ଆମ ହାତରେ କଣ ପାଇଁ ରେଖା ଗୁଡିକ ରହିଛନ୍ତି ? ଏହାକୁ ଭାଗ୍ୟ ରେଖା କାହିଁକି କୁହାଯାଏ ? ହସ୍ତ ରେଖାର ପ୍ରକୃତ କାମ କଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ସମସ୍ତଙ୍କ ହାତ ପାପୁଲିରେ କିଛି ରେଖା ରହିଥାଏ । ଏକାପରି ଲାଗୁଥିବା ଏହି ରେଖା ସମସ୍ତଙ୍କ ହାତରେ ସାମାନ୍ଯ ଅଲଗା ମଧ୍ୟ ରହିଥାଏ । କିଛି ଲୋକ ଏହି ରେଖାକୁ ଭାଗ୍ୟ ସହ ଯୋଡିଥାନ୍ତି ବା ଏହାକୁ ଭାଗ୍ୟ ରେଖା ବୋଲି କହିଥାନ୍ତି । ତେବେ ଆପଣ କେବେ ଭାବିଛନ୍ତି କି ଆମ ହାତରେ ଏଭଳି ରେଖା କାହିଁକି ରହିଛି ? ଏହି ହସ୍ତ ରେଖାର କାମ କଣ ? ତେବେ ଆଜି ଆମେ ଜାଣିବା ଆମ ହସ୍ତ ରେଖାର ପ୍ରକୃତ କାର୍ଯ୍ୟ କଣ ଓ ଏହା ଆମ ହାତରେ କାହିଁକି ରହିଛି ।

ଆମ ହସ୍ତ ରେଖା ପ୍ରକୃତରେ କଣ ଭବିଷ୍ୟତର ଗାର ଅଟେ ନା ଆମ ଜୀବନରେ ଏହାର ଅନ୍ୟ କିଛି କାମ ରହିଛି ? ଏହାର ଉତ୍ତର ହେଉଛି ହଁ । ଆମ ହସ୍ତ ରେଖାର ସ୍ଵତନ୍ତ୍ର କାର୍ଯ୍ୟ ରହିଛି ଓ ଆମ ଜୀବନରେ ଏହା ଆମକୁ ଖୁବ ସାହାଯ୍ୟ କରିଥାଏ । ଆମ ହାତରେ ଜନ୍ମ ହେବା ସମଯରୁ ଏହି ହସ୍ତ ରେଖା ବା ଭାଗ୍ୟ ରେଖା ରହିଥାଏ । ବୈଜ୍ଞାନିକ ଭାଷାରେ ଏହାକୁ “ପାଲମାର ଫ୍ଲେକ୍ସନ ଗ୍ରୀସ” କୁହାଯାଏ ।

ଜଣେ ବ୍ୟକ୍ତିଙ୍କ ଜନ୍ମ ପୂର୍ବରୁ ହିଁ ତାଙ୍କ ହାତରେ ଏହି ରେଖା ଗୁଡିକ ତିଆରି ହୋଇଯାଏ । କିନ୍ତୁ ଅନେକ ଲୋକ ଏହି ହସ୍ତ ରେଖାର କାର୍ଯ୍ୟ ଜାଣି ନାହାନ୍ତି । ଏକ ରିପୋର୍ଟରେ କୁହାଯାଇଛି କି, ହାତରେ ଥିବା ଗାର ଗୁଡିକର କାର୍ଯ୍ୟକୁ ବୁଝିବା ପାଇଁ ଏକ କପ୍ ଚାହା ଧରିବା ବେଳେ, ଘର କାମ କରିବା ବେଳେ କିମ୍ବା ଟାଇପ କରିବା ବେଳେ ନିଜ ହାତକୁ ଦେଖନ୍ତୁ ।

ପାପୁଲିରେ ନିର୍ମିତ ରେଖା ଗୁଡିକର ସାହାଯ୍ୟରେ ଜଣେ ବ୍ୟକ୍ତି ଅନେକ ଗୁଡିଏ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାନ୍ତି । ଏହି ରେଖା ଗୁଡିକ ସାହାଯ୍ୟରେ ଆମ ହାତ ସଙ୍କୁଚିତ ହୋଇ ପୁଣି ବିସ୍ତାର ହେବାରେ ସକ୍ଷମ ହୋଇପାରେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଅନୁଯାୟୀ, ଅଧିକାଂଶ ଲୋକଙ୍କ ହାତରେ ତିନୋଟି ପ୍ରମୁଖ ଗାର ରହିଛି ଯାହାକି ଉଭୟ ହାତରେ ରହିଛି ।

କିନ୍ତୁ କିଛି ଲୋକଙ୍କ ହାତରେ କେବଳ ଗୋଟିଏ ଲାଇନ ଦେଖାଯାଏ । ଏହା ଶରୀରର ଅସ୍ବାଭାବିକ ବିକାଶର ସଂକେତ ଅଟେ । ଡାଉନ ସିଣ୍ଡ୍ରୋମରେ ପୀଡିତ ପିଲାଙ୍କ ଠାରେ ମଧ୍ୟ ଏକକ ରେଖା ଦେଖାଯାଏ । ଏହି ରେଖା ଗୁଡିକ କେତେ ମୋଟା ଓ ଗଭୀର ହେବ ଏବଂ କେତେ ସଂଖ୍ଯାରେ ହେବ ଏହା ବ୍ୟକ୍ତିଙ୍କ ପାରିବାରିକ ଇତିହାସ ଦ୍ଵାରା ସ୍ଥିର ହୋଇଥାଏ ।

ଏହି ରେଖା ଗୁଡିକ ଗର୍ଭସ୍ଥ ଶିଶୁର ବୃଦ୍ଧି ସହ ମାତ୍ର 12 ସପ୍ତାହରୁ ମା’ର ଗର୍ଭରେ ତିଆରି ହେବା ଆରମ୍ଭ ହୋଇଥାଏ । ସେଥିପାଇଁ ଯେତେବେଳେ ଏକ ଶିଶୁ ଜନ୍ମ ହୁଏ ତା’ ହାତରେ ପୂର୍ବରୁ ରେଖା ଥାଏ । ଅନେକ ଦେଶରେ ହାତ ରେଖା କେବଳ ଭବିଷ୍ୟତ ଏବଂ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ଜାଣିବା ପାଇଁ ବିବେଚନା କରାଯାଏ । ହେଲେ ଏହାର ପ୍ରକୃତ କାର୍ଯ୍ୟ ହେଉଛି ଆମ ହାତକୁ ଏହା କାର୍ଯ୍ୟକ୍ଷମ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।