ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ସହ ଓଡିଶାର ଯୁବକ ଅଭିଷେକ ମହାପାତ୍ରଙ୍କ ହୃଦୟ ବିଦାରକ ପରିସ୍ଥିତି ବିଷୟରେ କହିବାକୁ ଯାଉଛୁ । ଅଭିଷେକଙ୍କର ଗତ ମାସରେ ବିବାହ ହୋଇଛି ।
କିନ୍ତୁ ସେ ବର୍ତ୍ତମାନ କୋରୋନାରେ ଆକ୍ରାନ୍ତ ହୋଇ ବହୁତ ଗୁରୁତର ଅବସ୍ଥାରେ ଅଛନ୍ତି । ସେଥିପାଇଁ ତାଙ୍କୁ ଯେତେ ସମ୍ଭବ କୋଲକାତା ନେବାକୁ ପଡିବ ବୋଲି ଡାକ୍ତର ମାନେ ମତାମତ ଦେଇଛନ୍ତି । କିନ୍ତୁ ତାଙ୍କୁ କୋଲକାତା ନେବା ପାଇଁ ଆର୍ଥିକ ସମସ୍ଯା ବାଧା ସୃଷ୍ଟି କରୁଛି । ଅଭିଷେକଙ୍କୁ ଏୟାର ଲିଫ୍ଟରେ ନେବା ପାଇଁ ତାଙ୍କା ପରିବାର ଲୋକେ ସକ୍ଷମ ନୁହନ୍ତି । ସେଥିପାଇଁ ତାଙ୍କ ସ୍ତ୍ରୀ ଓ ମା ଗଣ ମାଧ୍ୟମର ସାହାଜ୍ଯ ନେଇଛନ୍ତି ।
ଏହି ଗଣ ମାଧ୍ୟମ ଜରିଆରେ ତାଙ୍କ ସ୍ତ୍ରୀ ଓଡିଶା ବାସୀଙ୍କୁ ଆର୍ଥିକ ସାହାଜ୍ଯ କରିବାକୁ ଅନୁରୋଧ କରିଛନ୍ତି । ଯଦି ଓଡିଶା ବାସୀ ଗୋଟିଏ ଗୋଟିଏ ଟଙ୍କା ଜମା କରି ଦେବେ ତେବେ ହୁଏ ତ ଅଭିଷେକଙ୍କର ଜୀବନ ବଞ୍ଚିଯାଇ ପାରିବ ବୋଲି ତାଙ୍କ ସ୍ତ୍ରୀ ପରିପ୍ରକାଶ କରିଛନ୍ତି ।
ବର୍ତ୍ତମାନ ଅଭିଷେକଙ୍କର ପରିବାର ଲୋକଙ୍କର ଅବସ୍ଥା ବହୁତ ଶୋଚନୀୟ ହୋଇ ପଡିଛି । ତା ମା ଓ ବାପା ମଧ୍ୟ ତାଙ୍କ ପୁଅକୁ ବଞ୍ଚେଇବା ପାଇଁ କିଛି ଆର୍ଥିକ ସାହାଜ୍ୟର ନିବେଦନ କରିଛନ୍ତି । ତାଙ୍କ ସ୍ତ୍ରୀ ସରକାରଙ୍କୁ ମଧ୍ୟ ନିବେଦନ କରି କହିଛନ୍ତି ଯେ ଯଦି ସରକାର ଓଡିଶାର ସେଲିବ୍ରେଟି ମାନଙ୍କୁ ସହ ଯୋଗ କରି ପାରୁଛନ୍ତି ତେବେ ତାଙ୍କ ସ୍ଵାମୀଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ କିଛି ସାହାଜ୍ଯ କରିବା ଦରକାର । ଅଭିଷେକଙ୍କ ମାଙ୍କ କହିବା ଅନୁସାରେ ତାଙ୍କର ସମସ୍ତ ସମ୍ପର୍କୀୟ ମାନେ ତାଙ୍କ ପୁଅର ଚିକିତ୍ସା ପାଇଁ କିଛି ମାତ୍ରାରେ ଆର୍ଥିକ ସାହାଜ୍ୟ କରିଛନ୍ତି ।
କିନ୍ତୁ ଏ ସବୁ ପରେ ମଧ୍ୟ ତାଙ୍କ ପାଖରେ ଆର୍ଥିକ ସମସ୍ଯାର ଅଭାବ ଦେଖା ଯାଉଛି । ତେଣୁ ଜଣେ ମା ଏଠାରେ ନିଜ ପୁଅର ପ୍ରାଣ ରକ୍ଷା ପାଇଁ ପୁରା ଓଡିଶା ବାସୀଙ୍କୁ ସାହାଜ୍ଯ କରିବା ପାଇଁ ନିବେଦନ କରିଛନ୍ତି ବୋଲି ଏହି ଘଟଣାରୁ ସ୍ପଷ୍ଟ ହେଉଛି । ପ୍ରତେକ ଝିଅ ମନରେ କିଛି ନ କିଛି ସ୍ଵପ୍ନ ରହିଥାଏ ଯେ ବିବାହ ପରେ ସେ ତା ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରିବ ।
କିନ୍ତୁ ଏଠାରେ କିଛି ଅଲଗା ଘଟଣା ଅଭିଷେକଙ୍କ ସ୍ତ୍ରୀଙ୍କ ସହ ଘଟିଛି । ବିବାହର ମାତ୍ର ୮ ଦିନ ପରେ ଅଭିଷେକ କୋରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ତାଙ୍କର ଅବସ୍ଥା ବହୁତ ସାଂଘାତିକ ହୋଇ ପଡିଛି ଯାହା ଫଳରେ ତାଙ୍କୁ ସଡକ ପରିବହନ ଦ୍ଵାରା କୋଲକାତା ନିଆଯାଇ ପାରିବ ନାହି । ତାଙ୍କର ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି ।
ତେଣୁ ବନ୍ଧୁଗଣ ଯଦି ଆପଣ ମାନେ ଅଭିଷେକଙ୍କର ଜୀବନ ରକ୍ଷା ପାଇଁ କିଛି ଆର୍ଥିକ ସାହାଜ୍ୟ କରି ପାରିବେ ତେବେ ସେହି ମାର ପୁଅ ଓ ଜଣେ ସ୍ତ୍ରୀର ସ୍ଵାମିଙ୍କର ଜୀବନ ପୁଣି ଥରେ ଫେରି ପାରିବ ।
ଦୟା କରି ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଯାହା ଦ୍ଵାରା ଅଧିକ ଅଭିଷେକ ଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ । ଦୟା କରି ଏଥିରେ ନିଜର ଯୋଗଦାନ ଦିଅନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଧନ୍ୟବାଦ ।