ଆଡମିଟ କାର୍ଡ ଘରେ ଭୁଲିଯାଇଥିଲା ଛାତ୍ରୀ, ପୋଲିସ ଭାଇ କରିନଥିଲେ ସାହାର୍ଯ୍ୟ ତ ବର୍ବାଦ ହୋଇଯାଇଥାନ୍ତା ଛାତ୍ରୀର ପୁରା ବର୍ଷ

ଆଜିକାଲିର ସମୟରେ ଦେଶର ଅବସ୍ଥା ଏମିତି ହୋଇଯାଇଛି କି ଲୋକମାନଙ୍କ ଭରସା ପୋଲିସ ଉପରୁ ଉଠିଯାଇଛି । ବର୍ତ୍ତମାନ ସମୟରେ ଲୋକମାନେ ପୋଲିସ ଉପରେ ଟିକେ ହେଲେ ମଧ୍ୟ ଭରସା କରୁ ନାହାନ୍ତି । ହେଲେ ବେଳେ ବେଳେ ପୋଲିସମାନଙ୍କ ସହ ଜଡିତ ଏମିତି କିଛି ଖବର ଆସୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହିପରି ଏକ ଘଟଣା ଘଟିଛି ଯେଉଁଠି ଜଣେ ପୋଲିସ କର୍ମଚାରୀଙ୍କ ସହାୟତାରେ ଛାତ୍ରୀ ୧୦ମ ପରୀକ୍ଷା ଦେଇପାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଛାତ୍ରୀ ଜଣକ ୧୦ମ ପରୀକ୍ଷା ପାଇଁ ଶୀଘ୍ର ଶୀଘ୍ରରେ ନିଜ ଆଡମିଟ କାର୍ଡ ଭୁଲିଯାଇଥିଲା । ଯେତେବେଳେ ସେ ନିଜ ଘରୁ ବାହାରି ୫ କିମି ଦୂର ସ୍କୁଲରେ ପହଞ୍ଚିଥିଲେ, ସେତେବେଳେ ଛାତ୍ରୀକୁ ମନେ ପଡିଥିଲା କି ସେ ନିଜ ଆଡମିଟ କାର୍ଡକୁ ଘରେ ଛାଡି ଆସିଛନ୍ତି । ସେହି ସମୟରେ ଏକ ପୋଲିସ କର୍ମଚାରୀ ତାଙ୍କୁ ସାହାର୍ଯ୍ୟ କରିଥିଲେ । ଯାହାଫଳରେ ଛାତ୍ରୀଙ୍କର ପୁରା ବର୍ଷ ବରବାଦ ହେବାରୁ ବଞ୍ଚିଯାଇଥିଲା ଓ ସେହି ଛାତ୍ରୀ ଜଣକ ୧୦ମ ବୋର୍ଡ ପରୀକ୍ଷା ଦେବାରେ ସଫଳ ହୋଇଥିଲେ ।

ସେହି ଛାତ୍ରୀର ନାମ ହେଉଛି ସୁମନ । ସୁମନ ପରୀକ୍ଷା ଦେବା ପାଇଁ ଯେତେବେଳେ ଘରୁ ବାହାରିଲା ସେତେବେଳେ ସେ ତାର ଆଡମିଟ କାର୍ଡ ଭୁଲିଯାଇଥିଲା । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ତାର ମନେ ପଡିଥିଲା କି, ସେ ତା’ର ଆଡମିଟ କାର୍ଡକୁ ଘରେ ଛାଡିଦେଇଛି ଓ ବିନା ଆଡମିଟ କାର୍ଡରେ ତାକୁ ପରୀକ୍ଷା ହଲରେ ପ୍ରବେଶ ମିଳିବ ନାହିଁ । ସେହି ସମୟରେ ସୁମନ ଭୟଭୀତ ହୋଇ ପାଖରେ ଥିବା ଏକ ଟ୍ରାଫିକ ପୋଲିସ ଚେତନ୍ୟ ମଲିକକୁ ନିଜ ସମସ୍ୟା ବିଷୟରେ କହିଥିଲା ।

ସୁମନର ପରୀକ୍ଷା ଜୈସବାଲ ବିଦ୍ୟାମନ୍ଦିର ଫର ଗଲ୍ସ ମଣିକତଲ୍ଲାରେ ଥିଲା ଓ ଛାତ୍ରୀର ଘର ସାହିତ୍ୟ ପରିଷଦ ଷ୍ଟ୍ରିଟ କ୍ରଶିଙ୍ଗ ପାଖରେ ଥିଲା । ସୁମନଙ୍କ ସମସ୍ୟା ଜାଣିବାପରେ ସେହି ପୋଲିସ କର୍ମଚାରୀ ଜଣକ ସୁମନଙ୍କ ମା’ଙ୍କୁ ଯୋଗାଯୋଗ କରିଥିଲେ । ସୁମନଙ୍କ ମା’ ସହ ଯୋଗାଯୋଗ କରିବା ପରେ କର୍ମଚାରୀ ମଲିକ ସୁମନଙ୍କ ଘରକୁ ଯାଇଥିଲେ ଓ ଆଡମିଟ କାର୍ଡ ଆଣି ସୁମନକୁ ଦେଇଥିଲେ ।

ଯାହା ଫଳରେ ସୁମନ ପରୀକ୍ଷା ହଲରେ ପ୍ରବେଶ କରିପାରିଲା ଓ ୧୦ମ ବୋର୍ଡ ପରୀକ୍ଷା ଦେବାରେ ସଫଳ ହୋଇପାରିଲା । ସ୍କୁଲରୁ ବାହାରିବା ପରେ ସୁମନ ପ୍ରଥମେ ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲା ଓ କହିଲା ଯଦି ଆଜି ତୁମେ ମୋତେ ସାହାର୍ଯ୍ୟ କରିନଥାନ୍ତ ତେବେ ମୁଁ ପରୀକ୍ଷା ଦେଇପାରିନଥାନ୍ତି ଓ ମୋର ଗୋଟେ ବର୍ଷ ନଷ୍ଟ ହୋଇଯାଇଥାନ୍ତା ।