Exclusive: ଝରଣାରେ ପାଣି ଉଠାଉଥିବା ବେଳେ ହଠାତ ମାଡି ଆସିଲା ଭୟଙ୍କର ଜଳସ୍ରୋତ, 50 କାଉଡିଆ ଫସି ରହିଲେ, ଦେଖନ୍ତୁ ସେହି ସମୟର ଦୃଶ୍ୟ, ଦେଖନ୍ତୁ video

ଚାହୁଁ ଚାହୁଁ ଝରଣା ପାଣି ମାଡି ଆସିଲା, ଆଉ ପାହାଡୀ ଝରଣାର ସ୍ରୋତ ବି ଦେଖୁ ଦେଖୁ ବଢିଗଲା । ଠିକ ସେତିକି ବେଳେ ସେଠାରେ ଫସି ଯାଇଥିଲେ ଝରଣାରୁ ପାଣି ଉଠାଉଥିବା କାଉଡିଆ ମାନେ । ସୁଅ ଯେତେ ପ୍ରଖର ହେଉଥିଲା କାଉଡିଆଙ୍କ ହୃଦ ସ୍ପନ୍ଦନ ସେତେ ବଢି ବଢି ଯାଉଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ନୃସିଂହନାଥ ମନ୍ଦିରରେ । ମନ୍ଦିର ପାଖରେ ଥିବା ପାହାଡୀ ଝରଣାରୁ ମହାଦେବଙ୍କୁ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ହଠାତ ଝରଣା ପାଣି ମାଡି ଆସିଥିଲା ।

ସୁ ସୁ ଗର୍ଜନ କରି କରାଳ ରୂପରେ ଝରଣା ପାଣି ମାଡି ଆସିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରୁ ଆପଣ ଜାଣି ପାରୁଥିବେ କେତେ ଭୟଙ୍କର ସେ ପାଣିର ଶବ୍ଦ । ଏହିଭଳି ପ୍ରଖର ଜଳସ୍ରୋତର ଝରଣା ଭିତରେ ପାଖାପାଖି ୫୦ ଜଣ କାଉଡିଆ ଫସି ଯାଇଥିଲେ । ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ନୃସିଂହନାଥ ମନ୍ଦିରରେ ଜଳାଭିଷେକ ପାଇଁ କାଉଡିଆଙ୍କ ପ୍ରବଳ ଭିଡ ଜମିଥିଲା ।

ବରଗଡ ଜିଲ୍ଲାର  ପଦ୍ମପୁରରେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ହୋଇଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଏପରିକି ରାଜ୍ୟ ବାହାର ଛତିଶଗଡରୁ ମଧ୍ୟ କାଉଡିଆ ମାନେ ଜଳଲାଗି କରିବାକୁ ଏଠାକୁ ଆସିଥାନ୍ତି । ଜଳାଭିଷେକ ପାଇଁ କାଉଡିଆ ମାନେ ଯେତେବେଳେ ପାଣି ଉଠାଉଥିଲେ ଠିକ ସେତିକି ବେଳେ ବର୍ଷା ଯୋଗୁଁ ଝରଣାରେ ପ୍ରବଳ ସ୍ରୋତ ମାଡି ଆସିଥିଲା ।

ସୁ ସୁ ଗର୍ଜନ କରି ପାଣି ମାଡି ଆସିବା ପରେ ଚାହୁଁ ଚାହୁଁ ଝରଣାରେ ଦେଖିବାକୁ ମିଳିଥିଲା ଖର ଖର ସ୍ରୋତ । ଯାହା ଦେଖି ସେଠାରେ ଥିବା ସମସ୍ତେ ଖୁବ ଭୟଭୀତ ହୋଇ ଯାଇଥିଲେ । କିଛି କାଉଡିଆ ମଧ୍ୟ ସେଠାରେ ଫସି ଯାଇଥିଲେ । ପାଖାପାଖି ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ଥାନରେ ଫସି ରହିଥିଲେ କାଉଡିଆ ମାନେ ।

ପରେ କାଉଡିଆମାନେ ସାହାସ ଯୁଟାଇ ହାର୍ଟକୁ ହାତ ଧରାଧରି ହୋଇ ସ୍ରୋତର ପାଣିକୁ ପାରି ହୋଇଥିଲେ । ଯେଉଁଥି ପାଇଁ ୫୦ ଜଣ କାଉଡିଆ ନିଜ ଜୀବନ ବଞ୍ଚାଇବା ପାଇଁ ସକ୍ଷମ ହୋଇ ପାରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।