ଅଭିଷେକ ଙ୍କ ପାଇଁ ସାହାର୍ଯ୍ୟର ହାତ ବଢେଇଲେ ଜଲିଉଡ ଆକ୍ଟ୍ରେସ Rani Panda, କହିଲେ କିଛି ଏମିତି ଆପଣ ବି ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଓଡିଶାର ଯୁବକ ଅଭିଷେକ ମହାପାତ୍ର ଗତ କିଛି ଦିନ ହେବ କୋରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ତାଙ୍କର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ତାଙ୍କର ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି ।

କିନ୍ତୁ ତାଙ୍କ ପରିବାର ଲୋକଙ୍କ ପକ୍ଷେ ଏତେ ଗୁଡିଏ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ହେଉ ନାହି । ସେଥି ପାଇଁ ତାଙ୍କ ପରିବାର ଲୋକ ମାନେ ଗଣ ମାଧ୍ୟମର ସାହାରା ନେଇଛନ୍ତି । ଗଣ ମାଧ୍ୟମ ଜରିଆରେ ଅଭିଷେକଙ୍କ ସ୍ତ୍ରୀ, ମା ଓ ବାପା ନିଜର ପୁଅ ଓ ସ୍ଵାମିର ଜୀବନ ରକ୍ଷା ପାଇଁ ଓଡିଶା ବାସୀଙ୍କୁ କିଛି ଆର୍ଥିକ ସାହାଯ୍ୟର ନିବେଦନ କରିଛନ୍ତି ।

ଯଦି ଗୋଟିଏ ଗୋଟିଏ ଟଙ୍କା ଓଡିଶା ବାସୀ ସାହାଜ୍ଯ କରିବେ ତେବେ ହୁଏ ତ ଅଭିଷେକଙ୍କର ଜୀବନ ରକ୍ଷା କରାଯାଇ ପାରିବ । ଅଭିଷେକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ତାଙ୍କୁ ତୁରନ୍ତ କୋଲକାତା ନେବାକୁ ପଡିବ ବୋଲି ଡାକ୍ତର ମାନେ ସୂଚନା ଦେଇ ସାରିଛନ୍ତି ।

କିନ୍ତୁ ଏୟାରଲିଫ୍ଟରେ ନେବା ସମ୍ଭବ ହେଉ ନାହି ବୋଲି ତାଙ୍କ ପରିବାର ଲୋକେ ତାଙ୍କୁ ସଡକ ଯୋଜନା ମାଧ୍ୟମରେ ନେବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ଅଭିନେତା ବବି ମିଶ୍ରଙ୍କ ବ୍ଯତୀତ ଅଭିଷେକଙ୍କର କିଛି ସମ୍ପର୍କୀୟ ମାନେ ଆର୍ଥିକ ସାହାଯ୍ୟର ହାତ ବଢାଇଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ପାଇଁ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ଆଗକୁ ଆସିଛନ୍ତି ।

ଅଭିଷେକଙ୍କର କୋଲକାତାରେ ଖାଇବା ରହିବା ପାଇଁ ଯେଉଁ ସବୁ ଖର୍ଚ୍ଚ ହେବ ତାହାର ସଂପୂର୍ଣ୍ଣ ଦାୟିତ୍ଵ ଅଭିନେତ୍ରୀ ରାଣୀ ପଣ୍ଡା ନେଇଛନ୍ତି ବୋଲି ତାଙ୍କ ମତରେ କହିଛନ୍ତି । ରାଣୀ ପଣ୍ଡାଙ୍କ ଦ୍ଵାରା ଯେତେ ଦୂର ସମ୍ଭବ ହେବ ସେ ସାହାଜ୍ଯ କରିବାକୁ ଅଭିଷେକଙ୍କ ମାଙ୍କୁ କଥା ଦେଇଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା କଳିଙ୍ଗ ହସପିଟାଲରେ ପହଞ୍ଚି ଅଭିଷେକଙ୍କ ପରିବାର ଲୋକଙ୍କୁ ଆଶ୍ଵାସନା ଦେବା ସହ ତାଙ୍କ ଦ୍ଵାରା ଯେତେ ସକ୍ଷମ ହେବ ସାହାଜ୍ଯ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଏହା ସହ ସବୁ ଓଡିଶା ବାସୀଙ୍କୁ ମଧ୍ୟ ରାଣୀ ପଣ୍ଡା ନିବେଦନ କରିଛନ୍ତି ଯେ ଏଭଳି ପରିସ୍ଥିତିରେ ଯଦି ସମସ୍ତେ ମିଶି ଗୋଟିଏ ଗୋଟିଏ ଟଙ୍କାର ସାହାଜ୍ଯ କରିବେ ତେବେ ହୁଏ ତ ଗୋଟେ ମାର ପୁଅ ଓ ଜଣେ ପତିବ୍ରତା ନାରୀର ସ୍ଵାମୀ ବଞ୍ଚି ପାରିବେ ।

ବର୍ତ୍ତମାନ ଅଭିଷେକଙ୍କୁ ଏୟାର ଲିଫ୍ଟରେ ନେବା ପାଇଁ ପରସ୍ତୁତି ଚାଲିଛି । କୋଲକାତାରେ ଯେଉଁ ହସପିଟାଲରେ ଅଭିଷେକ ଚିକିତ୍ସା ହେବେ ସେଠିକାର ଡାକ୍ତର ଓ ଷ୍ଟାଫ ମାନେ ଏୟାର ଆମ୍ବୁଲାନ୍ସରେ ଆସି ସିଧାସଳଖ ଭାବେ ଅଭିଷେକଙ୍କୁ କଳିଙ୍ଗ ହସ୍ପିଟାଲରୁ କୋଲକାତାକୁ ସ୍ଥାନାନ୍ତର କରିବେ ।

ବନ୍ଧୁଗଣ ଯଦି ଆପଣ ମାନେ ମଧ୍ୟ ଏହି ପରିସ୍ଥିତିରେ ଅଭିଷେକଙ୍କୁ ଆର୍ଥିକ ଅନୁଦାନର ହାତ ବଢାଇବେ ତେବେ ହୁଏ ତ ଗୋଟେ ଦୁଖୀନୀ ମାର ପୁଅ ଓ ନୂଆ ବିବାହିତା ସ୍ତ୍ରୀର ସ୍ଵାମୀ ପୁଣି ଥରେ ଫେରି ପାରିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯାହା ଦ୍ଵାରା ତାଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ ଓ ସେ ନିଜ ସ୍ଵାମୀ ଙ୍କୁ ଫେରି ପାଇବେ । ଆଶା କରୁଛି ଆପଣ ମାନେ ନିଶ୍ଚୟ ଏଥିରେ ନିଜର ସହଯୋଗ ଦେବେ ।