ଆଗ୍ନେୟଗିରି ର କରାଳ ରୂପ, 6 ହଜାର ମାଇଲ ପର୍ଯ୍ୟନ୍ତ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଏହି Video ଦେଖିଲେ ଆପଣ ବି ଭୟଭୀତ ହେଇଯିବେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଭାଇରାଲ ଭିଡିଓ ଗୁଡିକ ଦେଖୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣାର ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ପ୍ରାକୃତିକ ଘଟଣା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଟୋଙ୍ଗା ଜ୍ଵାଳାମୁଖୀରେ ଆଗ୍ନେୟଗିରି ଉଦଗିରଣ ହୋଇଛି । ଏହି ଆଗ୍ନେୟଗିରି ଉଦଗିରଣଟି ବହୁତ ଭୟାବହ ଥିଲା । ପ୍ରଶାନ୍ତ ମହାସାଗରରେ ହୋଇଥିଲା ଆଗ୍ନେୟଗିରି ଉଦଗିରଣ । ଏହାର ପ୍ରଚଣ୍ଡ ଶବ୍ଦ ୬୦୦୦ ମାଇଲ ପର୍ଯ୍ୟନ୍ତ ଶୁଭିଥିଲା । ଆମେରିକାର ଆଲାସ୍କା ସ୍ଥିତ ବୈଜ୍ଞାନିକ ମାନେ ଏନେଇ ସ୍ପର୍ଷ୍ଟ କରିଛନ୍ତି । ସକାଳ ସାଢେ ୩ଟାରୁ ୪ଟା ମଧ୍ୟରେ  ଆଙ୍କୋରେକ ଓ ଫେୟାରବ୍ୟାଙ୍କରେ ଶବ୍ଦ ଶୁଭିଥିବା ଜଣା ପଡିଛି ।

ଆଗ୍ନେୟଗିରି ଉଦଗିରଣ ସୃଷ୍ଟି ହେବା ପରେ ସମୁଦ୍ର ଭିତରେ ଗଭୀର ଚାପ ସୃଷ୍ଟି ହେବା ପରେ ପ୍ରଚଣ୍ଡ ଶବ୍ଦ କରିଥିଲା । ଟୁଙ୍ଗା ଦ୍ଵିପରୁ ଆଲାସ୍କା ୬୦୦୦ ମାଇଲ ପର୍ଯ୍ୟନ୍ତ ଶୁଭିଥିଲା । ବିସ୍ପରଣର ତୀବ୍ରତାରେ ଭୂମିକମ୍ପ ଭଳି କମ୍ପନ ମଧ୍ୟ ହୋଇଥିଲା । ଜ୍ଵାଳାମୁଖୀ ବିସ୍ପରଣ ପରେ ପ୍ରଶାନ୍ତ ମହାସାଗରର ଜୁଆର ଆସି ନ୍ୟୁଜଲାଣ୍ଡ, ସାନ୍ତାକୃଶ ଓ ଆମେରିକାର କାର୍ଲିଫୋର୍ନିଆର ନଉକା ଗୁଡିକୁ ଭାଙ୍ଗି ଦେଇଛି । ଆମେରିକା ସହିତ ଅନ୍ୟ କେତେକ ଦେଶକୁ ମଧ୍ୟ ବର୍ତ୍ତମାନ ସୁନାମୀ ଆଲର୍ଟ ଜାରି ହୋଇଛି ।


ଆଲାସ୍କା ଜାତୀୟ ସୁନାମୀ ଚେତାବନୀ କେନ୍ଦ୍ରର ବୈଜ୍ଞାନିକ ମାନଙ୍କ ମତରେ, ଭୂମିକମ୍ପ ପରେ ସୁନାମୀର ବିପଦ ରହିଥାଏ ହେଲେ ଆଗ୍ନେୟଗିରି ଉଦଗିରଣ ପରେ ବର୍ତ୍ତମାନ ଭଳି ପରିସ୍ଥିତି ବହୁତ କମ ଦେଖିବାକୁ ମିଳିଛି । ବନ୍ଧୁଗଣ ଉଦଗିରଣ ପରେ ଟୋଙ୍ଗା ଦୀପ ସଂପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି । ଇଣ୍ଟର୍ନେଟ ଓ ଯୋଗାଯୋଗ ସେବା ବନ୍ଦ ହୋଇଯାଇଥିବାରୁ କ୍ଷୟ କ୍ଷତି ବିଷୟରେ ଜଣା ପଡି ନାହିଁ ।