ଅଭିଷେକଙ୍କ ମା’ ମାନି ଯାଇଥିଲେ ବଚ୍ଚନ ପରିବାରର ବୋହୁ ହେଇଥାନ୍ତେ ଏହି ହିରୋଇନ୍,ଏବେ 43 ବର୍ଷ ବୟସରେ କରିବେ ଦ୍ଵିତୀୟ ବିବାହ…

ବଲୀଉଡ ର ଏହି ଦୁନିଆରେ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ଜୀବନରେ ବହୁତ ସୁବିଧା ଅସୁବିଧା ଥାଏ , ବହୁତ ଯୋଡି ମଧ୍ୟ ଆଜି ପର୍ଯ୍ଯନ୍ତ ଏକାଠି ଅଛନ୍ତି ଏବଂ ଏମିତି କିଛି ଯୋଡି ଅଛନ୍ତି ଯାହା ଭାଙ୍ଗି ମଧ୍ୟ ଯାଇଛି । ଆଜି ଆମେ ଏହି ସମ୍ବନ୍ଧ ବିଷୟରେ କହିବାକୁ ଯାଉଛୁ, ଯାହା କି କରିସ୍ମା କପୁର ଙ୍କର ଜୀବନ ସହ ଜଡିତ ଅଛି ଏବଂ ତାଙ୍କ ଜୀବନରେ ବହୁତ କଷ୍ଟ ଅଛି ଯାହା କାରଣରୁ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।

ଯେମିତି କି ଲୋକମାନେ କହିଥାନ୍ତି କି ରାତି ଅଛି ବୋଲି ଦିନ ର ମହତ୍ଵ ଜଣା ପଡିଥାଏ । ବଲୀଉଡ ଅଭିନେତ୍ରୀ କରିସ୍ମା କପୁର ପୁଣି ଥରେ ବାହା ହବାକୁ ଯାଉଛନ୍ତି , ତାଙ୍କର ବାହାଘର ସନ୍ଦିପ ଙ୍କ ସହିତ ହବାକୁ ଯାଉଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି।

କରିସ୍ମା ଙ୍କର ବୟସ ବର୍ତ୍ତମାନ 43 ବର୍ଷ ଅଟେ । ସେ ଦ୍ଵିତୀୟ ଥର ବାହାହେବା ପାଇଁ ଯାଉଛନ୍ତି । କରିସ୍ମା ଏବଂ ସନ୍ଦୀପ ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ କରୁଛନ୍ତି । ସନ୍ଦୀପଙ୍କର ମଧ୍ୟ ଏବେ ଛାଡପତ୍ର ହୋଇଛି । ସନ୍ଦୀପ ନିଜ ସ୍ତ୍ରୀ ଆଶରୀତା ସହିତ ଛାଡପତ୍ର ନେବା ପାଇଁ ୭ ବର୍ଷ ଆଇନ ସହ ଲଢି ଥିଲେ ।

ସନ୍ଦୀପ ଙ୍କର ଗୋଟେ ୧୨ ବର୍ଷ ର ଏବଂ ଗୋଟେ ୯ ବର୍ଷ ର ଝିଅ ଅଛନ୍ତି । ସନ୍ଦୀପ ଙ୍କୁ ଛାଡପତ୍ର ମିଳିଲା ପରେ ଦୁଇ ଝିଅଙ୍କୁ ୩-୩ କୋଟି ଟଙ୍କା ଏବଂ ସ୍ତ୍ରୀ କୁ ୨ କୋଟି ହରଜାନ ରୂପରେ ଦବାକୁ ପଡିଲା । କିନ୍ତୁ ଆପଣ ଜାଣିଥିବେ କରିସ୍ମା ବଚ୍ଚନ ପରିବାରର ବହୁ ହବାର ଥିଲା । କିନ୍ତୁ କରିସ୍ମା ଏବଂ ଅଭିଷେକ ଙ୍କର ବାହାଘର ଭାଙ୍ଗିବାର ମୁଖ୍ୟ କାରଣ ଦୁଇ ଜଣଙ୍କ ମା ଥିଲେ ।

ଅଭିଷେକ ର ମା ଚାହୁଁ ଥିଲେ କି ବାହାଘରେ ପରେ କରିସ୍ମା ଫିଲ୍ମରେ କାମ କରିବେ ନାହିଁ, କିନ୍ତୁ କରିସ୍ମା ର ମାଙ୍କୁ ଏହି ଶର୍ତ ମଞ୍ଜୁର ନଥିଲା, ଏହି କାରଣରୁ ଦୁଇ ଜଣଙ୍କର ବାହାଘର ଭାଙ୍ଗିଗଲା । ସେହି ସମାୟରେ ଅଭିଷେକ ଫ୍ଲପ ହେଉଥିଲେ । ତେଣୁ କରିସ୍ମା ଅଭିଷେକ ଠାରୁ ନିଜକୁ ଦୂରେଇ ନେବାରେ ଠିକ ଭାବିଲେ । କିନ୍ତୁ ଏବେ କରିସ୍ମା କପୁର ପୁଣି ଥରେ ବିବାହ କରିବାର ଖବର ଆସୁଛି ।