ନମସ୍କାର ବନ୍ଧୁଗଣ । ବାତ୍ୟା ଆସିବ ବୋଲି କୁହା ଯାଉଥିଲା ଆଉ ଏବେ ବାତ୍ୟା ଆସିଗଲା । ମନରେ ଥିବା ଭୟ ଏବେ ସତ ହେଲା । ଏବେ ଚାରି ଆଡେ ଭାଳେଣି ପଡି ଗଲାଣି । ଲୋକ ମାନେ ଭୟରେ ଥଋ ଉଠିଲେଣି । ଓଡିଶାରେ ଲୋକ ମାନେ ନିଜର ଧନ ଜୀବନକୁ ନେଇ ଆସା ଆଶଙ୍କାରେ ସମୟ କାଟୁଛନ୍ତି । ବିଶେଷ କରି ଧାନ ଅମଳର ସମୟ ହୋଇଥିବାରୁ ଠିକ ଏହି ସମୟରେ ବାତ୍ୟା ଆସି ଓଡ଼ିଶାକୁ ତଳି ତଳାନ୍ତ କରିବାକୁ ବସିଛି ।
ବିଶେଷ କରି ଓଡିଶାର ଉପକୂଳ ବର୍ତ୍ତୀ ଅଞ୍ଚଳ ଗୁଡିକୁ ସତର୍କ ସୂଚନା ଜାରି ହୋଇଛି । ସେହିପରି ବାତ୍ୟା ଆସିଲେ କ୍ଷେତ ରେ ଅମଳ ହୋଇଥିବା ଫସଲ ଓ ପନିପରିବା ସବୁ ପାଣିରେ ଧୋଇଯିବ । ଯଦି ବାତ୍ୟା ହୁଏ ତେବେ ଘର ଗୁଡିକ ମଧ୍ୟ ଭାଙ୍ଗି ଯାଇପାରେ । ଏହା ସହ ଚାଷ ଜମି ଗୁଡିକରେ ଅଧିକ ପାଣି ହେଲେ ନିଷ୍କାସନ ପାଇଁ IMD ପକ୍ଷରୁ ସୂଚନା ଦିଆ ଯାଇଛି । ବାତ୍ୟାର ପ୍ରଭାବ କେତେ ଅଧିକ ରହିବ ଏଥିରୁ ଅନୁମାନ କରା ଯାଉଛି ।
ଅନେକ ସ୍ଥାନରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଲାଣି । ଦେଶର ଅନେକ ସ୍ଥାନରେ ଗତ କାଲି ରାତିରୁ ଲଗାଣ ବର୍ଷା ଆରମ୍ଭ ହେଲାଣି ଯାହାର ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମା ହୋଇଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉପରୁ ପାଣି ଜମିଲାଣି । ପରିସ୍ଥିତି ଏମିତି ହେଲାଣି ପାଣି ଏତେ ହେବା କାରଣରୁ ଗାଡି ଚଳାଚଳରେ ବାଧା ଉପୁଜୁଛି । କିଛି ସ୍ଥାନରେ ଘର ଭିତରେ ପାଣି ପଶିଗଲାଣି । ଧୀରେ ଧୀରେ ପବନ ବଢୁଥିବାରୁ ରାସ୍ତା ରେ ଗଛ ଭାଙ୍ଗି ପଡିଛି ।
ସମୟ ଯେତେ ବଢୁଛି ଲୋକଙ୍କ ମନରେ ଭୟ ସେତିକି ବଢୁଛି । ବାତ୍ୟା ସମୟରେ ପବନର ବେଗ ସର୍ବାଧିକ 90 ରୁ 100 କିମି ରହିବ । ଏହାର ପ୍ରଭାବରେ ଓଡିଶାରେ 3 ଦିନ ବର୍ଷାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାତି କରିଛି ପାଣିପାଗ ବିଭାଗ । ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ।
ଆଜି ପୁରୀ, ନୟାଗଡ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଙ୍ଘ୍ପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡା ଆଦି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୁଳ ବର୍ତ୍ତୀ ଅଞ୍ଚଳ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନାଗିରି, କୋରାପୁଟ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲକା ରୁ ମଧ୍ୟମ ଧରଣର ବଜ୍ରପାତ ହେବାର ସମ୍ଭାବନା ରହିଛି । ଗଭୀର ସମୁଦ୍ର ଭିତରକୁ ନ ଯିବା ପାଇଁ ମଶ୍ଚ୍ୟ ଜୀବି ମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।