ଅଧ ରାତିରୁ ଯଦି ଭାଙ୍ଗିଯାଉଛି ଆପଣଙ୍କ ନିଦ, ତେବେ ତୁରନ୍ତ ସାବଧାନ ହୋଇ ଯାଆନ୍ତୁ ନହେଲେ

ଦିନସାରା କାମ କରିବା ପରେ ଯଦି ମଣିଷ ଟିକେ ଶାନ୍ତିରେ ଶୋଇଥାଏ, ତେବେ ସକାଳର ଆରମ୍ଭ ବହୁତ ଭଲ ହୋଇଥାଏ । କିନ୍ତୁ ଏହି ଶାନ୍ତିର ନିଦକୁ ସବୁ ଲୋକ ଉପଭୋଗ କରି ପାରନ୍ତି ନାହିଁ । ଯଦି ଆପଣଙ୍କର ନିଦ ରାତିରେ ଭାଙ୍ଗିଯାଉଛି, ତାହେଲେ ଆପଣ ଏହି କଥା କୁ ସାମାନ୍ୟ ଭାବନ୍ତୁ ନାହିଁ । ରାତିରେ ଯଦି ଗୋଟିଏ ସମୟରେ ବିଶେଷ ରୂପେ ନିଦ ଭାଙ୍ଗିଯାଏ, ତାହେଲେ ଏହା ସାମାନ୍ୟ କଥା ନୁହେଁ । ଏହା ଦ୍ଵାରା ଆପଣ ରୋଗର ଶିକାର ହୋଇପାରନ୍ତି ।

ଯଦି ଆପଣଙ୍କର ଆଖି ହଠାତ ରାତିରେ ଶୋଇଲା ବେଳେ ଖୋଲିଯାଏ ବା ଆପଣ ହଠାତ ଉଠି ବସିଯାନ୍ତି, ତାହେଲେ ଆପଣଙ୍କୁ କଟଷ୍ଟ୍ରୋଫିସିଙ୍ଗ ନାମକ ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ରାତିରେ ନିଦ ନହେବାର ସବୁଠୁ ବଡ କାରଣ ହେଉଛି ଟାଇମ ଟେବୁଲ । ରାତିରେ ନିଦ ନହେବାର ଅନ୍ୟ ଏକା କାରଣ ହେଉଛି ଦିନରେ ଲମ୍ବା ସମୟ ପର୍ଯ୍ୟନ୍ତ ଶୋଇବା । ଯଦି ଆପଣଙ୍କର ନିଦ ୯ଟା ରୁ ୧୦ ମଧ୍ୟରେ ଭାଙ୍ଗିଯାଉଛି, ତାହେଲେ ଏହା ଅତ୍ୟଧିକ ମାନସିକ ଚିନ୍ତା ଦ୍ଵାରା ହୋଇଥାଏ । ମାନସିକ ଚିନ୍ତାରୁ ମୁକ୍ତ ହେବା ପାଇଁ ଆପଣ ସବୁଦିନ ସକାଳେ ଧ୍ୟାନ ବା ଯୋଗ କରନ୍ତୁ ।

ଯଦି ଆପଣଙ୍କର ନିଦ ୧୧ ଟାରୁ ୧ଟା ମଧ୍ୟରେ ଭାଙ୍ଗିଯାଉଛି, ତାହେଲେ ଆପଣଙ୍କ ମନରେ ଭାବନାତ୍ମକ ଦ୍ଵନ୍ଦ ରହିଛି । ରାତିରେ ୧ ରୁ ୩ ମଧ୍ୟରେ ନିଦ ଭାଙ୍ଗିଲେ ଜାଣନ୍ତୁ ଆପଣଙ୍କ ମନରେ କ୍ରୋଧ ଭରି ରହିଛି । ଏଥି ପାଇଁ ଆପଣମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ମଧ୍ୟ ଆସିପାରେ । କଟଷ୍ଟ୍ରୋଫିସିଙ୍ଗ ନାମକ ରୋଗର ବହୁତ କାରଣ ରହିଥାଏ । ଠିକ ସମୟରେ ନଖାଇବା, ଅଧିକ ଚିନ୍ତାଗ୍ରସ୍ତ ହେବା ଓ ରାତିରେ ଡେରିରେ ଶୋଇବା । ଏହି ସବୁ କାରଣର ସମ୍ମୁଖୀନ ଛୋଟ ପିଲାମାନେ ମଧ୍ୟ ହେଉଛନ୍ତି । ଏହି ରୋଗଟି ସାଧାରଣତଃ ନକରାତ୍ମକ ଭାବନା ରଖୁଥିବା ଲୋକଙ୍କୁ ହୋଇଥାଏ ।

ଏହାକୁ ଦୂର କରିବା ପାଇଁ ଆପଣ ନିଜ ମନରେ ସକରାତ୍ମକ ଭାବନାର ଜାଗରଣ କରନ୍ତୁ । ମନର କଥାକୁ ନିଜ ସାଥି ବା ଭରସା ଯୋଗ୍ୟ ଲୋକ ସହ ସେୟାର କରନ୍ତୁ । ନିଜର ଟାଇମ ଟେବୁଲ ଠିକ ରଖନ୍ତୁ । ରାତିରେ ଶୋଇବା ପୂର୍ବରୁ ଆପଣ ଏକ ଭଲ ବହି ପଢି ଶୁଅନ୍ତୁ ।