ଉତ୍କଳ ଦିବସରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଉପହାର, ଆଜି 43 ଲକ୍ଷରୁ ଅଧିକ ଚାଷୀ ପାଇବେ ‘କାଳିଆ ଟଙ୍କା’, ହେଲେ ବାଦ୍ ପଡିବ ଏହି ଜିଲ୍ଲା ?

ଏପ୍ରିଲ 1 ତାରିଖ ଉତ୍କଳ ଦିବସରେ ଚାଷୀ ଭାଇମାନଙ୍କୁ ଉପହାର ଭେଟି ଦେଇଛନ୍ତି ରାଜ୍ୟ ସରକାର । କାରଣ ଆଜି ଗରିବ ଚାଷୀଙ୍କୁ ପ୍ରଦାନ କରାଯିବ କାଳିଆ ଟଙ୍କା । ଏନେଇ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି । ଗରିବ ଓ ଭୂମିହୀନ ପରିବାର ମାନଙ୍କୁ ରାଜ୍ୟ ସରକାର ଆଜି କାଳିଆ ଟଙ୍କା ବଣ୍ଟନ କରିବେ । ତେବେ ପ୍ରାୟ 43 ଲକ୍ଷରୁ ଅଧିକ ଚାଷୀ ପରିବାର ଗୁଡକୁ ଏହି ସହାୟତା ମିଳିବ ବୋଲି ସୂଚନା ରହିଛି ।

ଏମାନଙ୍କୁ ସମୁଦାୟ 877 କୋଟି ଟଙ୍କାର କାଳିଆ ସହାୟତା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସୂଚନା ରହିଛି । ଉପ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଝାରସୁଗୁଡା ଜିଲ୍ଲାରେ କିନ୍ତୁ ଏବେ କାଳିଆ ସହାୟତା ଦିଆଯିବ ନାହିଁ । ତେବେ ଚାଷୀମାନଙ୍କୁ ଏହି ସହାୟତା ଯୋଜନା ଅନୁଯାୟୀ ଆଜି ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏନେଇ ଅନେକ ଚାଷୀ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି । ରାଜ୍ୟ ସରକାର ପୂର୍ବରୁ ମଧ୍ୟ ଚାଷୀ ଭାଇମାନଙ୍କୁ ଏହି କାଳିଆ ଯୋଜନା ଟଙ୍କା ପ୍ରଦାନ କରି ଆସୁଛନ୍ତି ।

ସରକାରଙ୍କ ଏହି ଆର୍ଥିକ ସହାୟତା ଯୋଜନା ଯୋଗୁଁ ଅନେକ ଚାଷୀ ପରିବାର ଗୁଡିକ ଉପକୃତ ହୋଇ ପାରୁଛନ୍ତି । ତେବେ ସମସ୍ତ ଚାଷୀ ଭାଇମାନଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । 43 ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ଭୂମିହୀନ ପରିବାର ଗୁଡିକୁ ଏହି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ଚାଷୀମାନଙ୍କୁ ସହାୟତା ରାଶି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର 877 ଟଙ୍କା ବହନ କରିବେ । ଗତ କିଛି ବର୍ଷ ହେଲା ରାଜ୍ୟ ସରକାର ବର୍ଷକୁ ଦୁଇ ଥର ଏହି କାଳିଆ ଟଙ୍କା ପ୍ରଦାନ କରି ଆସୁଛନ୍ତି । ଆଉ ଚଳିତ ବର୍ଷର ପ୍ରଥମ କିସ୍ତି ଆଜି ଲୋକଙ୍କୁ ମିଳିବ । ରାଜ୍ୟର ସମସ୍ତ ଜିଲ୍ଲାର ଚାଷୀମାନେ ଏହି ସହାୟତା ରାଶି ପାଇବାକୁ ଯାଉଥିବା ବେଳେ କେବଳ ଝାରସୁଗୁଡା ଜିଲ୍ଲାର ଚାଷୀମାନେ ଏଥର କାଳିଆ ଟଙ୍କା ପାଇବାରୁ ବାଦ୍ ପଡିଛନ୍ତି ।

କାରଣ ଝାରସୁଗୁଡାରେ ଉପ ନିର୍ବାଚନ ହେବାକୁ ଅଛି ଏବଂ ସେଠାରେ ଆଦର୍ଶ ନିର୍ବାଚନ ବିଧି ଲାଗୁ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଝାରସୁଗୁଡା ଜିଲ୍ଲାର ଚାଷୀମାନଙ୍କୁ ମଧ୍ୟ ଏହି ସହାୟତା ପ୍ରଦାନ କରାଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।