କଣ କରୋନା ସଙ୍କଟରୁ ବାହାରିବା ପରେ ଚୀନ ବିରୁଦ୍ଧରେ ଠିଆ ହେବ ପୁରା ଦୁନିଆ

ବର୍ତ୍ତମାନ ସମୟରେ କରୋନା ଭାଇରସ ବିଶ୍ଵର ସବୁଠୁ ବଡ ସଙ୍କଟ ରୂପରେ ସାମ୍ନାକୁ ଆସୁଛି । ଆମେରିକା, ବ୍ରିଟେନ, ଇଟାଲୀ ଭଳି ଶକ୍ତିଶାଳୀ ଦେଶ ବହୁତ ଖରାପ ଭାବରେ ଏହି ରୋଗର ଶିକାର ହୋଇ ସାରିଛନ୍ତି । ଭାରତରେ ବି ଏହି ମାମଲା ବଢିବାରେ ଲାଗିଛି । କିନ୍ତୁ ସରକାର ନିଜର ପ୍ରୟାସ ଦ୍ଵାରା ସ୍ଥିତିକୁ ଖରାପ ହେବା ପୂର୍ବରୁ ହିଁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ମହାମାରୀର ସଂକ୍ରମଣ ଚୀନର ବୁହାନ ସହରରୁ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା । କିନ୍ତୁ ଚୀନ ବର୍ତ୍ତମାନ ଘୋଷଣା କରିଦେଇଛି କି ବୁହାନ କରୋନା ମୁକ୍ତ ହୋଇସାରିଛି । ଏସବୁ ମଧ୍ୟରେ ଯଦି କେଉଁଠି ପ୍ରଶ୍ନବାଚି ଉଠୁଛି ତେବେ ତାହା ଅଟେ ଚୀନର ଅନ୍ତରାଷ୍ଟ୍ରୀୟ ଛବି ଉପରେ ।

ଆରମ୍ଭରୁ ଲୁଚାଇଲା ସଂକ୍ରମିତ ସଂଖ୍ୟା

କରୋନା ସଂକ୍ରମଣକୁ ଲୁଚାଇବା କଥାକୁ ନେଇ ବିଶ୍ଵ ସ୍ତରରେ ଚୀନକୁ ଆଲୋଚନାର ଶିକାର ହେବାକୁ ପଡିଛି । ବିଶେଷ ରୂପରେ ପଶ୍ଚିମ ମିଡିଆ ଏହାକୁ ନେଇ ବହୁତ କିଛି କହୁଛି । ଚୀନ ଆରମ୍ଭରୁ କରୋନା ମାମଲାକୁ ଲୁଚାଇବା ପାଇଁ ଚେଷ୍ଟା କରିଛି । ଯେଉଁ ଡାକ୍ତର କରୋନାକୁ ନେଇ ସରକାରଙ୍କୁ ସଚେତନ କରିଥିଲା ତାକୁ ବି ଚୁପ କରାଇ ଦେଇଥିଲା । ପରେ ସେହି ଡାକ୍ତରର ବି କରୋନା ଦ୍ଵାରା ମୃତ୍ୟୁ ହୋଇଗଲା ।

ପୁଣି ଏକ ଚୀନ ବିଜନେସମ୍ୟାନ ଯିଏ କରୋନାକୁ ନେଇ ଶୀ ଜିଂନପିଂଗ ସହ ଆଲୋଚନା କରିଥିଲା ସେ ବି ଗାୟବ ହୋଇ ଯାଇଛି । କେବଳ ଏତିକି ନୁହେଁ କରୋନା ସଂକ୍ରମଣର ସଂଖ୍ୟାରେ ହେର ପେର କରିବାର ଆରୋପ ବି ଚୀନ ଉପରେ ଲାଗିସାରିଛି । ଆଧିକାରିକ ସଂଖ୍ୟା ଅନୁସାରେ ଚୀନରେ କରୋନା କାରଣରୁ ପାଖାପାଖି ୩୩୦୦ ଲୋକଙ୍କ ମୃତ୍ୟୁ ହୋଇଛି କିନ୍ତୁ କୁହାଯାଉଛି ଏହା ସତ ନୁହେଁ ।

ସାହାର୍ଯ୍ୟ କରିବାକୁ ଚେଷ୍ଟା କରୁଛି

ଚୀନ ଏହି ମହାମାରୀରୁ ମୁକ୍ତ ହେବା ପରେ ଅନ୍ୟ କେତେକ ଦେଶକୁ ସ୍ୱାସ୍ଥ୍ୟ ସାହାର୍ଯ୍ୟ ପହଞ୍ଚାଇବାର କଥା କହିଛି । କିନ୍ତୁ କୁହାଯାଉଛି କି ଏହା ସେ ନିଜର ଛବିକୁ ସୁଧାରିବା ପାଇଁ କହୁଛି । କହିବାକୁ ଗଲେ ଚୀନ କରୋନା ପୀଡିତ ଦେଶକୁ ମାସ୍କ ଓ ଅନ୍ୟ ମେଡିକାଲ ଉପକରଣ ବିକ୍ରି କରି ଆୟ କରିବାରେ ଲାଗିଛି ।

ଖରାପ ମାନର ଅଟେ ଜିନିଷ

କିନ୍ତୁ ଆପଣଙ୍କୁ କହିଦେଉଛୁ କି ଚୀନ ଦ୍ଵାରା ବିକ୍ରି କରାଯାଇଥିବା ଜିନିଷ ଗୁଡିକ ନିମନ ମାନର ଅଟେ ବୋଲି କୁହାଯାଉଛି । ଫକ୍ସ ନ୍ୟୁଜର ଏକ ରିପୋର୍ଟ ଅନୁସାରେ ଚୀନ ଦୁନିଆକୁ ଦେଖାଇବାକୁ ଚେଷ୍ଟା କରୁଛି କି ସେ ମେଡିକାଲ ଉପକରଣକୁ ଦାନ କରୁଛି, କିନ୍ତୁ ଅସଲରେ ଏମିତି ନୁହେଁ । କହିବାକୁ ଗଲେ ଚୀନ ଏହି ଉପକରଣକୁ ଅନ୍ୟ ଦେଶକୁ ବିକ୍ରି କରୁଛି ।

ଚୀନ ଲୋକମାନଙ୍କ ସହିତ ଭେଦଭାବ

ଏତିକି ନୁହେଁ କରୋନା ଭାଇରସ ୟୁରୋପର ସମସ୍ତ ଦେଶରେ ବ୍ୟାପିବା ପରେ ଚୀନର ଲୋକମାନଙ୍କୁ ଭେଦଭାବ ସହିବାକୁ ପଡୁଛି । କରୋନାକୁ ନେଇ ହୋଇଥିବା ଭୟାଭୟ କାରଣରୁ ୟୁରୋପ ଲୋକମାନେ ଚୀନ ଲୋକମାନଙ୍କୁ ଅପମାନିତ ବି କରୁଛନ୍ତି । କହିବାକୁ ଗଲେ କରୋନା ଭାଇରସ, ଲୋକମାନଙ୍କର ଚୀନ ପ୍ରତି ଚିନ୍ତାଧାରକୁ ବଦଳାଇ ଦେଇଛି ।

ବାୟୋଲୋଜିକାଲ ଅସ୍ତ୍ରର ଷଡଯନ୍ତ୍ରକୁ କହିଲା ମିଛ

ଚୀନ ଉପରେ ଏହି ସମୟରେ କରୋନାକୁ ନେଇ ବାୟୋଲୋଜିକାଲ ଅସ୍ତ୍ର ଷଡଯନ୍ତ୍ରର ଆରୋପ ବି ଲାଗିଛି । କିନ୍ତୁ ଚୀନ ଏହାକୁ ମିଛ କଥା ବୋଲି କହୁଛି ।

କେତେକ ଦେଶ କ୍ରୋଧିତ

ବ୍ରିଟେନର ବୋରିସ ଜନସନ ସରକାର ଚୀନର ଏହି କଥା ଉପରେ ବହୁତ ରାଗି ଯାଇଛନ୍ତି । ବ୍ରିଟିଶ ସରକାର କହିଛନ୍ତି କି ଥରେ କରୋନାର ସଙ୍କଟକୁ ଶେଷ ହୋଇଯିବା ପରେ ବୀଜିଂଗ ଠାରୁ ଏହାର ହିସାବ ନିଆଯିବ । ସରକାରୀ ଅଧିକାରୀମାନଙ୍କ କହିବା ଅଟେ କି ଏହାକୁ ନେଇ ଶୀର୍ଷ ନେତୃତ୍ୱରେ ବହୁତ ହିଁ କ୍ରୋଧର ପରିବେଶ ରହିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଖୋଲା ମଞ୍ଚରେ ଏହି କରୋନ ଭାଇରସକୁ ଚାଇନୀଜ ଭାଇରସ କହି ନିଜର କ୍ରୋଧ ପ୍ରକାଶ କରିସାରିଛନ୍ତି ।

ଇଟାଲୀରେ ତ ଚୀନ ବିରୁଦ୍ଧରେ ସୋସିଆଲ ମିଡିଆରେ ବହୁତ ପୋସ୍ଟ ବି ଲେଖା ଯାଉଛି । ଆମେରିକାର ଏକ ପ୍ରକାଶିତ ପତ୍ରିକା ଫରେନ ପଲିସୀରେ ଛପି ଥିବା ଏକ ଲେଖାରେ ଚୀନର ସମସ୍ତ ପ୍ରୟାସକୁ ନିଜର ଛବିକୁ ସୁଧାରିବାର ଚେଷ୍ଟା ବୋଲି କୁହାଯାଉଛି । କୁହାଯାଇଛି କି କରୋନା ମହାମାରୀକୁ ସାରା ଦୁନିଆକୁ ଦେବା ପରେ ଚୀନ ବର୍ତ୍ତମାନ ଚାହୁଁଛି କି କେହି ବି ତାହା ଉପରେ ଆଙ୍ଗୁଠି ନ ଉଠାନ୍ତୁ ।

ଅନ୍ୟ ପଟେ ଆଉଟଲୁକ ମାଗାଜିନରେ ପ୍ରକାଶିତ ଏକ ରିପୋର୍ଟ ଆନୁସାରେ ବର୍ତ୍ତମାନ ଚୀନ ସାମ୍ନାରେ ସବୁଠୁ ବଡ ମିସନ ହେଉଛି କରୋନା ଠାରୁ ମିଳିଥିବା କଳଙ୍କକୁ ଧୋଇବା । କିନ୍ତୁ ଏହି ରୋଗ ଦ୍ଵାରା ସାରା ଦୁନିଆରେ ହୋଇଥିବା ଲୋକମାନଙ୍କ ମୃତ୍ୟୁ ଦେଖି ଲାଗୁ ନାହି କି କୌଣସି ଦେଶ ଚୀନର ଏହି ଭୁଲକୁ କ୍ଷମା କରିଦେବେ । ବର୍ତ୍ତମାନ ସ୍ଥିତି ବହୁତ ଖରାପ ଅଛି । ସରକାର ଲୋକମାନଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି । ଏହା ସମାପ୍ତ ହେବା ପରେ ସମ୍ଭବତଃ ଦୁନିଆର କେତେକ ଶକ୍ତିଶାଳୀ ଦେଶ ଚୀନକୁ ହିସାବ ମାଗିବେ ।