ଅଜୟ ଦେବଗନ ଓ କାଜୋଲଙ୍କ ଝିଅ ନିସାଙ୍କୁ ନେଇ ଆସିଲା ମିଛ ଖବର ତ ଅଜୟ ଦେବଗନ କହିଲେ ସତ କଥା

କହିବାକୁ ଗଲେ କରୋନା ଭାଇରସ କୋବିଡ – ୧୯ର ପ୍ରକୋପ ମଧ୍ୟରେ କିଛି ସତ ଖବର ଓ କିଛି ମିଛ ଖବର ଦୁଇଟି ହିଁ ଶୁଣିବାକୁ ମିଳୁଛି । କିନ୍ତୁ ଏମିତି ହିଁ କିଛି ଖବର ଶୁଣିବାକୁ ମିଳୁଛି ଯାହା ବଲୀଉଡର ଅଭିନେତା ଅଜୟ ଦେବଗନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହା ପରେ ଅଜୟ ଦେବଗନ ଏହି ଖବରର ଖଣ୍ଡନ ଟ୍ୱିଟରରେ କରିଛନ୍ତି । ହିନ୍ଦୁସ୍ଥାନ ଟାଇମ୍ସ ଅନୁସାରେ, ଏକ ନ୍ୟୁଜ ପୋର୍ଟଲ ଖବର ଦେଇଥିଲା କି ଅଜୟ ଓ କାଜୋଲଙ୍କ ଝିଅ ନିସା କରୋନା ଭାଇରସରେ ପଜିଟିବ ମିଳିଛନ୍ତି ।

ତାଙ୍କର ସ୍ୱାସ୍ଥ୍ୟ ଖରାପ ଅଛି ଓ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏହି ସୂଚନା ପରେ ବର୍ତ୍ତମାନ ବଲୀଉଡରେ ହଙ୍ଗାମା ହୋଇ ଯାଇଛି ଓ ନିସାଙ୍କ ସ୍ୱାସ୍ଥ୍ୟ ବିଷୟରେ ସମସ୍ତେ ଅଜୟଙ୍କ ଠାରୁ ପଚାରି ବୁଝୁଛନ୍ତି । ଶେଷରେ ଅଜୟ ଟ୍ୱିଟର ଜରିଆରେ ସମସ୍ତଙ୍କୁ ସତ କଥା କହିଲେ । ଆଜୟ ଏହାକୁ ଭୁଲ କହି ଟ୍ୱିଟ କରିଲେ କି – ‘ପଚାରିବା ପାଇଁ ଧନ୍ୟବାଦ । କାଜୋଲ ଓ ନିସା ବିଲକୁଲ ଠିକ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚାଲୁଥିବା ଖବର ମିଛ ଅଟେ ଓ ଅର୍ଥହୀନ ଅଟେ ।’

ଅଜୟ ଦେବଗନ ଓ କାଜୋଲ ନିଜର ଦୁଇ ସନ୍ତାନ ନିସା ଓ ୟୁଗଙ୍କ ସହିତ ମୁମ୍ବାଇରେ ସେଲ୍ଫ ଆଇସୋଲେସନରେ ଅଛନ୍ତି । କାଜୋଲ କିଛି ଦିନ ପୂର୍ବେ ନିଜର ଏକ ଫଟୋ ବି ପୋସ୍ଟ କରିଥିଲେ । ଯେଉଁଥିରେ ସେ କହିଥିଲେ କି ସେ କ୍ୱାରଂଟାଇନରେ ଅଛନ୍ତି । କିଛି ଦିନ ପୂର୍ବେ ହିଁ ନିସା ସିଙ୍ଗାପୁରରୁ ଫେରିଥିଲେ । କାଜୋଲ ତାଙ୍କୁ ନେବା ପାଇଁ ଏୟାରପୋର୍ଟ ବି ଯାଇଥିଲେ । ଯାହାର ଫଟୋ ମିଡିଆରେ ଆସିଥିଲା । ନିସା ସିଙ୍ଗାପୁରରେ ପଢୁଥିଲେ । ଏହା ପରେ କରୋନା କାରଣରୁ ଶିକ୍ଷା ସଂସ୍ଥା ଗୁଡିକ ବନ୍ଦ ହେବା କାରଣରୁ ନିସା ମୁମ୍ବାଇ ନିଜ ଘରକୁ ଫେରି ଆସିଥିଲେ ।

ଯଦି ଅଜୟ ଦେବଗନଙ୍କ ଫିଲ୍ମ ବିଷୟରେ କଥା ହେବା ତ ସେ ଏହି ବର୍ଷ ‘ତାନାଜୀ- ଦ ଅନସଂଗ ୱାରିୟର’ରେ ନଜର ଆସିଥିଲେ । ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା ଓ ୩୦୦ କୋଟି ଟଙ୍କା ପାଖାପାଖି ଆୟ ମଧ୍ୟ କରିଥିଲା । ଏହା ପରେ ଅଜୟ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସୂର୍ୟବଂଶୀରେ ବି ସ୍ପେଶଲ ରୋଲରେ ନଜର ଆସିବେ। ଯାହାର ରିଲିଜ ଡେଟ ବର୍ତ୍ତମାନ ଜଣା ପଡି ନାହିଁ । ପ୍ରଥେମ ଏହି ଫିଲ୍ମଟି ୨୪ ମାର୍ଚ୍ଚରେ ରିଲିଜ ହେବାର ଥିଲା । କିନ୍ତୁ କୋବିଡ – ୧୯ର ପ୍ରକୋପ ଓ ସିନେମାଘର ବନ୍ଦ ହେବା କାରଣରୁ ଏହି ତାରିଖରେ ରିଲିଜ କରିବା ପାଇଁ ମନା କରାଗଲା ।