ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ରେ ବଲିଉଡ ର ଏହି ସବୁ କଳାକାର କରିଛନ୍ତି ବଡ ଦାନ…

ନମସ୍କାର ବନ୍ଧୁଗଣ । ଗତ କାଲି ଅଯୋଧ୍ୟାରର ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଖୁବ ଜାକଜକମ ରେ ସମ୍ପନ୍ନ ହୋଇଛି । ତେବେ ଏହି ଅବସରରେ ଦେଶର କୋଣ ଅନୁକୋଣ ରୁ ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ସମାଗମ ହୋଇଥିଲା । ଏହି ଲିଷ୍ଟ ରେ ବଲିଉଡ ଠାରୁ ଆରମ୍ଭ କରି ସାଉଥ କଳାକାର ମାନେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅକ୍ଷୟ କୁମାର, ଟାଇଗର ଶ୍ରଫ, ରଜନୀକାନ୍ତ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ରଣବିର କପୁର, ଆଲିଆ ଭଟ୍ଟା, ଭିକି କୌଶଲ, କ୍ଯାଟ୍ରିନା କେଫ, ରଣଦୀପ ଙ୍କ ଭଳି ଭାରତୀୟ ସେଲିବ୍ରେଟି ଙ୍କ ନାଁ ରହିଛି ।

ଖାଲି ବଲିଉଡ କଳାକାର ନୁହେ କ୍ରିକେଟର ଜଗତର କିମ୍ବଦନ୍ତୀ ମଧ୍ୟ ଏହି ଅବସରରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର, ହରଭଜନ ସିଂ, ବିରାଟ କୋହଲି ମଧ୍ୟ ଏହି ଅବସରରେ ସାମିଲ ହୋଇଥିଲେ । ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ର ମୁଖ୍ୟାକର୍ତ୍ତା କହିଛନ୍ତି ଯେ ଏ ଯାଏଁ ପ୍ରଭୁ ରାମ ମନ୍ଦିର ନିର୍ମାଣରେ 1100 କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିରେ କେନ୍ଦ୍ର ସରକାର, ରାଜ୍ୟ  ସରକାର, ବଡ ବଡ ରାଜନେତା, ବଡ ବଡ ବ୍ୟବସାୟୀ ଓ ରାମ ଭକ୍ତଙ୍କ ସହ ଅନେକ ସେଲିବ୍ରେଟି ମଧ୍ୟ ମନ୍ଦିର ନିର୍ମାଣରେ ଅର୍ଥ ବିନିଯୋଗ କରିଛନ୍ତି । ଏହି ତାଲିକାରେ 8ଜଣ ସେଲିବ୍ରେଟି ରହିଛନ୍ତି ଯେଉଁ ମାନେ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ରାଶି ପ୍ରଦାନ କରିଛନ୍ତି । ପ୍ରଥମରେ ରହିଛନ୍ତି ଅକ୍ଷୟ କୁମାର ଯିଏକି ଜାନୁଆରୀ 21ରେ ଏକ ଭିଡିଓ ସେୟାର କରି କହିଥିଲେ ରାମ ମନ୍ଦିର ନିର୍ମାଣ ହେଉଥିବାରୁ ମୁଁ ବହୁତ ଆନନ୍ଦିତ ଜୟ ଶ୍ରୀରାମ ।

ଏହାପରେ ଭେଟେରାନ ଅଭିନେତା ଅନୁପମା ଖେର ଅକ୍ଟୋବର 2 2023ରେ ସେ ଅଯୋଧ୍ୟା ପରିକ୍ରମା କରିବା ସମୟରେ ଇଂଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । ସେ ଲେଖିଥିଲେ ମୁଁ ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିର ଦେଖାଉଛି ଯାହା ନିର୍ମାଣ ହେବା ଆନନ୍ଦଦାୟକ ଥିଲା, ଜୟ ଶ୍ରୀରାମ । ତୃତୀୟରେ ଅଛନ୍ତି ଅଭିନେତ୍ରୀ ହେମା ମାଳିନୀ ରାମ ମନ୍ଦିର ନିର୍ମାଣ ପାଇଁ ଅଜ୍ଞାତ ଅର୍ଥ ଦାନ କରିଛନ୍ତି ।

ନିକଟରେ ହେମାମାଳିନୀ ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମରେ ସୀତା ଚରିତ୍ରରେ ଅଭିନୟ କରିବାର ନଜର ଆସିଥିଲେ । ଏହା ପଛରେ ଅଛନ୍ତି ଅଭିନେତା ମୁକେଶ ଖନ୍ନା ଫେବ୍ରୁଆରି 2021ରେ ସେ ତାଙ୍କର ଟ୍ବିଟରରେ କହିଥିଲେ ଯେ ମନ୍ଦିର ନିର୍ମାଣ ପାଇଁ କର୍ତ୍ତୁପକ୍ଷଙ୍କୁ 1 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସାଉଥ ସୁପରଷ୍ଟାର ପବନ କଲ୍ୟାଣ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ପବନ କୁମାର ରାମ ମନ୍ଦିର ନିର୍ମାଣ ପାଇଁ 30ଲକ୍ଷ ଟଙ୍କା ଦାନ କରିଛନ୍ତି । 58 ବର୍ଷୀୟ ଅଭିନେତା ମନୋଜ ଜୋଶୀ ମଧ୍ୟ ରାମ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ଜଣା ପଡିଛି । ଜାନୁଆରୀ 12 2021ରେ ପ୍ରଣିତା ସୁଭାଷ ଏକ ଭିଡିଓ ଟ୍ବିଟରରେ ପୋଷ୍ଟ କରି ଲେଖିଥିଲେ ମୁଁ ରାମ ମନ୍ଦିର ନିର୍ମାଣ ପାଇଁ 1ଲକ୍ଷ ଟଙ୍କା ପ୍ରତିଶ୍ରୁତି ଦେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।