ଅଭିନେତ୍ରୀ Jhilik ଙ୍କ ଘର ଦେଖିଲେ ଆଖି ଲାଖିଯିବ, ଦୁଇ ଝିଅଙ୍କ ସହ ଏମିତି ସମୟ ବିତାନ୍ତି, ଦେଖନ୍ତୁ video

ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜୀ ଓଡିଶାର ଘରେ ଘରେ ବେଶ ଜଣାଶୁଣା । ଅଭିନୟ ଜୀବନ ଠାରୁ ଆରମ୍ଭ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସବୁକୁ ନେଇ ଚର୍ଚ୍ଚାରେ ରୁହନ୍ତି ଝିଲିକ । ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କୁ ବିବାହ କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ତେବେ ବିବାହ ପରେ ବେଶ କିଛିଦିନ ଧରି ସେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ । ବିବାହ ପରେ ଝିଲିକ ଏକ ଜାଆଁଳା ଶିଶୁକନ୍ୟାଙ୍କ ମା’ ମଧ୍ୟ ହୋଇ ସାରିଛନ୍ତି ।

ତାଙ୍କ ଝିଅମାନଙ୍କୁ ଏବେ 9 ମାସ ହୋଇଗଲାଣି । ତେବେ ମା’ ହେବା ପରେ ଝିଲିକ ପୁଣି ଥରେ ଅଭିନୟ ଦୁନିଆକୁ ଫେରିଛନ୍ତି । କିଛି ମାସ ତଳେ ତାଙ୍କ ଅଭିନୀତ ଫିଲ୍ମ “ରୁଦ୍ରାଣୀ” ଥିଏଟରରେ ବେଶ ଭଲ ପ୍ରଦର୍ଶନ କରିଥିଲା । ତେବେ ମଝି ମଝିରେ ଫିଲ୍ମ ଦୁନିଆରୁ ଦୂରେଇ ରହିଲେ ମଧ୍ୟ ଝିଲିକ ସୋସିଆଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି । ଆଉ ଆଜି ଆମେ ଆପଣଙ୍କୁ ଝିଲିକଙ୍କ ଘର ଓ ପରିବାର ଦେଖାଇବୁ ।

ଝିଲିକ ତାଙ୍କ ସ୍ଵାମୀ ପ୍ରୀତିରଞ୍ଜନ ଘଡେଇ ଓ ଶାଶୁ ଶ୍ଵଶୁରଙ୍କ ସହ ରୁହନ୍ତି । ତାଙ୍କ ଦୁଇ ଝିଅ ମଧ୍ୟ ଏବେ ସେହି ଘରେ ତାଙ୍କ ସହ ରହୁଛନ୍ତି । ଘରକୁ ନାତୁଣୀ ଆସିବା ପରେ ଶାଶୁ ଶ୍ଵଶୁର ସେମାନଙ୍କ ସହ ଅଧିକ ସମୟ ବିତାଉଛନ୍ତି । ଝିଲିକଙ୍କ ଘର ବାହାରୁ ଦେଖିବାକୁ ଯେମିତି ରାଜକୀୟ ଭିତରୁ ମଧ୍ୟ ସେହିଭଳି ବିଳାସପୂର୍ଣ୍ଣ ।

ଝିଲିକ ତାଙ୍କ ଝିଅ ମାନଙ୍କର ଫଟୋ ଏବଂ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଶେୟାର କରନ୍ତି । ଖୁବ ସୁନ୍ଦର ଝିଅ ଦୁଇଟିକୁ ଜନ୍ମ ଦେଇଛନ୍ତି ଝିଲିକ । ଝିଅମାନେ ତାଙ୍କ ଅଜା ଆଇ ଓ ଜେଜେବାପା, ଜେଜେମା’ଙ୍କ ସହ କେହଳୁଥିବା ବେଳର ଅନେକ ମୂହୁର୍ତ୍ତକୁ କ୍ୟାମେରାରେ ଉତ୍ତୋଳନ କରନ୍ତି ଝିଲିକ । ସ୍ଵାମୀ ପ୍ରୀତିରଞ୍ଜନ ରାଜନୀତିରେ ବ୍ୟସ୍ତ ରହୁଥିଲା ବେଳେ ଘରକୁ ଫେରିଲେ ବାପାମା’ ଝିଲିକ ଓ ଝିଅ ମାନଙ୍କ ସହ ସମୟ ବିତେଇବାକୁ ସବୁଠୁ ଅଧିକ ପସନ୍ଦ କରନ୍ତୁ ।

ଝିଲିକ ନିଜେ ତାଙ୍କ ଝିଅ ମାନଙ୍କର ଯତ୍ନ ନେବା ସହ ଜଣେ ସାଧାରଣ ମା’ ଭଳି ସେମାନଙ୍କୁ ଖୁବ ଭଲପାଇବା ଦିଅନ୍ତି । ଝିଲିକ ଏସବୁ ମୂହୁର୍ତ୍ତର ଅନେକ ଫଟୋ ଏବଂ ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।