ଇୱାଙ୍କା ଟ୍ରମ୍ପଙ୍କ ଏହି ସ୍ଵପ୍ନ ରହିଗଲା ଅଧା, କହିଲେ ପୁଣିଥରେ ଆସିବେ ଭାରତ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରିବାର ସହିତ ବର୍ତ୍ତମାନ ହିଁ ଭାରତକୁ ଆସିଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନର ଏହି ଟୁରରେ ତାଙ୍କ ସହିତ ତାଙ୍କର ପତ୍ନୀ ମେନାଲିୟା ଟ୍ରମ୍ପ, ଝିଅ ଇୱାଙ୍କା ଟ୍ରମ୍ପ ଓ ଜ୍ଵାଇଁ ଜ୍ୟାରେଡ କଶନର ବି ଭାରତକୁ ଆସିଥିଲେ । ଏହି ସମୟରେ ପ୍ରଥମ ଦିନ ଡୋନାଲ୍ଡ ଟ୍ରମ୍ପ ନିଜର ପରିବାର ସହିତ ତାଜମହଲ ବି ଯାଇଥିଲେ ଓ ତାଜମହଲରେ ଡୋନାଲ୍ଡ ଟ୍ରମ୍ପ ବହୁତ ସମୟ ମଧ୍ୟ ବିତାଇଥିଲେ ।

କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇୱାଙ୍କା ଟ୍ରମ୍ପଙ୍କ ମନ ତାଜମହଲର ସୁନ୍ଦରତାକୁ ଦେଖି ଭରି ନାହିଁ ଓ ଇୱାଙ୍କା ଟ୍ରମ୍ପ ପୁଣି ଥରେ ଭାରତକୁ ଆସି ତାଜମହଲ ଦେଖିବାର କଥା କହିଛନ୍ତି । ଇୱାଙ୍କା ଟ୍ରମ୍ପଙ୍କ ଅନୁସାରେ ତାଙ୍କର ଗୋଟିଏ ସ୍ଵପ୍ନ ଅଧା ରହିଗଲା ଓ ସେ ନିଜର ଏହି ସ୍ଵପ୍ନକୁ ପୁରା କରିବା ପାଇଁ ପୁଣିଥରେ ଭାରତକୁ ଆସି ତାଜମହଲକୁ ନିଶ୍ଚିତ ଯିବେ ।

ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଅହମଦାବାଦରୁ ସିଧା ତାଜମହଲ ନିଜର ପରିବାର ସହିତ ପହଞ୍ଚିଥିଲେ । ଆଗ୍ରା ପହଞ୍ଚିବା ପରେ ଇଂୱାକା ଟ୍ରମ୍ପ ଯେତେବେଳେ ତାଜମହଲକୁ ଦେଖିଲେ ତେବେ ସେ ତାଜମହଲର ସୁନ୍ଦରତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଇଂୱାକା ଟ୍ରମ୍ପଙ୍କ ଅନୁସାରେ ଯେତେବେଳେ ସେ ତାଜମହଲର ରୟଲ ଗେଟରେ ପହଞ୍ଚିଲେ ତେବେ ସେ ଆଇଫୋନରୁ ଭିଡିଓ ତିଆରି କରିବା ଆରମ୍ଭ କରିଦେଲେ ।

ଏହିଭଳି ଭାବରେ କରିଲେ ତାଜମହଲର ପ୍ରଶଂସା

ଇଂୱାକା ଟ୍ରମ୍ପ କହିଲେ କି ସେ ନିଜର ସ୍ଵାମୀ ଜ୍ୟାରେଡଙ୍କ ସହିତ ତାଜମହଲରେ ପହଞ୍ଚି ସେଲ୍ଫୀ ନେବାକୁ ଲାଗିଲେ । କିନ୍ତୁ ତାଜମହଲ ଯେମିତି ଫଟୋରେ ନଜର ଆସୁଛି ତାଜମହଲ ତାହା ଠାରୁ ଅଧିକ ସୁନ୍ଦର ଅଟେ । ଇଂୱାକା ଟ୍ରମ୍ପ କହିଲେ କି ସେ ପୁଣି ଥରେ ତାଜମହଲକୁ ଦେଖିବା ପାଇଁ ଭାରତ ଆସିବେ ।

ତାଜମହଲର ଇତିହାସ ବିଷୟରେ ଜାଣିଲେ

ଇଂୱାକା ଟ୍ରମ୍ପ ଓ ତାଙ୍କର ସ୍ଵାମୀ ଜ୍ୟାରେଡ କୁଶନରଙ୍କୁ ଆଗ୍ରାର ଟୁରିସ୍ଟ ଗାଇଡ କମଲ କାନ୍ତ ଗୁପ୍ତା ତାଜମହଲ ଦେଖାଇଲେ । ଟୁରିସ୍ଟ ଗାଇଡ କମଲ କାନ୍ତ ଗୁପ୍ତାଙ୍କ ଅନୁସାରେ ଇଂୱାକା ଟ୍ରମ୍ପ ତାଜକୁ ଦେଖି ବହୁତ ଖୁସି ଥିଲେ ଓ ତାଙ୍କୁ ତାଜମହଲ ବହୁତ ପସନ୍ଦ ଆସିଥିଲା । ଟୁରିସ୍ଟ ଗାଇଡ କମଲ କାନ୍ତ ଗୁପ୍ତା ଇଂୱାକା ଟ୍ରମ୍ପଙ୍କୁ ତାଜମହଲର ଇତିହାସ ବିଷୟରେ ବି କହିଲେ ଓ ଇଂୱାକା ଟ୍ରମ୍ପ ବି ମୁମତାଜ ଙ୍କ କାହାଣୀ ଉପରେ ରୁଚି ଦେଖାଇଲେ ।

ଆପଣଙ୍କୁ କହିଦେଉଛୁ କି ଇଂୱାକା ଟ୍ରମ୍ପଙ୍କ ପୂର୍ବରୁ ଟୁରିସ୍ଟ ଗାଇଡ କମଲ କାନ୍ତ ଗୁପ୍ତା ଅମେରିକାର ଭାଇସ ପ୍ରେସିଡେଂଟ ଓ ଆମେରିକାର ରାଜଦୁତଙ୍କୁ ବି ତାଜମହଲ ଦେଖାଇ ସାରିଛନ୍ତି ।

କରିଲେ ଟ୍ଵିଟ

ତାଜମହଲ ଦେଖିବା ପରେ ଇଂୱାକା ଟ୍ରମ୍ପ ଏକ ଟ୍ଵିଟ କରିଲେ ଓ ଟ୍ଵିଟରେ ତାଜମହଲ ର ଭବ୍ୟତା ଓ ସୁନ୍ଦରତା ବିଷୟରେ କହିଲେ । ଏହା ଛଡା ଇୱାଙ୍କା ଡାୟନା ବେଞ୍ଚ ଉପରେ ବସି ସୋସିଆଲ ମିଡିଆ ପାଇଁ ଲାଇଭ ଭିଡିଓ କରିଲେ । ଇୱାଙ୍କା ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ଓ କହିଲେ କି ତାଙ୍କର ସ୍ଵପ୍ନ ଥିଲା କି ସେ ତାଜମହଲକୁ ଦେଖିବେ ଓ ତାଙ୍କର ଏହି ସ୍ଵପ୍ନ ଆଜି ପୁରା ହୋଇଗଲା ।

ମୋଦୀଙ୍କ ଦ୍ଵାରା ଯେଉଁଭଳି ଭାବରେ ଟ୍ରମ୍ଫ ଓ ତାଙ୍କର ପରିବାରର ସ୍ଵାଗତ କରାଯାଇଛି ଓ ଅତିଥି ସେବା କରାଯାଇଛି ଏଥିପାଇଁ ଇୱାଙ୍କା ଟ୍ରମ୍ପ ମୋଦୀଙ୍କ ପ୍ରଶଂସା ବି କରିଲେ ।