ଆମର ହାଇ ଷ୍ଟାଟସ ଫ୍ୟାମିଲି ମୁଁ ତୁମକୁ ଗ୍ରହଣ କରି ପାରିବିନି… Deepika ଙ୍କୁ ଗ୍ରହଣ କରିବେ ନାହିଁ ବୋଲି ସିଧା କହୁଛନ୍ତି ପ୍ରେମିକ Dinesh

“ତୁମକୁ ମୁଁ ଗ୍ରହଣ କରିବାକୁ ବାଧ୍ୟ ନୁହେଁ କି ଗ୍ରହଣ କରିପାରିବି ନାହିଁ । ତୁମ ମୋ ଭିତରେ ପ୍ରେମ ଥିଲା, କିନ୍ତୁ ଦୀପିକା ତୁମେ ଏବେ ବାଧ୍ୟ ବାଧ୍ୟକତାରେ ମୋ ଘର ଆଗରେ ବସି ରହି ଭିତରକୁ ଆସିବାକୁ ଚେଷ୍ଟା କରୁଛ । ଯାହାକି ମୁଁ ଚାହୁଁନି । ଆମ ଭିତରେ ପ୍ରେମ ଥିଲା ଆଉ ସମ୍ପର୍କ ମଧ୍ୟ ରହିଥିଲା, ହେଲେ ତୁମେ ମୋ ଘର ଆଗରେ ଏମିତି ବସିବ ମୁଁ କେବେବି ଭାବି ନଥିଲି । ଆଉ ପିଲାକୁ ଜନ୍ମ ଦେଇ ତାକୁ ବାପାର ଅଧିକାର ମାଗିବ ବୋଲି ମୁଁ କେବେ ଭାବି ନଥିଲି ।

ତୁମେ ଜାଣିଛ ଆମର ହାଇ ଷ୍ଟାଟସ ଫ୍ୟାମିଲି ଆଉ ତୁମର ଷ୍ଟାଟସ ତୁମେ ଜାଣିଛ । ଆମ ଘର ଲୋକେ ତୁମକୁ ଗ୍ରହଣ କରିବାକୁ ନାରାଜ ଓ ମୁଁ ବି ତୁମକୁ ଗ୍ରହଣ କରିବିନି । ତୁମେ ଏମିତି କେତେଦିନ ମୋ ଘର ଆଗରେ ବସୁଛ ବସୁଥାଅ ।” ଏଭଳି କିଛି ନିଜେ ଅଭିଯୋଗ କରିଛନ୍ତି ଦୀପିକା । ପ୍ରେମିକ ଦିନେଶ ହାଇ ଷ୍ଟାଟସ ତଥା ଧନୀ ଘରର ହୋଇଥିବାରୁ ତାଙ୍କ ଘରେ ଦୀପିକାଙ୍କୁ ଗ୍ରହଣ କରିବାକୁ ରାଜି ନାହାନ୍ତି ।

ଯେଉଁ ଦିନେଶ ଦିନେ ପାଗଳ ଭଳି ଦୀପିକାକୁ ଭଲ ପାଉଥିଲେ ସେ ଆଜି ଦୀପିକାଙ୍କ ମୁହଁକୁ ଅନାଉ ନାହାନ୍ତି । ଭେଶପା ଶୋ ରୁମ୍ ରେ ଦିନେଶ ଦୀପିକାଙ୍କ ସହ ଦେଖା ହୋଇଥିଲେ । ଦୀପିକାଙ୍କୁ ସେ ବହୁ ସ୍ଵପ୍ନ ଓ ଆଶା ଦେଇଥିଲେ । ପ୍ରତିଟି ମୂହୁର୍ତ୍ତ କିଭଳି ତାଙ୍କ ହାତ ଧରି ବଞ୍ଚିବେ ତାହା ତାଙ୍କୁ ଶିଖାଇଥିଲେ ।

ପ୍ରେମ କଲା ବେଳେ ମାରିବା ଯାଏଁ ଏକାଠି ରହିବେ ବୋଲି କଥା ଦେଇଥିଲେ । କିନ୍ତୁ ଛୁଆ ଜନ୍ମ ହେବା ପରେ ହାତ ଛାଡି ଦେଇଛନ୍ତି ଦିନେଶ । ତେବେ ଦିନେଶ ଏମିତି କାହିଁକି କଲେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ । ଯେଉଁ ପ୍ରେମରୁ ଗୋଟିଏ ସନ୍ତାନ ମଧ୍ୟ ଜନ୍ମ ହୋଇସାରିଛି ସେହି ପ୍ରେମ ଆଗରେ ଷ୍ଟାଟସ କଣ ଏତେ ବଡ ? ଦୀପିକା କିନ୍ତୁ ସିଧା ସିଧା କହିଛନ୍ତି, ମୋତେ ଯେମିତି ହେଲେ ବି ତୁମେ ଗ୍ରହଣ କର । ତୁମ ଘର ଆଗରୁ ମୁଁ ଉଠିବି ନାହିଁ ।

ଆଉ ତାଙ୍କର ଏହି ଯୁଦ୍ଧରେ ପ୍ରମିଳା ମାଉସୀ ମଧ୍ୟ ତାଙ୍କ ସାଥ ଦେଇଛନ୍ତି । ଯେମିତି ବି ହେଉ ସେ ନିଜ ସ୍ଵାମୀଙ୍କୁ ପାଇବେ ଓ ପିଲାକୁ ବାପାର ଅଧିକାର ଦେବେ ବୋଲି ଜିଦ୍ ଧରିଛନ୍ତି ଦୀପିକା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।