ଆନ୍ଧ୍ର ରେ କମିଲା ଓଡିଶାରେ ବଢିଲା, ବାଦଲ ଫଟା ବର୍ଷା ହେଲାଣି ଓଡିଶାରେ…

ଆନ୍ଧ୍ରରେ କମିଲା ଓଡିଶାରେ ବଢିଲା । ବାଦଲ ଫଟା ବର୍ଷାରେ ଓଡିଶା ଥରହର । ହଁ ଦର୍ଶକ ବନ୍ଧୁ ବାତ୍ୟା ମିଗଜୋମ ଆନ୍ଧ୍ରରେ ଦୁର୍ବଳ ହେବାରେ ଲାଗିଛି । ଆଉ ଏପଟେ ଓଡିଶାରେ ଏହାର ପ୍ରଭାବ ଅଧିକ ବଢିବାରେ ଲାଗିଛି । ଆଉ ପାଗ ଦେଖିଲେ ଲାଗୁଛି ବର୍ଷା ନୁହେଁ ସତେ ଏମିତି ବାଦଲ ଫାଟ ବର୍ଷା ହେଉଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେଉଛି । ଆଜି ଗଜପତି ରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖା ଯାଇଛି । କୋରାପୁଟ ରେ ଖସିଛି ମାଟି ଅତଡା । ଏ ସବୁ କିଛି ବାତ୍ୟାର ପ୍ରଭାବ କାରଣରୁ ହେଉଛି । ଆଉ ସମସ୍ତେ କହୁଛନ୍ତି ଏହା ଗୋଟେ ବଡ ବାତ୍ୟା ଥିଲା ।

ଭାଗ୍ୟ ଭଲ ଏହା ଓଡିଶାରେ ସ୍ଥଳ ଭାଗ ଛୁଇଁଲା ନାହିଁ । ଯଦି ବାତ୍ୟା ଓଡିଶାରେ ସ୍ଥଳ ଭାଗ ଛୁଇଁ ଥାନ୍ତା ତେବେ କଣ ଯେ କ୍ଷତି ହୋଇଥାନ୍ତା ତାହା କେହୁ ହେଉ ନାହିଁ । ବାତ୍ୟାର ପ୍ରଭାବ ଏବେ ଓଡିଶାରେ ବେଶ ଅନୁଭବ କରି ହେଉଛି । ଆଜି ସକାଳୁ ସବୁଠି ଥଣ୍ଡା ଓ ଅନ୍ଧାର ପାଗ । କଟକ ଓ ଟ୍ଵିନ ସିଟି ର ଅବସ୍ଥା ଏମିତି ଯେମିତି ବାତ୍ୟାର ଥଲା ଭାଗ ଏଇଠି ଛୁଇଁଛି । କୋରାପୁଟ, ରାୟଗଡା, ମାଲକାନାଗିରି, ଗଜପତି, ନୂଆପଡା, ଝାରସୁଗୁଡା ଆଦି ସ୍ଥାନରେ ବର୍ଷା ହେଉଛି । ଆଜି ମାଲକାନାଗିରି, ରାୟଗଡା, କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ବାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।

ବର୍ଷା କୁ ଦୃଷ୍ଟିରେ ରଖିକି ଆଜି ଗଜପତି ଜିଲ୍ଲା ରେ ସବୁ ଶିକ୍ଷାନୁଷ୍ଠାନ ଏମିତିକି ପ୍ରଥମକି ବିଦ୍ୟାଳୟ, ମହା ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଅଙ୍ଗନ ବାଡି ସବୁ ବନ୍ଦ କରା ଯାଇଛି । ଅନ୍ୟ ପରତେ ବର୍ଷା କାରଣରୁ କୋରାପୁଟ ରେ ମାଟି ଅତଡା ଖସିଛି । ଯାହା ପାଇଁ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ଆଉ ବାତ୍ୟାର ପ୍ରଭାବ ମଧ୍ୟ ରେଳ ଲାଇନ ଉପରେ ପଡିଛି । ଯେମିତି ମାଲବାହୀ ଟ୍ରେନ ହଠାତ ବ୍ରେକ ମାରିଲା । ଆଉ ଇଞ୍ଜିନ ରୁ ବଗି ଲାଇନ ଚ୍ୟୁତ ହୋଇଗଲା । ଉଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଟ୍ରେନ କୁ ଘଟଣା ସ୍ଥଳରୁ ଉଠାଇଛନ୍ତି ।

ଏହା ସହ 4ଟି ଟ୍ରେନ ଚଳାଚଳ ବାତିଲ ହୋଇଛି । ତେବେ ଏ ସବୁ ଭିତରେ କିନ୍ତୁ ଆଜି ଯେଉଁ ପାଗ ହୋଇଛି ତାହା ସହ ମାଲକାନାଗିରି, ରାୟଗଡ, କୋରାପୁଟ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ।  ଯେବେ ବାତ୍ୟା ମିଗୋଜମ ଅନ୍ଧାର ରେ ଦୁର୍ବଳ ହେଉଛି ସେତେବେଳେ ଓଡିଶାରେ ଏହାର ପ୍ରଭାବ ପଡିବାରେ ଲାଗିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।