ଅଜାତିରେ ବିବାହ କରିବାରୁ ଗାଁ ଲୋକ ମାନେ 25 ଲକ୍ଷ ଜୋରିମାନା ସହିତ କଲେ ଏମିତି କାମ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ସ୍ଵାଧୀନତା ପର ଠାରୁ ଆମ ଦେଶ ଏବେ ଉନ୍ନତି ପଥରେ ବହୁତ ଆଗକୁ ଅଗ୍ରସର ହେଉଥିଲେ ମଧ୍ୟ ଏବେ ବି ସମାଜରୁ ଯାଇ ନାହିଁ ଜାତିଭେଦ । ବିଭିନ୍ନ ସମୟରେ ଅନେକ ଲୋକ ଏହାର ଶିକାର ହେଉଥିବାର ଖବର ଆପଣ ଶୁଣିବାକୁ ଏବଂ ଦେଖିବାକୁ ପାଉଥିବେ ।

ଆଜି ବି ଜାତିଭେଦ ଆମ ସମାଜର ଏକ ପ୍ରମୁଖ ସମସ୍ଯା ଅଟେ । ଜାତିପ୍ରଥା ନାମରେ ଆମ ସମାଜର ମୁରବୀ ପଣିଆ କେମିତି ଏକ ହସ ଖୁସି ପରିବାରକୁ ନୟାନ୍ତ କରିଦିଏ, ଏହି ଦମ୍ପତ୍ତି ହିଁ ଏହାର ଉଦାହରଣ । କେନ୍ଦୁଝରରେ ଘଟିଛି ଏହିଭଳି ଏକ ନିନ୍ଦନୀୟ ଘଟଣା । ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କ ପରିବାରକୁ ସମାଜ ମୁରବୀ ପଣିଆ ଦେଖାଇ ୨୫ ଲକ୍ଷ ୬୦ ହଜାର ଟଙ୍କାର ଜୋରିମାନା କଷା ଯାଇଛି । ଆଉ ଜୋରିମାନା ଦେଇ ନ ପାରିବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି ।

ଏନେଇ ଯୁବକଙ୍କ ଭାଇ ଆନନ୍ଦପୁର କୋର୍ଟରେ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ସାନ୍ତାଳି ଯୁବକ ଜଣେ ମୁଣ୍ଡା ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିବାରୁ ନିଆଁ ପାଣି ବାସନ୍ଦ କରା ଯାଇଥିବା ବେଳେ, ଗାଁ କରିଛି ମୋଟା ଅଙ୍କର ଜୋରିମାନା । ଜାତିପ୍ରଥାର ଏଭଳି କୁ-ତ୍ସି-ତ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ନିଆଳିଝରଣ ଗାଁ ରେ । ସେହି ଗାଁ ମହେଶ୍ଵର ବାସ୍କେ, ନାଗାଟାହି ଗାଁ ର ଜଣେ ଯୁବତୀଙ୍କୁ ୬ ମାସ ତଳେ ପ୍ରେମ ବିବାହ କରିଛନ୍ତି ।

କିନ୍ତୁ ଯୁବତୀ ଜଣକ ଭିନ୍ନ ଜାତିର ହୋଇଥିବାରୁ ମହେଶ୍ଵରଙ୍କ ପରିବାରକୁ ଗ୍ରାମବାସୀ ନିଆଁ ପାଣି ବାସନ୍ଦ କରିବା ସହ ୨୫ ଲକ୍ଷ ୬୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି । ମହେଶ୍ଵର ଙ୍କ ପରିବାର ଅତି ଗରିବ ହୋଇଥିବାରୁ ସେ କହିଛନ୍ତି କି ତାଙ୍କର ସମସ୍ତ ଧନ ସମ୍ପତ୍ତି ବିକ୍ରି କରିଦେଲେ ମଧ୍ୟ ଏତେ ଟଙ୍କା ସେମାନେ ଯୋଗାଡ କରି ପାରିବେନି । ଟଙ୍କା ଦେଇ ନ ପାରିବାରୁ ଗ୍ରାମବାସୀ ତାଙ୍କୁ ଗ୍ରାମର ସମସ୍ତ ସୁବିଧାରୁ ବାସନ୍ଦ କରିବା ସହ ତାଙ୍କୁ ରାତି ଅଧାରେ ଆସି ଧ-ମ-କ ଚ-ମ-କ ମଧ୍ୟ ଦେଉଛନ୍ତି ।

ଜୀବନରେ କେବେ ୨୫ ଲକ୍ଷ ଟଙ୍କା ଦେଖି ନ ଥିବା ମହେଶ୍ଵର ଏତେ ଟଙ୍କା ଦେଉଥାନ୍ତେ ବା କିପରି । ତେଣୁ ନିଜ ପରିବାର ସହ ସେମାନେ ନିଜ ଗାଁ ଛାଡି ଦେଇଛନ୍ତି । କେବଳ ଏତିକି ନୁହେଁ, ମହେଶ୍ଵରଙ୍କ ପରିବାର ବୋହୂକୁ ନି-ର୍ଯ୍ୟା-ତ-ନା ଦେଉଥିବା ନେଇ ଗାଁ ଲୋକ ମହେଶ୍ଵରଙ୍କ ପରିବାର ଉପରେ ପାଲଟା ଅଭିଯୋଗ ଦେଇଛନ୍ତି ।

ତେବେ ମହେଶ୍ଵରଙ୍କ ପତ୍ନୀ କହିଛନ୍ତି କି ମହେଶ୍ଵରଙ୍କ ପରିବାର ତାଙ୍କୁ ବୋହୂ ରୂପେ ସ୍ଵୀକାର କରିଛନ୍ତି ଏବଂ ତାଙ୍କ ମା ବାପା ଭାଇ ସମସତେ ତାଙ୍କୁ ଭଲ ପାଇବା ସହ ଭଲ ବ୍ଯବହାର ମଧ୍ୟ କରନ୍ତି । ଗାଁ ଲୋକ ଏହିସବୁ ମିଛ କହି ମହେଶ୍ଵରଙ୍କ ପରିବାର ନାମରେ ମିଛ ଅଭିଯୋଗ ଆଣିଛନ୍ତି ବୋଲି ମହେଶ୍ଵରଙ୍କ ପତ୍ନୀ ସ୍ପଷ୍ଟ କରିଛନ୍ତି । ନିଜ ସ୍ତ୍ରୀ ଓ ମା ଙ୍କୁ ନେଇ ମହେଶ୍ଵର ଏବେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି ।

ମହେଶ୍ଵର ଏହି ମାମଲାରେ କୌଣସି ଅଭିଯୋଗ ରୁଜୁ କରି ନ ଥିବା ବେଳେ, ତାଙ୍କ ଭାଇ ଆନନ୍ଦପୁର କୋଟରେ ଅଭିଯୋଗ କରିବା ପରେ ଏବେ ତଦନ୍ତ ଆରମ୍ଭ ହୋଇଛି । ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣେଇବେ ଓ ପୋସ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେନି ।