ସତ କହିଲେ ନେବାକୁ ପଡୁଛି ବାମ୍ଫ, ଜୟ ଜୟକାର କରିଲେ ହିଁ ଚାଲିବ ସଂସ୍ଥା ନ ହେଲେ ହେବ ବାସନ୍ଦ….

ଏଠି ସତ କହିଲେ ନେବାକୁ ପଡୁଛି ଫୁଲ ବାମ୍ଫ । ଜୟଜୟକାର କରିବାକୁ ପଡିବ ନ ହେଲେ ବାସନ୍ଦ । ପ୍ରଶ୍ନ କରିଲେ ନାଲି ଆଖି ମୁହଁ ଖୋଲିଲେ ଆଡ ବନ୍ଦ । ନା ସଚିବାଳୟ କୁ ଏଣ୍ଟ୍ରି ନା ଅଭିଯୋଗ ପ୍ରକୋଷ୍ଠ କୁ । ସପକ୍ଷରେ ଦେଖାଇଲେ ସୁନା ପିଲା ଆଉ ସବୁଥିରେ ଭାଗ ଆଗ । ହଁ ଦର୍ଶକ ବନ୍ଧୁ ରାଜ୍ୟରେ ଚାଲିଛି କି ପ୍ରତାରକ ଗଣତନ୍ତ୍ର । ଏଠି ଲାଗୁଛି ଅସହାୟ ଚତୁଃସ୍ତମ୍ବ ।

ସରକାରଙ୍କର ସପକ୍ଷରେ ଦେଖାଇଲା ସେ ସୁନା ମୁଣ୍ଡା । ଯିଏ ସତ ଦେଖାଇଲା ସେ ବାମ୍ଫ ନେଲା । କହିବାକୁ ଗଲେ ଗଣମାଧ୍ୟମ କଣ କରିବ କଣ କହିବ ତାହା ସରକାର ନିର୍ଧାରଣ କରିବେ । ଆଉ ଯଦି ସରକାରଙ୍କର ବିପକ୍ଷରେ କିଛି ଖବର ହୁଏ ବା ସତ ଦେଖାଇବେ ତେବେ ସରକାର ଦେଖାଇବେ ନାଲି ଆଖି । ରାଜ୍ୟରେ ଗଣମାଧ୍ୟମ ଉପରେ ହେଉଥିବା ଆକ୍ରମଣ କୁ ନେଇ ସରକାରୀଙ୍କର ଭୂମିକାକୁ ରାଗେଟ କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜରଞ୍ଜନ ଶତପଥି ।

ସରକାରଙ୍କୁ ସମାଲୋଚନା କରିଲେ ଚକ୍ଷୁଶୀଳ ଏବାକୁ ପଡିବ । ଏବଂ ତା ପରେ ତୁମ ବିରୁଦ୍ଧରେ ନାନା ପ୍ରକାରର ପ୍ରସଙ୍ଗ ଉଦଭାବନ କରାଯିବ ବୋଲି କହିଛନ୍ତି ରାଜରଞ୍ଜନ ଶତପଥି । ରାଜ୍ୟରେ ଯଦି କୌଣସି ଗଣମାଧ୍ୟମ ସରକାରଙ୍କୁ ଆଲୋଚନା କରିଲେ ତେବେ ଉକ୍ତ ଗଣମାଧ୍ୟମ ସରକାରଙ୍କର ଚକ୍ଷୁଶୀଳ ହେଉଛି । ସଂସ୍ଥା ବିରୁଦ୍ଧରେ ନାନା ପ୍ରସଙ୍ଗ ଉଦଭାବନ କରିବେ ।

କିଛି ଲୋକଙ୍କୁ ଲଗାଇ ମିଥ୍ୟା କେସ କଡ଼ିଏ । ଯାହା ଫଳରେ କୋର୍ଟ କଚେରୀ କୁ ଦୌଡିବାକୁ ପଡିବ । ଓଡିଶା ରେ ସରକାରଙ୍କ ବିଷୟରେ କିଛି ଆଲୋନା ହେଉନି । ସରକାର ଯାହା କହୁଛନ୍ତି ସମସ୍ତେ ଜିନ୍ଦାବାଦ ଷ୍ଟ୍ରୋରୀ ଲେଖୁଛନ୍ତି । କେବଳ ସପକ୍ଷରେ ଲେଖୁଛନ୍ତି ରାଜ୍ୟରେ ମିଡିଆ ବାଲା । ଗତ 2 ଦିନ ତଳେ ପ୍ରତିକ୍ରିୟା ଦେଇ ଶତପଥି ଅନୁମାନ କରିଥିବା ବେଳେ ଆଜିର ଦ୍ରୁଶ୍ଯ ତାହାକୁ ଯେମିତି ସତ ପ୍ରମାଣିତ କରିଛି ।

ସମ୍ପାଦକୀୟ ଲେଖି ସୋମ୍ୟ ପଟ୍ଟନାୟକ ଙ୍କୁ ସମାଲୋଚନା କରିଥିଲେ ଶତପଥି । ଆଉ ଶେଷରେ ଆଜି ସମବାନ ଭବନରେ ଚଢାଉ କରିଛି OW । ଆଗରୁ ମଧ୍ୟ ଅଟିଭି ଚ୍ଯାନେଲ ଉପରେ ଆକ୍ରୋଶ ରଖି ସରକାର ଦେଖାଇ ଥିଲେ ନାଲି ଆଖି । କୋରୋନା ମହାମାରୀ ଠାରୁ ରାଜ୍ୟରେ ସାମ୍ବାଦିକ ନା ସଚିବ ଙ୍କୁ ପ୍ରଶ୍ନ ଅଋ ପାରୁଛନ୍ତି ନା ସଚିବାଳୟ ଯାଉଛନ୍ତି ।

ଅଭିଯୋଗ ରକୋଷ୍ଠ କୁ ଯିବା ମନା ହୋଇଛି । ଏମିତି କି ନବୀନ ନିବାସ କୁ ନୋ ଏଣ୍ଟ୍ରି କରିବାକୁ କୁହା ଯାଇଛି । ତେବେ ଲାଗୁଛି ଏବେ ଖାଲି ସରକାରଙ୍କର ଜୟଜୟକର କରିବାକୁ ହେବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।