INS Chilika ରୁ ଉଦ୍ଧାର କରାଯାଇଥିବା ଆହତ King Cobra ସୁସ୍ଥ ହେବା ପରେ ପେଟେ ପାଣି ପିଇ…ଦେଖନ୍ତୁ Video

ବର୍ତ୍ତମାନ ବନ୍ୟ ଜୀବଜନ୍ତୁ ଘରେ ପଶିବା ଆରମ୍ଭ କରି ଦେଲେଣି । ଏହା ଏଥିପାଇଁ କାରଣ ଆଜିକାଲି ସମସ୍ତେ ଜଙ୍ଗଲ ନଷ୍ଟ କରିବାରେ ଲାଗିଛନ୍ତି । ବନ୍ୟ ଜୀବଜନ୍ତୁ ଖାଦ୍ୟ ସନ୍ଧାନରେ ଘର ଭିତରକୁ ଚାଲି ଆସୁଛନ୍ତି । ବିଶେଷ କରି ସାପମାନେ । ଆପଣମାନେ ପ୍ରାୟତଃ ଶୁଣୁଥିବେ କି ସାପ କାହା ଘର ଭିତରକୁ ପଶି ଯାଇଛି । ଗ୍ରାମାଞ୍ଚଳରେ ଅଧିକ ଶୁଣିବାକୁ ମିଳିଥାଏ । କେତକ ଲୋକମାନେ ତ ସାପକୁ ଦେଖିବା ମାତ୍ରେ ତାକୁ ମାରିବାକୁ ଚେଷ୍ଟା କରନ୍ତି ଓ କେତେ ଲୋକମାନେ ମାରି ବି ଦିଅନ୍ତି ।

କିନ୍ତୁ ଆଜି ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ଦେଖିବା ପରେ ବନ୍ୟ କର୍ମଚାରୀମାନଙ୍କୁ ସୂଚନା ଦିଅନ୍ତି । ବନ୍ୟ କର୍ମଚାରିମାନେ ଆସି ସେହି ସାପକୁ ଉଦ୍ଧାର କରି ତାକୁ ସୁରକ୍ଷିତ ଜଙ୍ଗଲ ମଧ୍ୟରେ ଛାଡି ଦିଅନ୍ତି । କହିବାକୁ ଗଲେ କିଛି ଦିନ ତଳେ ଉଦ୍ଧାର କରାଯାଇ ଥିବା ଏକ ବିଶାଳକାୟ ଅହିରାଜ ସାପକୁ ବନ ବିଭାଗ କର୍ମଚାରୀମାନେ ଆଜି ଘଞ୍ଚ ଜଙ୍ଗଲ ମଧ୍ୟକୁ ଛାଡି ଦେଇଛନ୍ତି ।

ଖୋର୍ଦ୍ଦା ବାଲୁଗାଁ ରେଞ୍ଜ ଫରେଷ୍ଟର ଜିତେନ୍ଦ୍ର କୁମାର ନାୟକଙ୍କ ଓ ତାଙ୍କର ସହକର୍ମୀ ୧୨ ଫୁଟ ର ଏକ ଅହିରାଜ ସାପକୁ ଜଙ୍ଗଲ ଭିତରକୁ ଛାଡି ଦେଇଛନ୍ତି । କହିଦେଉଛୁ କି କିଛି ଦିନ ତଳେ ୧୨ ଫୁଟର ଏହି ଅହିରାଜ ସାପକୁ ଚିଲିକା ନିକଟରେ ଉଦ୍ଧାର କରାଯାଇ ଥିଲା । ଉଦ୍ଧାର ପରେ ବନକର୍ମଚାରୀମାନେ ଜାଣି ପାରିଲେ କି ସାପର ପିଞ୍ଜରା ହାଡ ଭାଙ୍ଗି ଯାଇଛି । ଯେଉଁ କାରଣରୁ ସାପ ଟି କୌଣସି ବି ସ୍ଥାନକୁ ଯାଇ ପାରୁ ନ ଥିଲା ।

ବନ ବିଭାଗ କର୍ମଚାରୀମାନେ ଅହିରାଜ ସାପକୁ ଉଦ୍ଧାର  କରି ଭୂବନେଶ୍ଵରରେ ଚିକିତ୍ସା କରୁଥିଲେ । ସାପଟି ଯେତେବେଳେ ସୁସ୍ଥ ହୋଇଗଲା ତେବେ ତାକୁ ଜଙ୍ଗଲରେ ଛାଡି ଦିଆ ଗଲା । ସାପକୁ ଛାଡିବା ସମୟରେ ଦେଖିବାକୁ ମିଳିଲା କି ସାପଟି ପେଟେ ପାଣି ପିଇଲା ଓ ସେ ଜଙ୍ଗଲ ଭିତରକୁ ଚାଲି ଗଲା ।

ଫରେଷ୍ଟ ଅଫିସର ଜିତେନ୍ଦ୍ର କୁମାର କହିଲେ କି ଆମେ ସମସ୍ତେ ମିଶି ସାପର ଧ୍ୟାନ ରଖିଥିଲୁ ଓ ତାର ଚିକିତ୍ସା ମଧ୍ୟ କରୁଥିଲୁ । ବର୍ତ୍ତମାନ ସେ ବହୁତ ସୁସ୍ଥ ଅଛି । ଆମେ ଦେଖିଲୁ କି ସାପଟିକୁ ଛାଡିବା ପରେ ସେ ପ୍ରଥମେ ଭଲ ଭାବରେ ପାଣି ପିଇଲା । ଜଙ୍ଗଲରେ ଛାଡିବା ପରେ ସୁସ୍ଥ ଭାବରେ ସେ ନିଜେ ଚାଲି ଗଲା । ଆମେ ଆଶା କରୁଛୁ ସେ ଜଙ୍ଗଲରେ ସୁସ୍ଥ ରହିବ ।