କେବଳ ଏହାର ଗୋଟିଏ ପତ୍ରରେ ବିଛଣାରେ ପଡିଥିବା ଲୋକ ବି ଦୌଡିବାକୁ ଲାଗିବ, ଆଁଠୁ ଗଣ୍ଠି ଏକଦମ ଫିଟ ହୋଇଯିବ, ପୁରୁଷମାନେ ନିଶ୍ଚୟ ଦେଖନ୍ତୁ- Health Tips

ଆମ ଦେଶ ଭାରତ ବିଭିନ୍ନ ପ୍ରକାର ଜଡିବୁଟିର ଗନ୍ଥାଘର ଘର ଅଟେ । ଆପଣ ପାନପତ୍ର ନିଶ୍ଚୟ ଖାଇଥିବେ । ଆମ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମ ଅନୁସାରେ ଏହି ପତ୍ରର ଅନେକ ଔଷଧୀୟ ଗୁଣ ରହିଛି । ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ଆପଣ ଚାହିଁଲେ ଘରେ ପାନ ଗଛ ଲଗାଇ ପାରିବେ, ନଚେତ ବଜାରରୁ ମଧ୍ୟ ଏହି ପାତ୍ର କିଣି ଆଣି ପାରିବେ । ପାନପତ୍ର ମୁଣ୍ଡବ୍ୟଥା ଦୂର କରିବାରେ ଖୁବ ସହାୟକ ହୋଇଥାଏ । କିଛି ପାନପତ୍ର ନେଇ ଏକ କପଡାରେ ଗୁଡାଇ ମୁଣ୍ଡରେ ବାନ୍ଧିବା ଦ୍ଵାରା ମୁଣ୍ଡବ୍ୟଥାରୁ ଆରମ ମିଳିଥାଏ ।

ଆପଣଙ୍କ ଶରୀରରେ କୌଣସି ସ୍ଥାନରେ ଆଘାତ ଲାଗିଥିଲେ ବା ଖଣ୍ଡିଆ ହୋଇଥିଲେ, ତାହା ଭଲ କରିବାରେ ମଧ୍ୟ ପାନପତ୍ର ଖୁବ ଉପକାରୀ ହୋଇଥାଏ । ଆପଣ ସେହି ସ୍ଥାନରେ କେବଳ ଗୋଟିଏ ପାନପତ୍ର ରଖି ଏକ କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଘା ଶୀଘ୍ର ଭଲ ହେବ ଓ ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଆପଣଙ୍କ ଘା’କୁ ବଢିବାକୁ ଦେବ ନାହିଁ । ଆପଣଙ୍କୁ ଯଦି ଶୁଖିଲା କାଶ ହେଉଛି ତେବେ, ପାନପତ୍ରର ରସ ବାହାର କରି ଏହାକୁ ମହୁ ସହ ମିଶାଇ ସେବନ କଲେ ଶୀଘ୍ର ଆରମ ପାଇବେ ।

ପିଲାଙ୍କୁ ଯଦି ଥଣ୍ଡା, କାଶ, ଜ୍ଵର ହେଉଛି ତେବେ ଗୋଟିଏ ପାନପତ୍ରରେ କିଛି କାଷ୍ଟର ଅଏଲ ଲଗାଇ ହାଲୁକା ଗରମ କରି ଏହାକୁ ପିଲାର ଛାତିରେ ରଖି ଦିଅନ୍ତୁ, ଦେଖିବେ ପିଲା ସାଙ୍ଗେ ସାଙ୍ଗେ ଭଲ ହୋଇଯିବ । ମହିଳାଙ୍କ ସ୍ତନ ଫୁଲିଯାଇ ବ୍ୟଥା ହେଉଥିଲେ ଗୋଟିଏ ପାନପତ୍ରକୁ ଗରମ କରି ସେହି ସ୍ଥାନରେ ରଖିଲେ ଆରାମ ମିଳିଥାଏ । ଆପଣଙ୍କୁ ଯଦି ଆଁଠୁ ଗଣ୍ଠି ଦରଜ ଆଦି ଆଥ୍ରାଇଟିସ ସମସ୍ଯା ରହିଛି ତେବେ ପାନପତ୍ରରେ ଏକ ଚୁଟକି ମାତ୍ରାରେ ଚୂନ ଲଗାଇ ସେବନ କଲେ ଆରାମ ମିଳିଥାଏ ।

ସେହିପରି ପାନରେ ତିଆରି ସରବତ ହୃଦରୋଗୀଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ଓ ସବଳ ରଖିବାରେ ସାହାଯ୍ୟ କରିବ । ପାନପତ୍ର ସେବନ ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଯେଉଁ ପୁରୁଷଙ୍କୁ ଫୁର୍ତ୍ତି ଏବଂ ଶକ୍ତିର ଅଭାବ ହୋଇଥାଏ, କୌଣସି କାର୍ଯ୍ୟ କରିବାକୁ ମନ ଲାଗେ ନାହିଁ ଓ ଯେଉଁ ମାନଙ୍କର ବୀ-ର୍ଯ୍ୟ ଅଧିକ ପତଳା ହୋଇଥାଏ ସେମାନଙ୍କ ପାଇଁ ମଧ୍ୟ ପାନ ପତ୍ର ଖୁବ ଉପଯୋଗୀ ହୋଇଥାଏ ।

ଏଥିପାଇଁ ଗୋଟିଏ ପାନପତ୍ର ନେଇ ସେଥିରେ ଏକ ଗ୍ରାମ ଅଶ୍ଵଗନ୍ଧା ଚୂର୍ଣ୍ଣ, ଏକ ଗ୍ରାମ ଶତାବର ଚୂର୍ଣ୍ଣ ଓ ଏକ ଗ୍ରାମ କାଞ୍ଚନ ମଞ୍ଜି ଚୂର୍ଣ୍ଣ ମିଶାଇ ସକାଳୁ ହାଲୁକା ଗରମ ପାଣି ସହ ଖାଲିପେଟରେ ସେବନ କଲେ ଏହା ସମସ୍ତ ପ୍ରକାର ପୁରୁଷ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ସେହିପରି ପାନପତ୍ରରେ ଖଟା ଦହି, ଏବଂ ନିମ ଗୁଣ୍ଡ ବା ରସ ମିଶାଇ କେଶରେ ଲଗାଇଲେ ଏହା କେଶଜନିତ ସମସ୍ତ ସମସ୍ଯା ଦୂର କରିଥାଏ । ପାନପତ୍ରକୁ ପାନମଧୁରୀ ଏବଂ ମିଶ୍ରି ସହ ଖାଇଲେ ଏହା ଆପଣଙ୍କ ପାଟିର ଦୁର୍ଗନ୍ଧ ଦୂର କରିବାରେ ସହାୟକ ହୋଇଥାଏ । ଏହିପରି ପୋଷ୍ଟ ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।