କଣ ଆପଣ କଞ୍ଚା  ପିଆଜ ଖାଆନ୍ତି କି ?  କଞ୍ଚା ପିଆଜ ଖାଇଲେ ଶରୀରରେ କଣ ହେଇଥାଏ, ମୂଳରୁ ଭଲ ହେଇଯାଏ ଏହି ୧୦ଟି ରୋଗ

ପ୍ରତିଦିନ ବହୁତ ଲୋକ ପିଆଜ ଖାଆନ୍ତି, କିନ୍ତୁ ଶରୀରକୁ ସେମିତି ଫାଇଦା କିଛି ମିଳିନଥାଏ । ଆପଣଙ୍କୁ ଜଣା ନାହିଁ କେମିତି ପିଆଜ ଖାଇବା କଥା । ଆଜି ଆମେ ଆପଣଙ୍କୁ ଜଣେଇବା କେମିତି ପିଆଜ ଖାଇବେ ।ଯେମିତିରେ ଆପଣଙ୍କ ଶରୀର ପାଇଁ ଲାଭଦାୟକ ହେବ । ବହୁତ ଲୋକ ପିଆଜକୁ ଭାଜିକି ଖାଆନ୍ତି । ପିଆଜକୁ ଭାଜିକି ଖାଇଲେ ତାର ପୁଷ୍ଟିସାର ଗୁଡିକ କମି ଯାଇଥାଏ । ଯାହା ଦ୍ଵାରା ପିଆଜ ଖାଇବାର କୌଣସି ଲାଭ ନଥାଏ ।

ପିଆଜ ଖାଇବାର ଲାଭ ସେତେବେଳେ ହେବ , ଯେତେବେଳେ ଆପଣ ପିଆଜକୁ କଞ୍ଚା ଖାଇବେ । ଆପଣ ଖାଇବା ବେଳେ ପିଆଜକୁ ଖାଦ୍ଯ ସହ ମିସେଇକି ଖାଇପାରିବେ । ସବୁ ଠାରୁ ଭଲ ଉପାୟ ପିଆଜକୁ ଆପଣ ସକାଳୁ ଖାଲି ପେଟରେ ଖାଇବେ । କଞ୍ଚା ପିଆଜରେ ବହୁତ ମାତ୍ରାରେ କ୍ୟାଲସିୟମ , ଆଇରନ ,  ପୋଟାସିୟମ ଭଳି ସାର ମିଳି ଥାଏ । ଯାହା ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ ।

ଆଜି ଆସନ୍ତୁ ଜାଣିବା କଞ୍ଚା ପିଆଜ ଯଦି ଆପଣ ସବୁ ଦିନ ଖାଉଛନ୍ତି ତ ଆପଣଙ୍କ ଶରୀରକୁ କେଉଁ କେଉଁ ଲାଭ ହାଉଛି । କଞ୍ଚା ପିଆଜ ଖାଇଲେ ହଜମ ଶକ୍ତି ବହୁତ ମାତ୍ରାରେ ବଢି ଯାଇଥାଏ , ଯାହା ଦ୍ଵାରା ଆମେ ଯାହା ଖାଇଥାଉ ତାହା ଖୁବ ଶୀଘ୍ର ହଜମ ହୋଇଯାଇଥାଏ ।

କଞ୍ଚା ପିଆଜ ଖାଇବା ଦ୍ଵାରା ଶରୀରର ଓଜନ ବି କମି ଥାଏ । ଯଦି ଆପଣ ଶରୀରର ଓଜନ କମ କରିବାକୁ ଚାହୁଛନ୍ତି ତ ଖାଲି ପେଟରେ କଞ୍ଚା ପିଆଜ ଖାଆନ୍ତୁ । ଧୀରେ ଧୀରେ ଆମାନଙ୍କର ଶରୀରର ଓଜନ କମିଯିବ । ଆପଣ ୧ ମାସ ଖାଲି ପିଆଜ ଖାଇକି ଦେଖନ୍ତୁ ଆପଣଙ୍କ ଶରୀରର ଓଜନ ରେ ପ୍ରଭାବ ପକାଇବ। ୧ ମାସରେ ୮ ରୁ ୧୦ କିଲୋ  ଓଜନ କମିଯିବ ।

କଞ୍ଚା ପିଆଜ ଖାଇବା ଦ୍ଵାରା ଆପଣଙ୍କର ଦାନ୍ତରୁ ରକ୍ତ ବାହାରୁଥିଲେ ଏହା ବନ୍ଦ କରିବାରେ ବହୁତ ସାହାଯ୍ୟ କରିଥାଏ । ଦାନ୍ତ ଓ ମାଢି ମଜ୍ବୁଦ ହେବା ସହ ଦାନ୍ତ ରୁ କୀଟାଣୁ ମୁକ୍ତ କରିଥାଏ । ଯଦି ଆପଣଙ୍କୁ ଥଣ୍ଡା କାସ ହେଉଛି ତ ପିଆଜ ରସ ବାହାର କରିକି ମହୁ ସହ ଦିନକୁ ଦୁଇଥର  ଖାଆନ୍ତୁ, ଦେଖିବେ ଧୀରେ ଧୀରେ ଆପଣଙ୍କର ଥଣ୍ଡା ଓ ଖାସ ବନ୍ଦ ହେଇଯିବ ।

କ୍ୟାନସର ରୋଗୀ ଯଦି କଞ୍ଚା ପିଆଜ ଖାଇବେ ବହୁତ ମାତ୍ରାରେ ରୋଗୀ ପାଇଁ ଭଲ ହୋଇଥାଏ । ଶରୀରରୁ କ୍ୟାନସର କୁ ଦୂରେଇକି ରଖିବାକୁ ଚାହୁଛନ୍ତି ତ କଞ୍ଚା ପିଆଜ ଖାଆନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।