Odisha ରେ କେବେ ଖୋଲିବ ସ୍କୁଲ ? ଏହାକୁ ନେଇ କଣ କହୁଛନ୍ତି ଶିକ୍ଷାବିତ ? ଦେଖନ୍ତୁ Video

କରୋନା ଓ ଲକଡାଉନ ଯୋଗୁ ବର୍ତ୍ତମାନ ସ୍କୁଲ କିଛି ପିଲାମାନଙ୍କ ପାଇଁ ସ୍ଵପ୍ନ ହୋଇ ଯାଇଛି । ଏହି କାରଣରୁ ପିଲାମାନଙ୍କ ପାଠ ପଢା ଉପରେ ବି ପ୍ରଭାବ ପଡୁଛି । ଯେତେବେଳେ ନୂତନ ଗାଇଡଲାଇନ ଆସୁଛି ତେବେ ସେଥିରେ ସ୍କୁଲ ଖୋଲିବାକୁ ନେଇ କଣ କୁହାଯାଇଛି ଏହା ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଫେବ୍ରୁୟାରୀ ଗାଇଡଲାଇନରେ ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ନେଇ କଣ ନିଷ୍ପତି ନେବେ ଏହା ଏକ ବର୍ତ୍ତମାନ ବଡ ପ୍ରଶ୍ନ ।

ସବୁବେଳେ ସ୍କୁଲ ଖୋଲିବାକୁ ନେଇ ଚାରିଆଡେ ଚର୍ଚା ହେଉଛି । ସୂଚନା ଅନୁସାରେ ମୁମ୍ବାଇରେ ବର୍ତ୍ତମାନ ସ୍କୁଲ ଖୋଲି ଯାଉଛି । ଯଦି କରୋନା ମାମଲାରେ ମହାରାଷ୍ଟ୍ର ଓ ଓଡିଶାର ସ୍ଥିତି ବିଷୟରେ କହିବା ତେବେ ମହାରାଷ୍ଟ୍ର ତୁଳନାରେ ଓଡିଶାର ସ୍ଥିତି ବହୁତ ଭଲ ଅଛି । ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ନେଇ କଣ ନିଷ୍ପତି ନେବେ ତାହାକୁ ନେଇ ବର୍ତ୍ତମାନ ଚର୍ଚା ଜୋର ଧରିଛି ।

ଏହି ବିଷୟକୁ ନେଇ ପ୍ରଫେସର ରଘୁନାଥ ପଣ୍ଡା କହିଲେ କି ବହୁତ ଭଲ ଖବର ଶୁଣିବାକୁ ମିଳିଲା କି ମହାରାଷ୍ଟ୍ରରେ ପ୍ରାଥମିକ ସ୍କୁଲ ଖୋଲିବାକୁ ଯାଉଛୁ । ଏହା ମଧ୍ୟରେ ଯଦି ଅଭିଭାବକ ଛାତ୍ର ଛାତ୍ରୀମାନଙ୍କୁ କହିବେ ତେବେ ସେମାନେ ହିଁ ସ୍କୁଲ ଆସିବେ । ନଚେତ ସମସ୍ତଙ୍କୁ ଅନ୍ଲାଇନ ପଢାଯିବ । ପାଠ ପଢା ଉଭୟ ଅନ୍ଲାଇନ ଓ ଅଫଲାଇନ ଚାଲିବ ।

ଯଦି ଓଡିଶା ବିଷୟରେ କହିବା ତେବେ ଓଡିଶାରେ ସଂକ୍ରମଣର ସ୍ଥିତି ଠିକ ନାହିଁ । କହିଦେଉଛୁ କି ଓମିକ୍ରନ ଅଧିକ ଭୟଙ୍କର ନୁହେଁ । ତଥାପି ଆମେ ସ୍ଥିତି ଠିକ ଅଛି ବୋଲି କହି ପାରିବା ନାହିଁ । ଯଦି ଅଚାନକ ସ୍କୁଲ ଖୋଲିଯିବ ତେବେ ଛୋଟ ପିଲାମାନେ ସେହିଭଳି ନିଜକୁ ସୁରକ୍ଷିତ ରଖି ପାରିବେ ନାହିଁ ।

ସେହି ଦଶମ, ଦ୍ଵାଦଶ ପିଲାମାନଙ୍କ ପାଇଁ ସ୍କୁଲ ଖୋଲାଯିବ । ଅନ୍ୟ ପଟେ ଆପଣ ଦେଖି ପାରିବେ କି ୧୯ ତାରିଖରୁ ଲଗାତାର ସଂକ୍ରମଣ କମୁଛି । ଆମେ ସମସ୍ତେ ଆଶା କରିବୁ ଏହିଭଳି କିଛି ହେଉ । ଅନ୍ୟ ପଟେ ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଯିବ । ସରକାର ଓମିକ୍ରନର ସ୍ଥିତି ଦେଖି ଓ ଅନ୍ୟ ସବୁ କଥା ଉପରେ ବିଚାର କରି କିଛି ନିଷ୍ପତି ନେଇ ପାରନ୍ତି ।