ଆକାଶରୁ ଖସୁଛି ମାଛ, ବିଶ୍ଵାସ ହେଉନଥିଲେ ବି ସତ ! ଶୀଘ୍ର ଦେଖନ୍ତୁ ଏହି video

ଆକାଶରୁ ବର୍ଷା ହେବା କଥା ତ ସାଧାରଣ ଅଟେ । କିନ୍ତୁ ଆକାଶରୁ ମାଛ ଖସୁଛି ଶୁଣି ଆପଣଙ୍କୁ ନିଶ୍ଚୟ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ଆମେରିକାର ଭର୍ଜିନିଆରେ । ଯେଉଁଠି ଆକାଶରୁ ମାଛ ଖସୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହେବା ସହ, ଏହି ଭିଡିଓଟି ଏବେ ଭା-ଇ-ରା-ଲ ହେବାରେ ଲାଗିଛି । ଯଦି ଇତିହାସକୁ ଦେଖିବା ତେବେ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଆକାଶରୁ ମାଛ ବର୍ଷା ହେବା ନେଇ ତଥ୍ୟ ରହିଛି । କିନ୍ତୁ ଏହାର ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳିଛି ।

ଶୂନ୍ୟରୁ ମାଛ ଖସୁଛି, ଯାହାକୁ ନେଇ ଲୋକେ ହତଚକିତ ହୋଇଛନ୍ତି । ତେବେ ଘଟଣାଟି ହେଉଛି, ଆମେରିକାର ଭର୍ଜିନିଆ ଅଞ୍ଚଳରେ ରହୁଥିବା କାର୍ଲୋସ ମାଲ୍ଦୋନାଡୋ ନାମକ ଜଣେ ବ୍ୟକ୍ତି ହଠାତ ଦିନେ ସକାଳେ ଦେଖିଥିଲେ ତାଙ୍କ ଗାଡି ଉପରେ ଏକ ମାଛ ପଡିଛି । ଏହା ଦେଖି କାର୍ଲୋସ ପ୍ରଥମେ ଖୁବ ରାଗି ଯାଇଥିଲେ । ତାଙ୍କ ପଡୋଶୀ ଏପରି କରିଛନ୍ତି ବୋଲି ସେ ଭାବିଥିଲେ ।

କାରଣ ତାଙ୍କ ଗାଡି ଉପରେ ମାଛ ପଡିଥିବା ନେଇ ତାଙ୍କ ପଡୋଶୀ ହିଁ ତାଙ୍କୁ ପ୍ରଥମେ ସୂଚନା ଦେଇଥିଲେ । ସେ ପ୍ରଥମେ ପଡୋଶୀଙ୍କ କଥାରେ ବିଶ୍ବାସ ନ କରି ଓଲଟା ତାଙ୍କୁ ସନ୍ଦେହ କରିଥିଲେ । କିନ୍ତୁ ବାରମ୍ବାର ଏପରି ଘଟିବା ପରେ କାର୍ଲୋସ ତାଙ୍କ ଘରେ ଲାଗିଥିବା ସି-ସି-ଟି-ଭି ଫୁ-ଟେ-ଜ ଯାଞ୍ଚ କଲେ । ଆଉ ସେତେବେଳ ସେ ଦେଖିବାକୁ ପାଇଥିଲେ ବାସ୍ତବରେ ଆକାଶରୁ ହିଁ ମାଛ ଖସୁଛି । ଭିଡିଓରେ ସ୍ପଷ୍ଟ ଦେଖି ହେଉଛି କି ଆକାଶରୁ ମାଛ ଖସି ସିଧା ତାଙ୍କ ଗାଡି ଉପରେ ପଡୁଛି । ଦୂରରୁ ଦେଖିଲେ ଏହି ମାଛ ଗୁଡିକ ବନ୍ଧୁକ ଗୁଳି ପରି ଦେଖା ଯାଉଛନ୍ତି ।

ଏହାପରେ ଯାଇ କାର୍ଲୋସ ଅନୁଭବ କଲେ କି ତାଙ୍କ ପଡୋଶୀ ସତ କହୁଛନ୍ତି । କାର୍ଲୋସ ଏହି ଭିଡିଓକୁ ସୋ-ସି-ଆ-ଲ ମି-ଡି-ଆ-ରେ ପୋ-ଷ୍ଟ କରିବା ପରେ ଏହା ଜୋରସୋର ଭା-ଇ-ରା-ଲ ହେବାକୁ ଲାଗିଛି । ଭର୍ଜିନିଆର ସମୁଦ୍ରକୂଳ ପାଖାପାଖି କାର୍ଲୋସଙ୍କ ଘର । ଏହି ଘଟଣା ସତ ବୋଲି ଯାଞ୍ଚ କରିବା ପରେ ସେ ଏହା ଗ-ଣ-ମା-ଧ୍ୟ-ମ-କୁ ଜଣାଇଥିଲେ । ତେବେ ଆକାଶରୁ କିପରି ମାଛ ବର୍ଷା ହେଉଛି ତାହା ସମ୍ବନ୍ଧରେ କୌଣସି ସଠିକ ତଥ୍ୟ ମିଳି ପାରିନାହିଁ ।