ତୁଳସୀକୁ ଶାସ୍ତ୍ରରେ ଶ୍ରୀବଲ୍ଲଭ କୁହାଯାଇଥାଏ । କାରଣ ତୁଳସୀ ଶ୍ରୀ ହରିଙ୍କର ଅତି ପ୍ରିୟ ହୋଇଥାଏ । ତୁଳସୀ ପୂଜନର ବହୁତ ସାରା ମାହାତ୍ମ୍ୟ ରହିଅଛି । ପ୍ରତ୍ଯେକଟି ହିନ୍ଦୁ ଧର୍ମର ଘରେ ଘରେ ତୁଳସୀ ପୂଜା ପାଇବା ଉଚିତ । ଯାହା ଦ୍ଵାରା ସେହି ଘର ଉପରେ ଯେପରି କୌଣସି ପ୍ରକାର ନକରାତ୍ମକ ଶକ୍ତିର ପ୍ରଭାବ ନପଡିବ । ଘରକୁ ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଆମକୁ କିଛି ଭଲ ସଙ୍କେତ ଦେଇଥାଏ । ଯାହା ଦେଖିବା ମାତ୍ରେ ଆପଣ ମଧ୍ୟ ଜାଣିନେବେ, କି ଆପଣଙ୍କ ଘରକୁ ମଧ୍ୟ ଅତି ଶୁଭର ସମୟ ଆସିବା ପାଇଁ ଯାଉଛି ।
ତେବେ ତୁଳସୀ ଗଛ ଦେଉଥିବା ସଂକେତ ବିଷୟରେ ଜାଣିବା ପୂର୍ବରୁ ତୁଳସୀ ବୃକ୍ଷ ସମ୍ପର୍କରେ ଆମେ ଏଠାରେ କିଛି ଆପଣଙ୍କୁ କହିବା ପାଇଁ ଯାଉଛୁ । ତୁଳସୀ ଗଛ ଲଗାଇବା ସମୟରେ ବହୁତ ଲୋକ ପୁରୁଣା ଧାତୁ କିମ୍ବା ପଥରର କୁଣ୍ଡରେ ହିଁ ଲଗେଇଦେଇଥାନ୍ତି । ଏପରି ଜମାରୁ ମଧ୍ୟ କରନ୍ତୁ ନାହିଁ । ନଚେତ ମା’ ବୃନ୍ଦାବତୀ ରୁଷ୍ଠ ହୋଇଯାଇଥାନ୍ତି । ତୁଳସୀ ଗଛକୁ ସର୍ବଦା ମାଟିର କୁଣ୍ଡରେ ହିଁ ଲଗାନ୍ତୁ । ତୁଳସୀ ବୃକ୍ଷକୁ ଅପରିଷ୍କାର ସ୍ଥାନରେ ଲଗାନ୍ତୁ ନାହିଁ ।
ନଚେତ ଏପରି କରିବା ଦ୍ଵାରା ଘରର ପରିବାରର ସଦସ୍ୟଙ୍କ ସ୍ଵାସ୍ଥବସ୍ତା ସବୁବେଳେ ଖରାପ ରହିବା ସହ ସନ୍ତାନ ମାନଙ୍କର ଉନ୍ନତି ମଧ୍ୟ ହୋଇନଥାଏ । ତେଣୁ ତୁଳସୀ ବୃକ୍ଷକୁ ସଦା ସର୍ବଦା ଭୂମୀ ଠାରୁ କିଛି ଉପରେ ତଥା ସ୍ବଚ୍ଛ ସ୍ଥାନରେ ଲଗାଇବା ଉଚିତ । ତୁଳସୀ ବୃକ୍ଷକୁ ଲଗାଇ ସାରିବା ପରେ ନିତ୍ୟ ଏହାର ପୂଜନ ମଧ୍ୟ କରିବା ଉଚିତ । କାରଣ ତୁଳସୀ ବୃକ୍ଷରେ ନିତ୍ୟ ପାଣି ନଦେବା ଦ୍ଵାରା ତାହା ଶୁଖିଯାଇଥାଏ ।
ତୁଳସୀ ବୃକ୍ଷ ଶୁଖିଯିବା ଘର ପାଇଁ ଆଦ୍ୱୋରୁ ଶୁଭ ନୁହେଁ, ସେଥିପ୍ରତି ସର୍ବଦା ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ତୁଳସୀ ବୃକ୍ଷ ପାଖରେ ଅନ୍ୟ କୌଣସି ବୃକ୍ଷ ଆପେ ଆପେ ବୃଦ୍ଧି ପାଇବା, ତୁଳସୀ ଗଛ ସବୁଜ ସୁନ୍ଦର ଦେଖାଯିବା ଓ ତୁଳସେ ବୃକ୍ଷ ନିକଟକୁ ଜନ୍ଦା, ପିମ୍ପୁଡି ଆସିବା । ତେବେ ଜାଣି ରଖନ୍ତୁ, ଆପଣଙ୍କ ଘରକୁ କିଛି ଶୁଭ ସମାଚାର ଆସିବା ପାଇଁ ଯାଉଛି ।
ବ୍ୟାପାର ହେଉ ଅବା କୌଣସି କର୍ମକ୍ଷେତ୍ରରୁ ଧନର ଆଗମନ ଆପଣଙ୍କ ଘରକୁ ହେବ ପାଇଁ ଯାଉଛି । ତୁଳସୀ ଗଛ ସବୁଜ ସୁନ୍ଦର ହେବ ସତ୍ବେ ମଧ୍ୟ ଯଦି ତୁଳସୀ ଗଛର ପତ୍ର ଗୁଡିକ ଛିଡି ଭୂମୀ ଉପରେ ପଡୁଥାଏ । ତେବେ ଏହା ଜମାରୁ ମଧ୍ୟ ଶୁଭ ନୁହେଁ । ଏପରି ତୁଳସୀ ବୃକ୍ଷ ସଂକେତ ଦେବା ଦ୍ଵାରା ଜାଣି ନିଅନ୍ତୁ ।
ଯେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀ ରୁଷ୍ଠ ଅଛନ୍ତି । ହେଲେ ଯଦି ତୁଳସୀ ବୃକ୍ଷର ପତ୍ର ହଳଦିଆ ହୋଇ ଛିଡିଥାଏ । ତେବେ ଏହା ପ୍ରାକୃତିକ ଉପାୟରେ ଛିଡି ଥାଏ । ଏଥିରେ କିଛି ମଧ୍ୟ ଖରାପ ହୋଇନଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ