Hospital ଭିତରେ ଚୋରୀ, ସିସିଟିଭିରେ ଧରା ପଡିଲା ଚୋରଣୀ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଚୋର ମାନଙ୍କର ସଂଖ୍ୟା ତୀବ୍ର ଗତିରେ ବଢିବାରେ ଲାଗିଛି । ଯାହା ପାଇଁ ସାଧାରଣ ଲୋକେ ଯେତେ ସାବଧାନ ରହିଲେ ମଧ୍ୟ ଚୋରୀ ହେବା କଥା ହେଉଛି । ଚୋର ମାନେ ଆଜିକା ଡେଟରେ ଏତେ ଚାଲାକ ହୋଇ ଗଲେଣି ଯେ ତାକୁ ଧରିବା ମୁସ୍କିଲ ହୋଇ ଯାଉଛି । ତେବେ ଏଭଳି ଏକ ଘଟନା ବର୍ତ୍ତମାନ ସାମନାକୁ ଆସିଛି । ଏହି ଘଟଣା ଟି ଘଟିଛି ଭଦ୍ରକ ଜିଲ୍ଲା ଏକ ହସ୍ପିଟାଲ ରେ ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ଜଣେ ମହିଳା ହସ୍ପିଟାଲ ରେ ଲାଇନ ଲଗାଇ ଠିଆ ହୋଇଥିବା ବେଳେ ତାଙ୍କ ଆଗରେ ଥିବା ବ୍ୟକ୍ତିଙ୍କର ପର୍ସ ରୁ ଟଙ୍କା ଚୋରୀ କରି ନେଉଛନ୍ତି । ଚୋରଣୀ ମହିଳା ଜଣକ ଏତେ ଚାଲାକ ଓ ଚତୁର ଯେ ନିଜର ଷ୍ଟ୍ରଲ ପକାଇ ସେ ଆଉ ଜଣେ ମହିଳାଙ୍କ ପର୍ସ ରୁ ଟଙ୍କା ଚୋରୀ କରି ସହଜରେ ସେଠାରୁ ଖସି ପଳାଉଛନ୍ତି ।

ସୂଚନା ଅନୁସାରେ ଯେଉଁ ମହିଳାଙ୍କର ଟଙ୍କା ଚୋରୀ ହୋଇଛି ସେ କୋଭିଡ଼ ଟେଷ୍ଟ କରିବା ପାଇଁ ହସପିଟାଲ କୁ ଆସିଥିଲେ । ଏହା ସହ ତାଙ୍କର କୌଣସି କାରଣ ବଶତ ଅପରେସନ ମଧ୍ୟ ହେବାର ଥିଲା । ଶିଶିଟିଭି ରେ ରେକର୍ଡ ହୋଇଥିବା ଏହି ଘଟଣା ଦେଖିବା ପରେ ଲାଗୁଛି ଆଜିର ସମାଜ ରେ ମହିଳା ଏମାନେ ଏତେ ଚାଲାକ ହୋଇ ଗଲେଣି ଯେ ଅନ୍ୟର ପରିସ୍ଥିତିକୁ ବୁଝୁ ନାହାନ୍ତି ।

ସୂଚନା ଯୋଗ୍ୟ କି ଯେଉଁ ମହିଳାଙ୍କର ଟଙ୍କା ଚୋରୀ ହୋଇଛି ସେ ବହୁତ ଗରିବ ଶ୍ରେଣୀର ଅଟନ୍ତି । ବର୍ତ୍ତମାନ ମହିଳା ଜଣକ କଣ କରିବେ କିଛି ବୁଝିପାରୁ ନାହାନ୍ତି । ଏହି ମାମଲାରେ ବର୍ତ୍ତମାନ ପ୍ରଶାସନ ନୀରବ ସାଜିଛି । ବିଗତ ବର୍ଷେ ହେବ ଏଭଳି ଚୋରୀ ଘଟଣା ଭଦ୍ରକ ହସ୍ପିଟାଲ ରେ ହେବାରେ ଲାଗିଛି । ଏହା ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଉ ନାହି ।

ଟଙ୍କା ଚୋରୀ ହୋଇଥିବା ମହିଳା କହିଛନ୍ତି ସେ ତାଙ୍କର ସ୍ଵାମୀଙ୍କର ପରେସନ ପାଇଁ ୧୫ ହଜାର ଟଙ୍କା ନିଜ ପାଖରେ ରଖିଥିଲେ ଯାହା ବର୍ତ୍ତମାନ ଚୋରୀ ହୋଇ ଯାଇଛି । ସେ ଏବେ ନିଜ ସ୍ଵାମୀଙ୍କର ଚିକିତ୍ସା କେମିତି କରିବେ ତାହା ପ୍ରଶ୍ନ ଉଠୁଛି । ମହିଳା ଜଣକ କହିଛନ୍ତି ଯେଉଁ ମହିଳା ଚୋରୀ କରି ନେଇଛନ୍ତି ଟଙ୍କା ସେ ତାଙ୍କ ଘରକୁ ଯାଇଥିଲେ କିନ୍ତୁ ଆଉ ଟଙ୍କା ପାଇ ନ ଥିଲେ । ଯାହା ପାଇଁ ସେ ନିରାଶ ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।