ଆକାଶଗଙ୍ଗାରୁ ପୃଥିବୀକୁ ଆସୁଛି ଏକ ଅଦ୍ଭୁତ ସିଗନାଲ୍, ଏଲିଅନଙ୍କ ମେସେଜ୍ ତ ନୁହେଁ !

ବନ୍ଧୁଗଣ ଆମ ଆକାଶ ଗଙ୍ଗାରୁ ପୃଥିବୀକୁ ଅଦ୍ଭୁତ ପ୍ରକାରର ସିଗନାଲ ମିଳୁଛି । ଏହି ସିଗନାଲ କିଛି କ୍ଷଣ ପାଇଁ ଆସୁଛି ଏହାର ଅର୍ଥ ହେଉଛି କିଛି ମିଳି ସେକେଣ୍ଡ ପାଇଁ ଏହି ସିଗନାଲ ଆସୁଛି ।

ଏହି ସିଗନାଲକୁ ବୈଜ୍ଞାନିକ ମାନେ ବୁଝିବାକୁ ପ୍ରୟାସ କରୁଛନ୍ତି ଯେ ଆମର ଆକାଶ ଗଙ୍ଗା ଅର୍ଥାତ ମିଲକି- ୱେ ଭିତରେ କୌଣସି ଏଲିୟନ ବା ସଭ୍ୟତା ଗ୍ରହ ଅଛି କି ନାହି ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ ଠାରୁ ବୈଜ୍ଞାନିକ ମାନେ ଏହି କଥାର ସତ୍ୟତା କଣ ରହିଛି ତାହା ଜାଣିବାକୁ ଚେଷ୍ଟା ଜାରି ରଖିଛନ୍ତି । କାରଣ ଏହା ନୂଆ କଥା ଅଟେ । ୨୦୨୦ ମସିହା ଏପ୍ରିଲ ୨୮ରେ ପୃଥିବୀରେ ଦୁଇଟି ରେଡିଓ ଟେଲିସ୍କୋପ ଓ କିରଣର ତୀବ୍ର ଲହରକୁ ରେକର୍ଡ କରା ଯାଇଛି ।

ଏହି ତୀବ୍ର ଲହର କିଛି କ୍ଷଣ ପାଇଁ ଥିଲା । ଏହା ପରେ ଅଚାନକ ଗାୟବ ହୋଇ ଯାଇଥିଲା । ଏହା ପରେ ରେଡିଓ କିରଣର ସନ୍ଧାନ ଏକ ମହତ୍ବପୂର୍ଣ୍ଣ ସନ୍ଧାନ କରାଯାଇ ଥିଲା । ପ୍ରଥମ ଥର ପାଇଁ ପୃଥିବୀରେ ଏତେ ଫାଷ୍ଟ ରେଡିଓ କିରଣ ବିଷୟରେ ସୂଚନା ମିଳିଥିଲା । ଏହି ବାର୍ତ୍ତା ପୃଥିବୀ ଠାରୁ ମାତ୍ର ୩୦ ହଜାର ପ୍ରକାଶ ବର୍ଷ ଦୂରରୁ ଆସୁଛି । ଏହାର ପ୍ରକୃତ ଅର୍ଥ ହେଉଛି ଏହି ବାର୍ତ୍ତା ଆକାଶ ଗଙ୍ଗାରେ ଥିବା କୌଣସି ଜାଗାରୁ ସୃଷ୍ଟି ହୋଇଛି । ଏହି ଅଦ୍ଭୁତ ରେଡିଓ ସିଗନାଲକୁ ଦ କାନାଡିଆନ ହାଦ୍ରୋଜେନ ଇଣ୍ଟେନ୍ସିଟି ମ୍ୟାପିଂ ଏକ୍ସପେରିମେଣ୍ଟ ଓ ଦ ସର୍ଭେ ଫର ଟ୍ରାଞ୍ଜିଟ ଆଷ୍ଟେରାନମିକାଲ ରେଡିଓ ଏମିସନ ୨ ରେକର୍ଡ କରିଥିଲା ।

ମଶାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ରେ ଫିଜିକ୍ସର ପ୍ରଫେସର କିଯୋଷି ମାସୁଇ ଏହି ବାର୍ତ୍ତା ସମ୍ଭଧରେ ନିଜର ମତ ଦେଇଛନ୍ତି ଯେ ଅଦଭୁତ ରେଡିଓ ତରଙ୍ଗ ଆସିବା ସମୟରେ CHIME ର ମୁହଁ ସେପଟେ ନ ଥିଲା । ଏହା ସତ୍ବେ ମଧ୍ୟ ଏହା ରେଡିଓ ତରଂଗକୁ ଧରି ରଖିଛି ।

ଏହା ବ୍ଯତୀତ STARE2 ମଧ୍ୟ ଏହି ତରଂଗକୁ ରେକର୍ଡ କରିବାର ନଜର ଆସିଥିଲା । ପୁରା ବିଶ୍ବରେ ଏହି ଦୁଇଟି ଆଣ୍ଟିନା ରହିଛି ଯାହା ଏପରି କାମ କରିବାରେ ସଫଳ ହୋଇ ପାରିଛି । କାନାଡା ସ୍ଥିତ ମ୍ୟାକଗିଲ ବିଶ୍ଵ ବିଦ୍ୟାଳୟରେ ଫିଜିକ୍ସରେ ଡକ୍ଟରାଲ କରୁଥିବା ପ୍ରଜ୍ଞା ଚାୱଲା କହିଛନ୍ତି ଯେ ଏତେ ଦିନ ହେବ ଫାଷ୍ଟ ରେଡିଓ ବ୍ରଷ୍ଟ ସର୍ବଦା ଗାଲାକ୍ସିରେ ବାହାରେ ରହିଥାଏ ।

ଏହି ଫାଷ୍ଟ ରେଡିଓ ଏତେ ମାତ୍ରାରେ ପ୍ରକାଶ ବର୍ଷ ଦୂର ହୋଇଥାଏ ଯେ ଏହାକୁ ଅନୁଧ୍ୟାନ କରିବା କଷ୍ଟକର ହୋଇଥାଏ । କିନ୍ତୁ ୨୦୨୦ରେ ଯେଉଁ ଫାଷ୍ଟ ରେଡିଓ ବାର୍ତ୍ତା ରେକର୍ଡ କରା ଯାଇଛି ତାହା କିଛି ଅଲଗା ଅଟେ । ସେଥିପାଇଁ ବୈଜ୍ଞାନିକ ମାନେ ଏହର ଉତ୍ପତି ବିଷୟରେ ସନ୍ଧାନ ଅକରୁଛନ୍ତି ।

ଏପରି କରିବା ଦ୍ଵାରା ଆକାଶ ଗଙ୍ଗାର ସତ୍ୟତା ସାମନାକୁ ଆସିବ । ଏହା ପୂର୍ବରୁ ୨୦୦୭ରେ ଏଭଳି ହୋଇ ସାରିଛି । ଡଙ୍କନ ଲୋରିମର ଓ ଡେଭିଡ ନାର୍କେଭିକରୁ ଏହା ବିଷୟରେ ତଥ୍ୟ ସନ୍ଧାନ କରୁଥିଲେ । ଏହା ପରେ ଏହି ଦ୍ରୁତ ରେଡିଓ ବାର୍ତ୍ତା ବିଷୟରେ ଜଣା ପଡିଥିଲା । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।