କରୋନା ଲକଡାଉନ ମଧ୍ୟରେ ସଲମାନଙ୍କ ଘରେ ଭାଙ୍ଗିଲା ଦୁଃଖର ପାହାଡ, ଏହି ସମ୍ପର୍କୀୟଙ୍କ ହେଲା ନିଧନ

ଯେଉଁଠି ଗୋଟିଏ ପଟେ ଦୁନିଆ କରୋନା ଭାଇରସ ଓ ଲକଡାଉନ କାରଣରୁ ଅସ୍ତ ବ୍ୟସ୍ତ ହୋଇ ଯାଇଛି ତ ଅନ୍ୟ ପଟେ ସଲମାନ ଖାନଙ୍କ ପରିବାର ଉପରେ ଅଚାନକ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି । କହିବାକୁ ଗଲେ ସଲମାନ ଖାନଙ୍କ ସମ୍ପର୍କୀୟ ଅବ୍ଦୁଲ୍ଲାହ ଖାନଙ୍କ ନିଧନ ହୋଇ ଯାଇଛି । କାଲି ଅଧ ରାତିରେ ସଲମାନ ନିଜ ପୁତୁରା ଅବ୍ଦୁଲ୍ଲାହର ଏକ ଫଟୋ ଶେୟାର କରିଥିଲେ । ଏହି ଫଟୋରେ ସଲମାନ ନିଜର ଭଣଜା ଅବ୍ଦୁଲ୍ଲାହ ସହିତ ଠିଆ ହୋଇଛନ୍ତି । ଏହି ଫଟୋକୁ ଶେୟାର କରି ସଲମାନ କ୍ୟାପ୍ସନରେ ଲେଖିଲେ, ‘ତୁମକୁ ସବୁବେଳେ ଭଲ ପାଉଥିବି….’

ସଚନା ଅନୁସାରେ ଅବ୍ଦୁଲ୍ଲାହଙ୍କର ଫୁସଫୁସ ସଂକ୍ରମିତ ହୋଇଯାଇଥିଲା । ଦୁଇ ଦିନ ପୂର୍ବେ ହିଁ ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଆଡମିଟ କରାଯାଇଥିଲା । କିନ୍ତୁ ଶେଷରେ ୩୮ ବର୍ଷର ଅବ୍ଦୁଲ୍ଲାହ ଜୀବନ ଯୁଦ୍ଧରେ ହାରିଗଲେ । ଏହି ଖବର ଦ୍ଵାରା ସଲମାନ ଖାନଙ୍କ ପୁରା ପରିବାର ବହୁତ ଦୁଃଖୀ ହୋଇଯାଇଛନ୍ତି । କୁହାଯାଉଛି କି ସଲମାନ ଓ ଅବ୍ଦୁଲ୍ଲାହ ପରସ୍ପରର ବହୁତ ପାଖାପାଖି ଥିଲେ । ଅବ୍ଦୁଲ୍ଲାହ ଏକ ବଡି ବିଲ୍ଡର ଥିଲେ । ସୂଚନା ଅନୁସାରେ ସଲମାନ ଓ ଅବ୍ଦୁଲ୍ଲାହ ପ୍ରାୟତଃ ଏକତ୍ର ମିଶି ଜିମରେ ଏକ୍ସରସାଇଜ କରୁଥିଲେ ।

 

View this post on Instagram

 

Will always love you…

A post shared by Salman Khan (@beingsalmankhan) on

ଅବ୍ଦୁଲ୍ଲାହଙ୍କ ନିଧନର ଖବର ଶୁଣି ସଲମାନଙ୍କ ସମସ୍ତ ସମ୍ପର୍କୀୟ, ବନ୍ଧୁ ଓ ଫ୍ୟାନମାନେ ବି ବହୁତ ଦୁଃଖୀ ଅଛନ୍ତି । ସମସ୍ତେ ସୋସିଆଲ ମିଡିଆରେ ଅବ୍ଦୁଲ୍ଲାହଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । ୩୮ ବର୍ଷୀୟ ଅବ୍ଦୁଲ୍ଲାହ ଏହିଭଳି ଏତେ ଜଲ୍ଦି ଦୁନିଆକୁ ଛାଡି ଚାଲି ଯିବା ବଡ ଦୁଃଖର କଥା ଅଟେ । ଆମ ସମସ୍ତଙ୍କ ସହାନୁଭୂତି ବି ସଲମାନ ଖାନ ଓ ଅବ୍ଦୁଲ୍ଲାହ ପରିବାର ସହିତ ଅଛି ।

ବଲୀଉଡର ଅଭିନେତ୍ରୀ ଡେଜୀ ଶାହ ବି ଅବ୍ଦୁଲ୍ଲାହଙ୍କ ପାଇଁ ନିଜର ଆଧିକାରିକ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋସ୍ଟ ଶେୟାର କରି ଲେଖିଲେ କି ‘ମୋର ପ୍ରିୟ ବନ୍ଧୁ, ମୁଁ ତୁମକୁ ସବୁବେଳେ ଭଲ ପାଇବି ।‘ ଏହା ଛଡା ଅଭିନେତ୍ରୀ ଜରୀନ ଖାନ ବି ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଅବ୍ଦୁଲ୍ଲାହଙ୍କ ଏକ ଫଟୋକୁ ଶେୟାର କରି ଉର୍ଦୁରେ କିଛି ଲେଖିଲେ ଓ ନିଜର ଦୁଖ ପ୍ରକାଶ କଲେ ।

 

View this post on Instagram

 

Will always love you my bestie… #restinpeace ❤️

A post shared by Daisy (@shahdaisy) on

କହିଦେଉଛୁ କି ଏହି ସମୟରେ ଦେଶସାରା ଲକଡାଉନ ଓ କରୋନାର ପରିସ୍ଥିତି ଅଛି ସେଥିପାଇଁ ସଲମାନଙ୍କ ସହିତ କେତେକ ଷ୍ଟାର ନିଜ ଘରେ ହିଁ ଲକ ହୋଇଛନ୍ତି । କିନ୍ତୁ ଅବ୍ଦୁଲ୍ଲାହଙ୍କ ନିଧନ ପରେ ସଲମାନ ଘରୁ ବାହାରି ନିଜ ଭଣଜାର ପରିବାରକୁ ସାନ୍ତ୍ଵନା ଦେବା ପାଇଁ ଯାଇ ପାରିବେ । କହିଦେଉଛୁ କି ବର୍ତ୍ତମାନ କିଛି ସମୟ ପୂର୍ବରୁ ହିଁ ଖବର ଆସିଥିଲା କି ସଲମାନ ଖାନ କରୋନା କାରଣରୁ ପ୍ରଭାବିତ ୨୫ ହଜାର ଶ୍ରମିକମାନଙ୍କ ଆକାଉଣ୍ଟରେ ଟଙ୍କା ଛାଡିବେ ।