Abhishek ଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କଲେ Ollywood ଅଭିନେତ୍ରୀ Jhilik Bhattacharya, କହିଲେ କିଛି ଏମିତି କି…ଆପଣ ବି ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ହେବ ଓଡିଶାର ଭଦ୍ରକ ଜିଲ୍ଲାରେ ରହୁଥିବା ଯୁବକ ଅଭିଷେକ ମହାପାତ୍ର କୋରୋନାରେ ଆକ୍ରାନ୍ତ ହୋଇ ଅତି ଶୋଚନୀୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ବିବାହର ମାତ୍ର ୮ ଦିନ ପରେ ଅଭିଷେକ କୋରୋନାରେ ସଂକ୍ରମଣ ହୋଇଥିଲେ ।

ଏହା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ତାଙ୍କର ଅବସ୍ଥା ଏତେ ସାଂଘାତିକ ହୋଇ ପଡିଛି ଯେ ତାଙ୍କର ସଠିକ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ନେବାକୁ ପଡିବ ବୋଲି ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ସେଥିପାଇଁ ଅଭିଷେକଙ୍କ ପରିବାର ଲୋକଙ୍କ ପାଖରେ ସେତିକି ଆର୍ଥିକ ସମ୍ବଳ ନ ଥିବାରୁ ସେମାନେ ଗଣ ମାଧ୍ୟମର ସାହାଜ୍ଯ ନେଇଛନ୍ତି ।

ଯାହା ଫଳରେ ତାଙ୍କ ସ୍ତ୍ରୀ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ଯେ ଯଦି ପୁରା ଓଡିଶା ବାସୀ ଗୋଟିଏ ଗୋଟିଏ ଟଙ୍କାର ସାହାଜ୍ଯ କରିବେ ତେବେ ହୁଏ ତ ତାଙ୍କ ସ୍ଵାମୀଙ୍କର ଜୀବନ ବଞ୍ଚି ପାରିବ । ଏହା ପରେ ଓଡିଶାର ଅଙ୍କେ ଲୋକ ମାନେ ସାହାଜ୍ଯର ହାତ ବଢାଇଛନ୍ତି ।

ଅଭିନେତା ବବି ମିଶ୍ର ଏହି ବାବଦରେ କିଛି ଆର୍ଥିକ ଅନୁଦାନ କରିଛନ୍ତି । ଏହା ସହ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ଆର୍ଥିକ ସାହାଜ୍ଯ କରିବାକୁ ଆଗେଇ ଆସିଛନ୍ତି । ଯାହା ଫଳରେ ବର୍ତ୍ତମାନ ଅଭିଷେକଙ୍କୁ ଏୟାର ଲିଫ୍ଟରେ କୋଲକାତା ନିଆଯାଇ ପାରିଛି । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇ ସାରିଛି । ବର୍ତ୍ତମାନ ଏକ ନୂଆ ଖବର ଆସି ପହଞ୍ଚିଛି ଯେ ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଝିଲିକ ମଧ୍ୟ ଅଭିଷେକଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟର ହାତ ବଢାଇଛନ୍ତି ।

ଅଭିନେତ୍ରୀ ଝିଲିକ ନିଜ ରାଏରେ କହିଛନ୍ତି ଯେ ପୁରା ଓଡିଶା ବାସି ଅଭିଷେକଙ୍କ ଚିକିତ୍ସା ପାଇଁ କିଛି ନା କିଛି ସାହାଜ୍ୟ କରିବା ଉଚିତ । ଏହା ସହ ଭଗବାନଙ୍କ ନିକଟରେ ତାଙ୍କର ସ୍ୱାସ୍ଥ୍ୟ ସୁସ୍ଥ ପାଇଁ ପ୍ରାଥନା କରିବା ନିହାତି ଜରୁରୀ ଅଟେ । ପୁରା ଓଡିଶା ବାସୀ ଜଣେ ମସିହା ଭାବେ ଅଭିଷେକଙ୍କର ସ୍ୱାସ୍ଥ୍ୟ ଠିକ ହେବା ପାଇଁ ସାହାଜ୍ଯ କରିବା ଉଚିତ । ଝିଲିକଙ୍କ ମତରେ ଯଦି ଆମେ ଆଜି କାହା ପାଇଁ ଠିଆ ହୋଇଥିବା ତ କାଲି ଆମ ବିପଦ ସମୟରେ ଭଗବାନ ଆମକୁ ସାହାଜ୍ଯ କରିବେ ।

ଏହା ସହ ଅଭିନେତ୍ରୀ ଝିଲିକ ପୁରା ଓଡିଶା ବାସୀଙ୍କୁ ଅଭିଷେକଙ୍କୁ ସାହାଜ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । କାରଣ ସେ ଜଣେ ଓଡିଶାର ଯୁବକ ହୋଇଥିବାରୁ ପ୍ରତେକ ଓଡିଶା ବାସୀ ତାଙ୍କ ଜୀବନ ରକ୍ଷା ପାଇଁ ସାହାଜ୍ଯ କରିବା ସହ ପ୍ରାର୍ଥନା ମଧ୍ୟ କରିବା ମଣିଷପଣିଆ ହେବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ