ଅର୍ଦ୍ଧ କାପାଳୀ ମୁଣ୍ଡବିନ୍ଧା ବା ମାଇଗ୍ରେନ କଣ ? ଜାଣନ୍ତୁ ଏହାର ସଠିକ ଚିକିତ୍ସା- Dr Priyabrata Nayak

ଯଦି ଆପଣଙ୍କର ଅର୍ଦ୍ଧ କପାଳ ମୁଣ୍ଡବିନ୍ଧାର ଆଟାକ୍ ବାରମ୍ବାର ହେଉଛି ତେବେ ପ୍ରଥମେ ଗୋଟାଏ ଅନ୍ଧାର ଘରକୁ ଯାଇ ଶୋଇବାକୁ ଚେଷ୍ଟା କରନ୍ତୁ । ଏହି ଅର୍ଦ୍ଧ କପାଳ ମୁଣ୍ଡବିନ୍ଧା ଗୋଟିଏ ଶାନ୍ତ ପରିବେଶରେ ବହୁ ମାତ୍ରାରେ କମିଯାଏ । ଏହାପରେ ଯଦି ମୁଣ୍ଡବିନ୍ଧା କହୁନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ସାଧାରଣ ମୁଣ୍ଡ ବିନ୍ଧା ଆମେ ଦେଖୁ ତାହା ହେଉଛି ଅଧକପାଳି । ଭାରତରେ ପ୍ରାୟ ୧୫-୨୦ କୋଟି ଭିତରେ ଏହି ରୋଗରେ ଆକ୍ରାନ୍ତ । ପୁରୁଷ ଏବଂ ମହିଳା ଉଭୟ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି କିନ୍ତୁ ଆମେ ଜାଣିଛୁ ଯେ ମହିଳା ମାନଙ୍କ ମଧ୍ୟରେ ଅଧକପାଳି ଅଧିକ ମାତ୍ରାରେ ଦେଖା ଯାଇଥାଏ । ସାଧାରଣତଃ ଏହା ଯେକୌଣସି ବୟସରେ ଦେଖା ଦେଇପାରେ । ଏହା ୩୦-୫୦ ବର୍ଷ ଭିତରେ ଅଧିକ ମାତ୍ରାରେ ଦେଖାଯାଏ । ଯଦି ଏହା ଛୋଟ ଛୁଆଙ୍କ ମଧ୍ୟରେ ଦେଖାଦିଏ ତେବେ ଆମେ ତାଙ୍କୁ ଶୈଶବ ଅଧକପାଳ ମୁଣ୍ଡବିନ୍ଧା କହିଥାଉ ।

ଅଧକପାଳି ମୁଣ୍ଡବିନ୍ଧା ଦୁଇ ପ୍ରକାରର ହୋଇଥାଏ । ୧- ଏପିସୋଡିକ୍ ମୁଣ୍ଡବିନ୍ଧା ଯେଉଁଥିରେ ମୁଣ୍ଡବିନ୍ଧା ମାସକୁ ଦୁଇଥର, ଚାରିଥର, ଏବଂ ଦୁଇ ତିନି ମାସରେ ଥରେ ହେଇପାରେ ।

୨- ଦ୍ଵିତୀୟ ପ୍ରକାର ମୁଣ୍ଡବିନ୍ଧା ହେଉଛି କ୍ରନିକ୍ ମାଇଗ୍ରେନ ଲାଗିରହେ କିମ୍ବା ୧୫ ଦିନରୁ ଅଧିକ ଗୋଟିଏ ମାସରେ ହୋଇଥାଏ । ଏହି ଅଧକପାଳି ମୁଣ୍ଡବିନ୍ଧା ବହୁତ ସାଂ-ଘା-ତି-କ ହୋଇଥାଏ । ଏଥିରେ ସାଧାରଣତଃ ମୁଣ୍ଡ ଧକଧକ ହେଉଛି ବୋଲି ଲୋକ କହିଥାନ୍ତି । ଏହାଦ୍ବାରା ବାନ୍ତି ହୁଏ ଏବଂ ଅନ୍ଧାର ମଧ୍ୟ ଦିଶିଥାଏ ସେଥିପାଇଁ ଅନ୍ଧାର ଘରେ ଶୋଇବା ପାଇଁ କୁହନ୍ତି ।

ଏହାର ୫ଟି ସ୍ଟେଜ୍‌ଅଛି ।

୧- ପ୍ରଥମଟି ହେଉଛି ଦେହ ଘୋଳାବିନ୍ଧା କରିବା ।

୨- ଦ୍ଵିତୀୟ ରେ ହାତଗୋଡ ଝିମ୍ ଝିମ୍ ହେବା, ଆଖି ଆଗରେ ଲାଇଟ୍ ଭଳି ଦିଶିବା ।

୩- ତୃତୀୟରେ ଅଧାକପାଳ ମୁଣ୍ଡ ବିନ୍ଧା ହେବା, ଯାହା ୭୦% ଲୋକଙ୍କ ଠାରେ ଦେଖାଯାଏ । ଏହାପରେ ଦୁଇ ପାର୍ଶ୍ଵରେ ପ୍ରଭାବ ପକାଇଥାଏ । ଏହା ସାଧାରଣତଃ ୪-୭୨ ଘଣ୍ଟା ପର୍ଯ୍ୟନ୍ତ ଲାଗିରୁହେ ।

୪- ଚତୁର୍ଥ ରେ ମୁଣ୍ଡବିନ୍ଧା ପରେ କ୍ଳାନ୍ତ ହୋଇ ପଡିଥାନ୍ତି ଏବଂ କୈାଣସି କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି ନାହିଁ ।

ଏହି ଅଧକପାଳି ମୁଣ୍ଡବିନ୍ଧା ର ଉପଚାର କିପରି କରିବା ? ଯଦି ଆପଣ ଜାଣି ପାରୁଛନ୍ତି କୈାଣସି କାରଣ ପାଇଁ ମୁଣ୍ଡବିନ୍ଧା ହେଉଛି । ଯେମିତିକି କୈାଣସି ସେଣ୍ଟ କି ଅତର ବ୍ୟବହାର କଲେ, ଖାଦ୍ୟ ଖାଇଲେ, ନ ଶୋଇଲେ, ଉପବାସ କଲେ । ଏହି ସବୁ ଦୂରେଇବାକୁ ପଡ଼ିବ । ମ-ଦ୍ୟ-ପା-ନ କରୁଛନ୍ତି ତେବେ ଏହା ବନ୍ଦ କରନ୍ତୁ ।

ପ୍ରଥମେ ଆପଣ କୈାଣସି ଶାନ୍ତ ଯାଗାରେ ବିଶ୍ରାମ କରନ୍ତୁ, ତଥାପି ଯଦି କମୁନାହିଁ ତେବେ ପା-ରା-ସି-ଟା-ମ-ଲ୍, ଆ-ପ୍ରୋ-କ୍ସି-ନ୍ ଖାଇ ନିଅନ୍ତୁ । ଏହା ପରେ ଯଦି ନ କମେ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ମାସରେ ୧୦ ରୁ ଅଧିକ ଥର ମୁଣ୍ଡବିନ୍ଧା ହେଉଥିଲେ ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ରୂପେ ନିଅନ୍ତୁ ।