Virat Kohli ଙ୍କ ବିବାହକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର Shoaib Akhtar ଦେଲେ ଏମିତି ବିବାଦୀୟ ବୟାନ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ଭାରତରେ ସବୁବେଳେ କ୍ରିକେଟକୁ ନେଇ ଚର୍ଚା ଚାଲିଥାଏ । ବର୍ତ୍ତମାନ ଭରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଚାଲିଛି । ଭାରତ ଦକ୍ଷିଣ ଆଫ୍ରିକା ଠାରୁ ପରଜାୟର ସାମ୍ନା କରିଛି । ଏମିତିରେ ବର୍ତ୍ତମାନ ଚାରି ଆଡେ କ୍ରିକେଟକୁ ନେଇ ଚର୍ଚା ଜୋର ଧରିଛି । ସମସ୍ତେ ଭାରତର ପରଜାୟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଏହା ସହିତ ପାକିସ୍ତାନର କ୍ରିକେଟରମାନେ ପ୍ରାୟତଃ ଭାରତୀୟ ଖେଳାଳିମାନଙ୍କୁ ମନ୍ତବ୍ୟ ଦେଇଥାନ୍ତି ।

ଯାହାକି ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଥାଏ । କହିଦେଉଛୁ କି ଭାରତର ପରାଜୟ ପରେ ପାକିସ୍ତାନର ପୂର୍ବ କ୍ରିକେଟର ଶୋୟେବ ଅଖ୍ତର ଭାରତର ଚର୍ଚିତ ଖେଳାଳି ବିରାଟ କୋହଲିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଯାହାକି ବର୍ତ୍ତମାନ ଚାରିଆଡେ ଭାଇରାଲ ହେବାରେ ଲାଗିଛି । କହିବାକୁ ଗଲେ ଶୋୟେବ ଅଖ୍ତର ବିରାଟ କୋହଲିଙ୍କ ବିବାହକୁ ନେଇ ମନ୍ତବ୍ୟ ଦେଇଛନ୍ତି ।

ଯାହାକି ବୋଧେ ହୁଏ ବିରାଟ କୋହଲିଙ୍କୁ ପସନ୍ଦ ନ ଆସି ପାରେ । ପାକିସ୍ତାନର ପୂର୍ବ କ୍ରିକେଟର ଶୋୟେବ ଅଖ୍ତର କହିଲେ କି ଯଦି ସେ ବିରାଟ କୋହଲିଙ୍କ ସ୍ଥାନରେ ଥାନ୍ତେ ତେବେ ସେ ବିବାହ କରି ନ ଥାନ୍ତେ । ସେ ନିଜର କ୍ରିକେଟ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଇ ଥାନ୍ତେ । ବିରାଟଙ୍କୁ ୧୨୦ ଟି ଶତକ ମାରିବା ପରେ ବିବାହ କରିବା ଉଚିତ ଥିଲା ।

ଏହା ପୂର୍ବରୁ ଅଧିନାୟକ ହେବ ବି ଉଚିତ ନ ଥିଲା । ମୁଁ ଚାହୁଁ ନ ଥିଲି କି ସେ ବିବାହ କରନ୍ତୁ । ଶୋୟେବ ଅଖ୍ତର ଆଗକୁ କହିଲେ କି କଣ ଠିକ କଣ ଭୁଲ ଏହା ଜଣା ନାହିଁ । ପଛ କଥା ଛାଡି ବର୍ତ୍ତମାନ ଆଗକୁ କେମିତି ବଢି ହବ ତା ଉପରେ ଗୁରୁତ୍ଵ ଦବା ଉଚିତ । ଏହା ସହିତ ଯେତେବେଳେ ବିରାଟ କୋହଲିଙ୍କ ଅଧିନାୟକ ପଦକୁ ନେଇ ବିବାଦ ହୋଇଥିଲା ତେବେ ସେହି ସମୟରେ ବି ଶୋୟେବ ଅଖ୍ତର ମନ୍ତବ୍ୟ ଦେଇ ଥିଲେ ।

ସେ କହିଥିଲେ କି ବିରାଟ କୋହଲି ନିଜେ ଅଧିନାୟକ ପଦ ଛାଡି ନାହାନ୍ତି । ତାଙ୍କୁ ଛାଡିବା ପାଇଁ ବାଧ୍ୟ କରାଯାଇଛି । ଶୋୟେବ ଅଖ୍ତରଙ୍କ ଏହିଭଳି ପ୍ରାୟତଃ ବୟାନ ଦେଇଥାନ୍ତି । କହିଦେଉଛୁ କି ଶୋୟେବ ଅଖ୍ତର ନିଜ ସମୟରେ ଜଣେ ଭଲ ବୋଲର ଥିଲେ । ସେ ସବୁଠୁ ଅଧିକ ସ୍ପୀଡରେ ବୋଲିଙ୍ଗ କରୁଥିଲେ ଓ ସେଥିପାଇଁ ତାଙ୍କୁ ରାଉଳ ପିଣ୍ଡି ଏକ୍ସପ୍ରେସ ବି କୁହାଯାଏ ।