ଆମେ ସୁଯୋଗ ପାଇଲୁନି ଏଥିରେ ଭୁଲ କାହାର ? ହକି ବିଶ୍ଵକପ ଓପନିଂ ସେରିମନି ର କଟୁ ସତ୍ୟ ପ୍ରକାଶ କଲେ ଅଭିନେତା Manoj Mishra

ଗତ ବୁଧବାର ଦିନ କଟକ ର ଐତିହାସିକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ଵକପ ଓପନିଂ ସେରିମନି ଆୟୋଜିତ ହୋଇଥିଲା । ଖୁବ ଭବ୍ୟ ରୂପେ ଆୟୋଜନ କରା ଯାଇଥିବା ଏହି ଇଭେଣ୍ଟରେ ଉଭୟ ଓଲିଉଡ ଓ ବଲିଉଡ ର ବଡ ବଡ ଷ୍ଟାର ମାନେ ନିଜ କଳା ପ୍ରଦର୍ଶନ କରିଥିଲେ । ଓଲିଉଡ ଅଭିନେତ୍ରୀ ଏଲିନା ଓ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ଓ ଅଭିନେତା ରଣବୀର ସିଂ ମଧ୍ୟ ସମାରୋହରେ ଯୋଗ ଦେଇ ହକି ବିଶ୍ଵକପ ଆୟୋଜନର ମଜାକୁ ଦ୍ଵିଗୁଣିତ କରିଥିଲେ ।

ଏନେଇ ବଲିଉଡ ଏବଂ ଓଲିଉଡ ଅଭିନେତା ମନୋଜ ମିଶ୍ର ନିଜ ମତ ପ୍ରକାଶ କରିଛନ୍ତି । ମନୋଜଙ୍କ କହିବା ଅନୁଯାୟୀ, ଏତେ ବଡ ମଞ୍ଚରେ ବଲିଉଡ କଳାକାରଙ୍କ ସହ ଆମ ଓଲିଉଡ କଳାକାରଙ୍କୁ ମଧ୍ୟ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଲା ସେଥିପାଇଁ ମୁଁ ଜଣେ ସାଧାରଣ ଲୋକ ହିସାବରେ ବହୁତ ଖୁସି । କିନ୍ତୁ ଏହି କାର୍ଯ୍ୟକ୍ରମର ନ୍ୟାସନାଲ ଟେଲିକାଷ୍ଟ ସମୟ ରଖା ଯାଇଥିଲା ସନ୍ଧ୍ୟା 6ଟାରୁ 8ଟା । ଓଲିଉଡ କଳାକାରମାନେ ଏହା ପୂର୍ବରୁ କଳା ପ୍ରଦର୍ଶନ କରି ସାରିଥିଲେ ।

ଯଦି ସିନେମାର ପରିଧିରେ ଏହାକୁ ଦେଖିବା ତେବେ ଏହି କାର୍ଯ୍ୟକ୍ରମ ଯଦି ସାଉଥରେ ହୋଇଥାନ୍ତା ତେବେ ନ୍ୟାସନାଲ ଟେଲିକାଷ୍ଟ ସମୟ ଭିତରେ ତାଙ୍କ କଳାକାରଙ୍କୁ ନିଶ୍ଚୟ ସୁଯୋଗ ମିଳିଥାନ୍ତା । କଲିକତାରେ ଏହି ଇଭେଣ୍ଟ ହୋଇଥିଲେ ସେଠାକାର ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ 6ଟାରୁ 8ଟା ସମୟ ଭିତରେ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାନ୍ତା । ଏହାର କାରଣ ହେଉଛି ସେମାନଙ୍କର ସିନେମା ରାଷ୍ଟ୍ରୀୟ ସ୍ତରରେ ପହଞ୍ଚି ସାରିଛି ଓ ରାଷ୍ଟ୍ରୀୟ ସ୍ତରରେ ଲୋକେ ସେମାନଙ୍କୁ ଜାଣିଛନ୍ତି ।

ଯଦି ଆମକୁ ବି ରାଷ୍ଟ୍ରୀୟ ସ୍ତରରେ ଲୋକେ ଜାଣିଥାନ୍ତେ ତେବେ ଆମକୁ ମଧ୍ୟ ରଣବୀର ସିଂ ଓ ଦିଶା ପଟାନୀଙ୍କ ସହ କଳା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥାନ୍ତା । ଆମକୁ ସୁଯୋଗ ମିଳିଲାନି ବୋଲି ଆମେ ସହଜରେ କହିଦେବା । କିନ୍ତୁ ହୃଦୟଙ୍ଗମ କରିବାକୁ ହେବ ଯେ ଏଥିରେ ଦୋଷ କାହାର ? ଏଥିପାଇଁ କାହାକୁ ଏମିତି ଦୋଷ ଦେବା ଠିକ ହେବନି । କାରଣ ଆମକୁ ତ ସୁଯୋଗ ମିଳିଛି । 1936 ମସିହାରୁ ଆଜି ଯାଏଁ ଆମ ସିନେମା ଯଦି ଭାରତରେ କିମ୍ବା ବିଶ୍ବରେ ବ୍ଯବସାୟିକ ସଫଳତା ଓ ପରିଚୟ ପାଇନାହିଁ ତେବେ ଏଇଟା ଆମର ଦୋଷ ।

ଆମେ ନିଜ ପରିଚୟ ତିଆରି କରିନୁ ଓ ସବୁବେଳେ ସହଜ ବାଟକୁ ବାଛି ନେଇଛୁ । ସେଥିପାଇଁ ସେ ନବାଗତ ଫିଲ୍ମ ନିର୍ମାତା ଓ ଡାଇରେକ୍ଟର ମାନଙ୍କୁ ଅନୁରୋଧ କରିଛନ୍ତି ଯେ ଆଉ କପି ପେଷ୍ଟ ଫିଲ୍ମ ପ୍ରତି ମନ ନଦେଇ ଆମ ଓଡିଶାର କାହାଣୀ ଲୋକଙ୍କ ପାଖରେ ପହଞ୍ଚେଇବାକୁ ଚେଷ୍ଟା କର ।

“ଦମନ” ଯେପରି ପରିଚୟ ସୃଷ୍ଟି କଲା ସେହିପରି ଆମର ଅନେକ କାହାଣୀ ରହିଛି ଯେଉଁଥିରେ ଦମ୍ ଅଛି । ପ୍ରଥମେ ନିଜର ପରିଚୟ ସୃଷ୍ଟି କରନ୍ତୁ ତା’ପରେ ଏଭଳି ସୁଯୋଗ କେମିତି ନ ମିଳିବ ଦେଖିବେ । ଏନେଇ ଆପଣଙ୍କ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।