ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଦୀପ ଓ ଜାଣନ୍ତୁ ଆପଣଙ୍କୁ ଜୀବନରେ କେଉଁ ଉଦ୍ଦେଶ୍ୟକୁ ପୁରା କରିବାର ଅଛି ? Personality Test

ବିଶ୍ବାସ ରହିଛି ଯେ ମନୁଷ୍ୟ ଶରୀରରେ ପ୍ରବେଶ କରିବା ପୂର୍ବରୁ ହିଁ କୌଣସି ଦୁଇଟି ଆତ୍ମା ଏକ ଚୁକ୍ତି ମାଧ୍ୟମରେ ପରସ୍ପର ସହ ଜଡ଼ିତ ହୁଅନ୍ତି ଓ ଯାହାକୁ ତୁଲାଇବା ପାଇଁ ସେମାନେ ପୃଥିବୀକୁ ଆସନ୍ତି । ସେଥିପାଇଁ ସମୟ ସମୟରେ ନବ ଶରୀର ଧାରଣ କରିଥିବା ସେହି ଆତ୍ମାଙ୍କ ସହ ମନୁଷ୍ୟର ଭେଟ ହୋଇଥାଏ, ଯାହା ସହ ସେ ଚୁକ୍ତି କରିଥାନ୍ତି ।

ଏହି କାରଣରୁ କେବେ କେବେ ଅନ୍ୟ ବ୍ୟକ୍ତିକୁ ଦେଖିଲେ ତାଙ୍କ ସହ ଆଗରୁ ସମ୍ବନ୍ଧ ଥିଲା ପରି ଅନୁଭବ ହୁଏ । ତେବେ ବର୍ତ୍ତମାନ ଆପଣଙ୍କ ଅନ୍ତରାତ୍ମା କେଉଁ ଅନୁବନ୍ଧନ ଅନୁଭବ କରୁଛି ତାହା ଜାଣିବା ପାଇଁ ଏଥିରୁ ଗୋଟିଏ ଦୀପକ ଚୟନ କରନ୍ତୁ ଓ ତାପରେ ଫଳାଫଳ ଦେଖନ୍ତୁ ।

▪️ଯଦି ଆପଣ ପ୍ରଥମ ଦୀପକ ବାଛିଛନ୍ତି ତେବେ ଆପଣ ସବୁବେଳେ ସେହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଚଳଚଞ୍ଚଳ ରୁହନ୍ତି, ଯାହା ଆପଣ ସ୍ଵୟଂ ମଧ୍ୟ ଜାଣି ନାହାଁନ୍ତି । ଅନେକ ସମୟରେ ଆପଣଙ୍କୁ ବାସ୍ତବିକତାର ଅନୁଭବ ହେଉଥିଲେ ମଧ୍ୟ, ଆପଣ ଏକ ଅଜ୍ଞାତ ଖୋଜ ରେ ବୁଡି ରହୁଛନ୍ତି । ଯାହା ଆପଣଙ୍କ ମନରେ ଅନେକ ଭୟ ତଥା ଆଶଙ୍କା ସୃଷ୍ଟି କରୁଛି । ଆପଣଙ୍କ ଜୀବନ ରାତାରାତି ବଦଳି ଯିବା ଭୟ ଏବଂ ଧନରେ କ୍ଷତି ହେବାର ଭୟ ଆପଣଙ୍କ ମଧ୍ୟରେ ରହିଛି । ଆପଣଙ୍କ ଭୟ ହିଁ ଆପଣଙ୍କର ସବୁଠୁ ବଡ଼ ଶତ୍ରୁ । ଆପଣଙ୍କୁ ନିଜ ଭୟକୁ ବିଶ୍ଵାସରେ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି । ତେବେ ଯାଇ ଆପଣ ବ୍ରହ୍ମାଣ୍ଡୀୟ ଶକ୍ତି ମଧ୍ୟରୁ କିଛି ହାସଲ କରି ପାରିବେ ।

▪️ଦ୍ଵିତୀୟ ଦୀପକ ଚୟନ କରିବାର ଅର୍ଥ ହେଉଛି ଆପଣ ପ୍ରାୟତଃ ନିଜକୁ ବାସ୍ତବିକତା ସହ ସଙ୍ଘର୍ଷ କରୁଥିବାର ଦେଖାଯାଆନ୍ତି । ବାସ୍ତବକୁ ଅଣଦେଖା କରି ଆପଣ ମନ ଗଢା ସ୍ୱପ୍ନରେ ସମୟ ବାରବାଦ କରୁଛନ୍ତି । ଆପଣଙ୍କୁ ଲାଗୁଛି ଜୀବନରେ ଚାଲିଥିବା ଉତ୍ଥାନ ପତନକୁ ଆପଣ ସମ୍ଭାଳି ପାରିବେ ନାହିଁ । ଆପଣ ନିଜକୁ ବହୁତ ଦୁର୍ବଳ ଭାବୁଛନ୍ତି, କାରଣ ଆପଣଙ୍କ ଶକ୍ତି ଆପଣ ନିଜେ ମଧ୍ୟ ଜାଣି ପାରୁ ନାହାଁନ୍ତି । ସେଥିପାଇଁ ଆପଣ ନିଜକୁ ଭିନ୍ନ ଭିନ୍ନ ଭାବେ ଦ୍ଵନ୍ଦରେ ପକାଇ ଦେଉଛନ୍ତି ଓ ଭାବୁଛନ୍ତି ଜୀବନରେ ଯାହା କରୁଛନ୍ତି ଆପଣ ତାର ଯୋଗ୍ୟ ନୁହଁନ୍ତି । ମାତ୍ର ଆପଣଙ୍କୁ ନିଜର ଏହି ଦୃଷ୍ଟିକୋଣକୁ ପରିବର୍ତ୍ତିତ କରିବାର ଆବଶ୍ୟକ ରହିଛି । ତା ହେଲେ ଆପଣ ନିଜକୁ ଯୋଗ୍ୟ ମାନି ଆଗକୁ ବଢ଼ି ପାରିବେ ।

▪️ତୃତୀୟ ଦୀପକ ଅନୁସାରେ ଆପଣ ସମ୍ଭବତଃ ଏପରି ସମ୍ବନ୍ଧରେ ବାନ୍ଧି ହୋଇ ଯାଇଛନ୍ତି ଯାହା ଆପଣଙ୍କୁ ଭିତରୁ ଭିତରୁ ମାରୁଛି । ଆପଣ ଏହି ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁ ନାହାଁନ୍ତି କାରଣ ଆପଣ ପରିବର୍ତ୍ତନକୁ ଭୟ କରନ୍ତି ଓ ଏହାର ଅଭ୍ୟାସ ରେ ଆପଣ ପଡ଼ି ସାରିଲେଣି ।

ଆପଣ ସବୁବେଳେ ଅନ୍ୟକୁ ନିଜ ଠାରୁ ଆଗକୁ ବଢିବାର ଅବସର ଦିଅନ୍ତି । ଆପଣ ନିଜ ସ୍ଥିତିକୁ ସବୁବେଳେ ମୁଠି ରେ ବନ୍ଦ ରଖିବାକୁ ଚେଷ୍ଟା କରନ୍ତି । ମାତ୍ର ମନେ ରଖନ୍ତୁ ଆପଣ ମୁଠି ଯେତେ ଅଧିକ ବନ୍ଦ କରିବାକୁ ଚେଷ୍ଟା କରନ୍ତି, ବାଲି ସେତେ ଅଧିକ ହାତରୁ ଖସି ପଡେ । ଆପଣଙ୍କୁ ଲାଗିପାରେ ସ୍ଥିତି ଆପଣଙ୍କ ନିୟନ୍ତ୍ରଣରେ ଅଛି, କିନ୍ତୁ ମନେ ରଖନ୍ତୁ ଏହା ଧୀରେ ଧୀରେ ଆପଣଙ୍କ ହାତରୁ ଖସି ପଡୁଅଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।