର୍ତ୍ତମାନ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଅପେକ୍ଷା କରିଥିବା ବେଳେ ସେଠାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ଅଖିଳ ପଟ୍ଟନାୟକ ତାଙ୍କୁ ସେଠାରେ ଭେଟିବାକୁ ଯାଇଥିଲେ । ଏତିକି ବେଳେ ପିଣ୍ଟୁ ନନ୍ଦଙ୍କର ସେଠାରେ ଏ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ବିଲ ସେ ଦେଖିଥିଲେ । ବର୍ତ୍ତମାନ ଯାଏଁ ପ୍ରାୟ 20 ରୁ 21 ଲକ୍ଷ ଟଙ୍କା ଖର୍ଚ୍ଚ ସରିଛି । ତାଙ୍କର ଚିକିତ୍ସା ପାଇଁ ଆହୁରି ଅନେକ ଅର୍ଥତ ଆବଶ୍ୟକତା ରହିଛି ଯାହାକି ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଅଖିଳ ପଟ୍ଟନାୟକ ନିଜେ ଏକଥା ସ୍ପଷ୍ଟ କରିଛନ୍ତି ।

କାରଣ ଅନେକ ଲୋକ କଥା ଉଠାଉଛନ୍ତି କି ପିଣ୍ଟୁ ନନ୍ଦଙ୍କୁ ଆବଶ୍ୟକ ଠାରୁ ଅଧିକ ଅର୍ଥ ମିଳି ସାରିଲାଣି । ଅଖିଳ ପଟ୍ଟନାୟକ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭେଟିବା ପରେ ପିଣ୍ଟୁ ନନ୍ଦଙ୍କ ସହ କଥା ହୋଇଥିଲେ । ଏତିକି ବେଳେ ପିଣ୍ଟୁ ଅଖିଳଙ୍କୁ ଏକଥା ଜଣାଇଥିଲେ ଏବଂ ତାଙ୍କ ପାଇଁ ଲୋକଙ୍କୁ କହିବା ପାଇଁ ସେ କହିଥିଲେ । ଯାହାପରେ ଅଖିଳ ଏକ ଭିଡିଓ ଜାରି କରି ସତ କଥା ସାମ୍ନାକୁ ଆଣିଛନ୍ତି । କିଛି ଲୋକ ପବ୍ଲିସିଟି ପାଇଁ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ ନାଁରେ ଠକୁଥିବା ଦେଖିବାକୁ ମିଳିଛି ।

ତେବେ ପିଣ୍ଟୁ ନନ୍ଦ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ଆମର ପ୍ରାର୍ଥନା ଓ କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।