ଓଲିଉଡ ଅଭିନେତ୍ରୀ Bidusmita ଙ୍କୁ ଧୋକା, ନିରାଶ ହୋଇ ଶେଷରେ ଖଣ୍ଡଗିରି ଥାନାର ଦ୍ଵାରସ୍ଥ ହେଲେ, ଦେଖନ୍ତୁ ପୁରା ମାମଲା କଣ

ଓଲିଉଡ ଅଭିନେତ୍ରୀ ବିଦୂସ୍ମିତାଙ୍କୁ ମିଳିଛି ଧୋକା । ଜମି କିଣେଇ ଦେବି କହି ଜଣେ ଦଲାଲ ଅଭିନେତ୍ରୀ ବିଦୂସ୍ମିତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଛି । ଯେଉଁଥି ପାଇଁ ସେ ଖଣ୍ଡଗିରି ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଆଜ୍ଞା ହଁ, ଜଣେ ବିଲଡର ବିଦୂସ୍ମିତାଙ୍କ ଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଠକି ନେଇଛି । ବିଦୂସ୍ମିତା ସବୁବେଳେ କୌଣସି ନା କାରଣରୁ ଲାଇମ ଲାଇଟରେ ରହିଥାନ୍ତି । ହେଲେ ଏଥର ସେ ନିଜେ ଏକ ଧୋକାଧଡିର ଶିକାର ହୋଇଥିବା ଶୁଣିବାକୁ ମିଳୁଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ରେ ଜମି କିଣିବା ପାଇଁ ରିୟଲ ଡେଭଲୋପର ଆଣ୍ଡ କନଷ୍ଟ୍ରକ୍ସନ ଲିମିଟେଡ ନାମକ ଏକ ସଂସ୍ଥା ସହ ବିଦୂସ୍ମିତା ଯୋଗାଯୋଗ କରିଥିଲେ । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ତଥା ମ୍ୟାନେଜର ଅରୁଣଜ୍ଯୋତି ପଟ୍ଟନାୟକ ବିଦୂସ୍ମିତାଙ୍କୁ କଳିଙ୍ଗ ବିହାରରେ ଏକ ଜମି ଦେବେ ବୋଲି କହିଥିଲେ । ଚୁକ୍ତି ମୁତାବକ ଜମି କିଣିବା ପୂର୍ବରୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ଏବଂ ପଞ୍ଜୀକରଣ କରିବା ପରେ ବିଦୂସ୍ମିତା ବକେୟା ଟଙ୍କା ସଂସ୍ଥାକୁ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା ।

ଯେଉଁଥି ପାଇଁ ବିଦୂସ୍ମିତା ଅଗ୍ରୀମ ୧୫ ଲକ୍ଷ ଟଙ୍କା ସେହି ସଂସ୍ଥାକୁ ଦେଇଥିଲେ । ଟଙ୍କା ଦେବାର ଦୁଇ ମାସ ପରେ ତାଙ୍କୁ ପଞ୍ଜୀକରଣ କରିଯିବା ବୋଲି ମ୍ୟାନେଜର ଅରୁଣ କଥା ଦେଇଥିଲେ । ହେଲେ ଦୁଇ ମାସ ଯାଇ ଦୁଇ ବର୍ଷ ବିତିଗଲାଣି ତଥାପି ଅରୁଣ ବିଦୂସ୍ମିତାଙ୍କର ଜମି ପଞ୍ଜୀକରଣ କରିଲେ ନାହିଁ କି ତାଙ୍କ ଠାରୁ ନେଇଥିବା ଟଙ୍କା ମଧ୍ୟ ଫେରାଇଲେ ନାହିଁ ।

ସେହି ସଂସ୍ଥା ଓ ତାଙ୍କ କତ୍ତୃପକ୍ଷଙ୍କୁ ଅଭିନେତ୍ରୀ ବିଦୂସ୍ମିତା ବାରମ୍ବାର ଫୋନ କରିଥିଲେ ମଧ୍ୟ କେହି ହେଲେବି ତାଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । କେବଳ ଆଜି କାଲି କହି ଦିନ ଗଡେଇ ଚାଲିଥିଲେ । ତେଣୁ ଆଜି ଶେଷରେ ବାଧ୍ୟ ହୋଇ ଖଣ୍ଡଗିରି ଠନର ଦ୍ଵାରସ୍ଥ ହୋଇଛନ୍ତି ବିଦୂସ୍ମିତା । ବିଦୂସ୍ମିତାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ପୋଲିସ ଏକ ମାମଲା ରୁଜୁ କରିବା ସହ ଏନେଇ ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ତେବେ ଦେଖିବାକୁ ବାକି ରହିଲା ବିଦୂସ୍ମିତାଙ୍କୁ ଧୋକା ଦେଇଥିବା ଅରୁଣଜ୍ଯୋତି ପଟ୍ଟନାୟକଙ୍କୁ ପୋଲିସ କେବେ ଗିରଫ କରୁଛି । ଆଉ ବିଦୂସ୍ମିତା ତାଙ୍କ ଟଙ୍କା ଫେରି ପାଉଛନ୍ତି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।