ଆଜିର ରାଶିଫଳ, 20 ନଭେମ୍ବର 2018 ମଙ୍ଗଳବାର – ଏହି ୪ଟି ରାଶି ଉପରେ ହନୁମାନଙ୍କ କୃପା ବରଷିବ ଭାଗ୍ୟ ଚମକି ଉଠିବ

ମେଷ

ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି । ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ । ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ପ୍ରାପ୍ତ ହୋଇପାରେ, ପରନ୍ତୁ ଏପରି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହବା ପାଇଁ ଉପଦେଶ |ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ । ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ , ପ୍ରତିକାର:- ପିତାମାତାଙ୍କର ସେବାକରିବା ଆବଶ୍ୟକ

ବୃଷ

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ ।  ପାରିବାରିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ଶଙ୍କା ଦୂର କରନ୍ତୁ । ବନ୍ଧୁମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ | ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି । ଧନ ଲାଭର ମଧ୍ୟ ସଂଭାବନା ଅଛି । ବ୍ୟବସାୟରେ ପ୍ରମୋସନର ଯୋଗ ଅଛି.ପ୍ରତିକାର : କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ

ମିଥୁନ

ଗୋଟେ ପରେ ଗୋଟେ ସମସ୍ୟାର କାରଣରୁ ଆପଣଙ୍କର ମାନସିକ ଶାନ୍ତି ଭଙ୍ଗ ହୋଇପାରେ । ଏହାର ଉପାୟ ଏହି କି ଆପଣ ଗୋଟେ ଗୋଟେ କରି ସମସ୍ୟା ଗୁଡ଼ିକୁ ସମାଧାନ କରନ୍ତୁ । ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ । ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ । ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ବହୁତ ଭଲ ଯୋଗ ଅଛି । ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ବାଦ-ବିବାଦରେ ପଡ଼ନ୍ତୁ ନାହିଁ, ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ।

କର୍କଟ

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ , କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ । ପିତା କିମ୍ବା ପୈତୃକ ସଂପତ୍ତିରେ ଲାଭ ହେବ । ସରକାରଙ୍କଠାରୁ ଆର୍ଥିକ ଲାଭ ହେବ । ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ, ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ସିଂହ

ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ । ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ । ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ । ଭାଗ୍ୟବୃଦ୍ଧି ହେବ , ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ । ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ।

କନ୍ୟା

ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ, ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ । ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ । ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ । କାମରେ ସନ୍ତୋଷର ଭାବନା ଆସିବ

ତୁଳା

ଆଜି ଆପଣଙ୍କୁ ଆପଣଙ୍କ ପରିବାରର ପୂରା ସହଯୋଗ ମିଳିବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି । ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ । ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି, ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବିଛା

ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ରହିବ । ପିତା ତଥା ବରିଷ୍ଠ ନାଗରୀକମାନଙ୍କ ସହଯୋଗ ପ୍ରାପ୍ତ କରିବେ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ, ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ଧନୁ

ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ । ସ୍ଵାସ୍ଥ୍ୟ ନରମ-ଗରମ ରହିବ । କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ । ସନ୍ତାନମାନଙ୍କ ବିଷୟରେ ଟିକେ ଚିନ୍ତା ହୋଇପାରେ । ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ମକର

ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ । ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷର ଅନୁଭବ ହେବ । ସ୍ଵାସ୍ଥ୍ୟ ଭଲ ରହିବ । ସମାଜରେ ମାନ-ସମ୍ମାନ ମିଳିବ । ଉଚ୍ଚ ପଦାଧିକାରି ଏବଂ ବରିଷ୍ଠ ନାଗରୀକମାନଙ୍କ କୃପା ଆପଣ ଉପରେ ରହିବ, ପ୍ରତିକାର-ଅସହାୟଙ୍କୁ ନିରାଶ କରିବେ ନାହିଁ ।

କୁମ୍ଭ

ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ପ୍ରଣୟ, ରୋମାନ୍ସ, ଯାତ୍ରା, ପର୍ଯ୍ୟଟନ ଏବଂ ମନୋରଞ୍ଜନରେ ଆପଣଙ୍କ ଆଜିର ଦିନ କଟିବ । ମିତ୍ରମାନଙ୍କ ସହିତ ଭୋଜନ କରିବାର ଅବସର ଆସିବ । ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଯୋଗ ଅଛି । ଭାଗିଦାରୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ, ପ୍ରତିକାର : କଳା କୁକୁରର ସେବା କରନ୍ତୁ

ମୀନ

ବୋଧହୁଏ ଏହି ବୟସ ସାଙ୍ଗରେ ଚ଼ାଲିବାର ସମୟ ଅଟେ । ସାଙ୍ଗମାନେ ଆସନ୍ତି ଚ଼ାଲିଯାଆନ୍ତି କିନ୍ତୁ ଏହି ସାଙ୍ଗ ଆପଣଙ୍କ ସବୁ ଦୁଃଖ ସୁଖର ସାଥି ହେବ । ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ । ଅଚାନକ ଧନ ଖର୍ଚ୍ଚ ହୋଇପାରେ । ଚିକିତ୍ସାରେ ଖର୍ଚ୍ଚ ହେବାର ଆଶଂକା ଅଛି । ବ୍ୟାପାରରେ ଭାଗିଦାରୀମାନଙ୍କ ସହିତ ଆନ୍ତରିକ ମତଭେଦ ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।