ଜରି ଗୋଟାଳି କହୁଛନ୍ତି ଫ୍ଲଲେସ ଇଂଲିଶ, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video, ଆପଣ ବି ହେଇଯିବେ ତାଜୁବ !

ପରିସ୍ଥିତି ଓ ଭାଗ୍ୟ ମଣିଷ ଜୀବନକୁ କ୍ଷଣକେ ଓଲଟ ପାଲଟ କରି ପକାଏ । ଏଥିପାଇଁ କେବେ କେବେ ଅପାଠୁଆ ଗରିବ ଲୋକଟି ଖୁବ ଉପରକୁ ଉଠିଯାଏ ତ କେବେ ଉଚ୍ଚ ଶିକ୍ଷିତ ବୁଦ୍ଧିମାନ ଲୋକଟି ଭାଗ୍ୟ ଆଦରି ବୁଲି ବୁଲି ଭିକ୍ଷା ମାଗେ । ଆମ ସମସ୍ତଙ୍କ ଧାରଣା ରହିଛି କି କେବଳ ମୂର୍ଖ ବା ପାଠ ପଢି ନ ଥିବା ଲୋକ ହିଁ ଭିକ୍ଷା ମାଗେ । କିନ୍ତୁ ଅନେକ ସମୟରେ ଆମର ଏହି ଧାରଣାକୁ ଭୁଲ ପ୍ରମାଣିତ କରି ଦିଅନ୍ତି ଏହି ଉଚ୍ଚ ଶିକ୍ଷିତ ବା ବୁଦ୍ଧିମାନ ଭିକାରି ମାନେ । ଅନେକ ପାଠ ପଢିଥିବା ଲୋକ ମଧ୍ୟ ସର୍ବ ସାଧାରଣରେ ଇଂଲିଶରେ ପଦେ କହିବାକୁ କୁଣ୍ଠାବୋଧ କରନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଜରି ଗୋଟାଳି ବୁଢୀମା ଙ୍କ କଥା କହିବାକୁ ଯାଉଛୁ । ଏହି ବୁଢୀମା ଜଣଙ୍କ ଅପରିତ୍ୟକ୍ତ ସ୍ଥାନ ଓ ରାସ୍ତା କଡରୁ ଜରି ଗୋଟାଇବା କାମ କରନ୍ତି । କିନ୍ତୁ ତାଙ୍କ ଇଂଲିଶ ଶୁଣିଲେ ଆପଣ ବି ଆଁ କରି ରହିଯିବେ । ନିର୍ଭୁଲ ଭାବେ ଇଂଲିଶରେ କଥା ହୋଇ ପାରୁଛନ୍ତି ଏହି ଜରି ଗୋଟାଳି ବୁଢୀମା । ତାଙ୍କ ସହ କଥା ହେବା ବେଳେ ସେ ଦିନେ ଜାପାନରେ ଥିଲେ ବୋଲି କହିଥିଲେ ।

ସେଠାରେ ଗୋଟିଏ ବାଇବଲ କଲେଜରେ ସେ କାର୍ଯ୍ୟ କରୁଥିଲେ । କିନ୍ତୁ କୌଣସି କାରଣ ବଶତଃ ତାଙ୍କୁ ସେଠାରୁ ପଳେଇ ଆସିବାକୁ ପଡିଥିଲା । ଆଉ ଏଠାକୁ ଆସିବା ପରେ ତାଙ୍କ ପରିବାର ଲୋକ ତାଙ୍କ ଘର ସମ୍ପତ୍ତି ଅକ୍ତିଆର କରି ରହିଛନ୍ତି । ଯାହାଫଳରେ ସେ ବୁଲି ବୁଲି ଜରି ଗୋଟାଇ ଗୁଜୁରାଣ ମେଣ୍ଟାଉଛନ୍ତି । ତଥାପି ଜୀବନ ପ୍ରତି ନିରାଶ ନାହାନ୍ତି କି ନିଜକୁ ଏକା ବୋଲି ମାନେ କରୁନାହାନ୍ତି ।

ଏତେ ହସି ହସି କଥା ହେଉଛନ୍ତି ଦେଖିଲେ ଆପଣ ବୁଝି ପାରିବେ ତାଙ୍କ ମନରେ କୌଣସି ନିରାଶଭାବ ନାହିଁ । ବ୍ଳାଉସ ଭିତରେ ଗୋଟିଏ ଫଟୋ ଲୁଚାଇ ରଖିଛନ୍ତି । ଯାହା ହେତୁ ସେ କେବେ ମଧ୍ୟ ନିଜକୁ ଏକା ବୋଲି ଭାବୁ ନାହାନ୍ତି । ଆପଣଙ୍କୁ ଏହି ବୁଢୀମା ଙ୍କ ଇଂଲିଶ ଶୁଣି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।