ଏୟାର ଫୋର୍ସ ଓ ସେନାକୁ ଦିଆଗଲା ହାଇ ଏଲର୍ଟରେ ରହିବାକୁ ଆଦେଶ, ମୁତୟନ କରାଗଲା 10 ହଜାର ସୈନିକଙ୍କୁ, ଜାଣନ୍ତୁ କାହିଁକି

ଦେଶରେ ବହୁତ ଏମିତି ଜିନିଷ ଅଛି ଯେଉଁଥିପାଇଁ ଏକ ଶକ୍ତ ଆଇନ ହେବା ବହୁତ ଜରୁରୀ ଅଟେ । ଯେତେବେଳେ ନିର୍ବାଚନ ହେଉଥିଲା ତେବେ ମୋଦୀ ସରକାର ଏକ ମୁଦ୍ଦା ଉଠାଇ ଥିଲେ କି ଯଦି ତାଙ୍କର ସରକାର ଆସିଯିବ ତେବେ ୩୫A ଓ ଧାରା ୩୭୦ ଶେଷ କରିଦିଆଯିବ । କାଶ୍ମୀରରେ କିଛି ଅଲଗାୱବାଦୀ ନେତାମାନଙ୍କୁ ଡର ଲାଗୁଛି କି ବର୍ତ୍ତମାନ ନରେନ୍ଦ୍ର ମୋଦୀ ଏହିଭଳି ହିଁ କରି ପାରନ୍ତି । କାରଣ କାଶ୍ମୀର ଘାଟିର ସୁରକ୍ଷାକୁ ବଢାଇ ଦିଆ ଯାଇଛି । ଏୟାରଫୋର୍ସ ଓ ସେନାଙ୍କୁ ହାଇଅଲର୍ଟରେ ରଖାଯାଇଛି ।

ଏୟାରଫୋର୍ସ ଓ ସେନାଙ୍କୁ ଦିଆଗଲା ଆଦେଶ ହାଇଅଲର୍ଟରେ ରହିବା ପାଇଁ

ବର୍ତ୍ତମାନ ପର୍ଯ୍ୟନ୍ତ ଖବର ଆସୁଥିଲା କି କାଶ୍ମୀରେ ୧୦ ହଜାର ଯବାନ ତୈନାତ ଅଛନ୍ତି କିନ୍ତୁ ବର୍ତ୍ତମାନର ଖବର ଅନୁସାରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଜମ୍ମୁ – କାଶ୍ମୀରରେ ୨୫ ହଜାର ସୁରକ୍ଷାବଳ ଯବାନ ଆହୁରି ପଠାଇଛନ୍ତି । ଯେତେବେଳେ କି ଏହି କଥାକୁ ନିଜେ ମନ୍ତ୍ରାଳୟ ଭୁଲ ବୋଲି କହିଛନ୍ତି । ଶୁକ୍ରବାର ଦିନ ମାନେ ୨ ଅଗଷ୍ଟକୁ ମିଡିୟା ଏଜେନ୍ସିକୁ କିଛି ସରକାରୀ ସୂତ୍ରମାନେ କହିଲେ କି କେନ୍ଦ୍ର କାଶ୍ମୀରରେ କେବଳ ୧୦ ହଜାରରୁ ଅଧିକ ଯବାନକୁ ପଠାଇବା ପାଇଁ ଆଦେଶ ଦେଇଛନ୍ତି ।

ଏମାନଙ୍କୁ ନିଜର ଗନ୍ତବ୍ୟ (ନିର୍ଧାରିତ ସୀମା କ୍ଷେତ୍ର) ପର୍ଯ୍ୟନ୍ତ ପହଞ୍ଚାଇ ଦିଆ ଯାଉଛି । ଗୃହ ମନ୍ତ୍ରାଳୟ ଅନୁସାରେ ସୁରକ୍ଷାବଳର ୧୦୦ କମ୍ପାନୀକୁ ଆଣିବା ପାଇଁ ଓ ନେବା ପାଇଁ ବାୟୁସେନାର ସୀ-17 ଗ୍ଲୋବମାସ୍ଟର ବିମାନର ସାହାର୍ଯ୍ୟ ନିଆ ଯାଇଛି । ଏହା ଛଡା ସରକାର ଶୁକ୍ରବାର ଦିନ ଏୟାରଫୋର୍ସ ଓ ସେନାଙ୍କୁ ହାଇ ଅପରେସନ ଅଲର୍ଟରେ ରହିବା ପାଇଁ ଅର୍ଡର ଦେଇଛି । ସେନାର ପ୍ରମୁଖ ବିପିନ ରାୱତ ବି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଶ୍ରୀନଗର ଯାଇଛନ୍ତି ।

ମିଡିୟା ରିପୋର୍ଟସ ଅନୁସାରେ କେତେକ ଦରଗାହା, ମସ୍ଜିଦ ଓ ଅଦାଲତରୁ ବି ସୁରକ୍ଷା ହଟା ଦିଆ ଯାଇଛି ଓ ସେଠି ତୈନାତ ଯବାନମାନଙ୍କୁ ନିଜର ଜିଲ୍ଲାରେ ପୁଲିସ ଲାଇନରେ ରିପୋର୍ଟ କରିବା ପାଇଁ କୁହାଯାଇଛି । ଅମରନାଥ ଯାତ୍ରାର ସୁରକ୍ଷାରେ ତୈନାତ କିଛି ଯବାନଙ୍କୁ ବି ଅନ୍ୟ ଜାଗାରେ ସ୍ଥାନାନ୍ତରିତ କରାଯାଇଛି । ଏହା ଛଡା ରାଜ୍ୟରେ ଅମରନାଥ ଯାତ୍ରାକୁ ୪ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ସରକାର ଏହାର କାରଣ ଖରାପ ମୌସମ ବୋଲି କହିଛନ୍ତି । କିନ୍ତୁ ମୌସମ ବିଭାଗ ଏହିଭଳି କଛି ସୂଚନା ଦେଇ ନାହିଁ ।