ଆସୁଛି ବାତ୍ୟା ଡିଆମୁଁ, ବାତ୍ୟାକୁ ନେଇ ଜାରି ହେଲା ସତର୍କତା

ଭାରତୀୟ ପାଣି ପାଗ ବିଭାଗ ଅନୁସାରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଡିଆମୁଁର ଅବଶିସ୍ଟାଂସ ଓଡିଶା ଆଡକୁ ଆସିପାରେ । ବାତ୍ୟା ଡିଆମୁଁର ଅବଶିସ୍ଟାଂସ ଯୋଗୁ ହିଁ ବଙ୍ଗୋପସାଗରରେ ଏକ ଘୁର୍ନିବଳୟ ସୃଷ୍ଟି ହେବ ଯେଉଁ କାରଣରୁ ଓଡିଶାରେ ବର୍ଷା ହୋଇପାରେ । ବାତ୍ୟା ଡିଆମୁଁ ମିଆମାର ପାଖରେ ପହଞ୍ଚିବା ପରେ ହିଁ ବାତ୍ୟା କେଉଁ ଆଡକୁ ଗତି କରିବ ତାହା ସ୍ପଷ୍ଟ ଜଣା ପଡିବ ।

କିନ୍ତୁ ଏହା ଜଣା ପଡିଛି କି ଆଜି ଏକ ଲଘୁଚାପ ସୃଷ୍ଟି ହେବା ପରେ ଆହୁରି ଏକ ଘୁର୍ନି ବଳୟ ଓଡିଶା ଉପକୂଳରେ ସୃଷ୍ଟି ହେବାକୁ ଯାଉଛି । କହିବାକୁ ଗଲେ ବର୍ତ୍ତମାନ ବାତ୍ୟା ଡିଆମୁଁ ଭିଏତନାମରେ ଲ୍ୟାଣ୍ଡଫଳ କରୁଛି ଓ ଏହା ୨୮ ତାରିଖରେ ସମୁଦ୍ରକୁ ଛୁଇଁବ ।

କିନ୍ତୁ ବର୍ତ୍ତମାନ ଯାହା ଜଣା ପଡୁଛି ଯଦି ଏହା ଅତି ତୀବ୍ର ବାତ୍ୟାର ପ୍ରଭାବ କମ ହୋଇପାରେ ତେବେ ଏହା ବହୁତ କମ ସମୟ ପାଇଁ ଘନୀଭୂତ ହେବ । ଏହା ମାତ୍ର ୬ ରୁ ୧୨ ଘଣ୍ଟା ସମୁଦ୍ର ମଧ୍ୟରେ ରହିବ ଓ ପୁଣି ସଙ୍ଗେ ସଙ୍ଗେ ବାଂଲାଦେଶ ଆଡକୁ ବୁଲିଯିବ । ଏହି ସମୟରେ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ ଏହାର ପ୍ରଭାବ ପଡିବ । ଯାହାକି ୨୮ ରୁ ୩୦ ମଧ୍ୟରେ ମଧ୍ୟରେ ନଜର ଆସିବ । କିନ୍ତୁ ଏହା ଅଧିକ ଘନିଭୂତ ହେବା ଭଳି ନଜର ଆସୁ ନାହିଁ ।

ବର୍ତ୍ତମାନ ନଜର ରଖିବାର ମୁଖ୍ୟ କଥା ହେଉଛି କି ସ୍ଥଳ ଭାଗରୁ ସମୁଦ୍ରର କେଉଁ ଆଡକୁ ଗତି କରୁଛି । ଏହା ପରେ ହିଁ ଜଣା ପଡିବ କି ଏହା ଓଡିଶା ମୂହଣା ହେବ ନା ନାହିଁ  । ୨୮ ରୁ ୩୦ ତାରିଖ ମଧ୍ୟରେ ସ୍ଥଳ ଭାଗର କେଉଁ ସ୍ଥାନରୁ ସମୁଦ୍ର ଆଡକୁ ଆସୁଛି ଓ ସେହି ସ୍ଥାନରୁ ଆମର ଓଡିଶାର ଦୂରତା ଓ ସେହି ସମୟରେ ପାଣି ପାଗ କେମିତି ରହୁଛି ଏହି ସମସ୍ତ ସୂଚନା ଆମକୁ ସାହାର୍ଯ୍ୟ କରିବ କି ଏହା ଓଡିଶା ଆଡକୁ ଆସିବ ନା ନା ହିଁ ।

କିନ୍ତୁ ବର୍ତ୍ତମାନ ସୂଚନା ଅନୁସରେ ସମୁଦ୍ର ଉପରେ ଏହି ବାତ୍ୟା ବହୁତ କମ ସମୟ ପାଇଁ ରହିବ । ସେ ମିଆମାର ଉପକୂଲରୁ ବାହାରିବା ପରେ ସମୁଦ୍ର ଉପରେ ପାଖାପାଖି ୬ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିବା ପରେ ବାଂଲାଦେଶକୁ ପ୍ରବେଶ କରିବ । ଏହି ସୂଚନା ଆଧାରରେ କୁହାଯାଉଛି କି ଏହା ଅଧିକ ଘନିଭୂତ ହେବ ନାହିଁ  ।

ଯଦି ବି ଘନୀଭୂତ ହୁଏ ତେବେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ଅଧିକ ପ୍ରଭାବ ପକାଇବ । ଏମିତିରେ ଉତ୍ତର ଓଡିଶାରେ ପବନର ବେଗ କମ ରହିବ କିନ୍ତୁ ବର୍ଷାର ପ୍ରଭାବ ରହିପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି କୁହାଯାଇ ପାରୁ ନାହିଁ କି ଏହା ଓଡିଶା ଆଡକୁ ଆସିବ ନା ନାହିଁ । କିଛି ଦିନ ପରେ ହିଁ ଏହା ଜଣା ପଡିବ ।