ଗାନ୍ଧୀ ପରିବାର ପାଖରେ ନିଜର ଘର କାହିଁକି ନାହିଁ ? ଏବେ କେଉଁଠି ରହିବେ Rahul ଗାନ୍ଧୀ ? ପୁରା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ! 

ଭାରତର ଗାନ୍ଧୀ ପରିବାର ସାରା ବିଶ୍ବରେ ଖୁବ ପରିଚିତ । ସ୍ଵାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଦେଶ ଶାସନରେ ଗାନ୍ଧୀ ପରିବାରର ଭୂମିକା ଗୁରୁତପୁର୍ଣ୍ଣ । ଗାନ୍ଧୀ ପରିବାରର ଦୁଇ ଦୁଇଜଣ ପ୍ରଧାନମନ୍ତ୍ରୀ ରହି ସାରିଥିବା ବେଳେ ଦେଶର ପ୍ରମୁଖ ରାଜନୈତିକ କଂଗ୍ରେସର ମଙ୍ଗ ମଧ୍ୟ ଏବେବି ଗାନ୍ଧୀ ପରିବାର ହାତରେ ରହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ସାଂସଦରୁ କାଢି ଦିଆଯିବା ସହ ତାଙ୍କୁ ମିଳିଥିବା ସରକାରୀ ଘର ମଧ୍ୟ ଫେରାଇ ନିଆଯାଇଛି ।

ସରକାରୀ ବଙ୍ଗଳା ହାତରୁ ଚାଲିଯିବା ପରେ ବେଘର ହୋଇ ଯାଇଛନ୍ତି ରାହୁଲ । ଏବେ ସେ ମା’ ସୋନିଆ ଗାନ୍ଧୀ କିମ୍ବା ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ରହିବେ ବୋଲି ଅନୁମାନ କରାଯାଉଛି । ଯେଉଁ ଗାନ୍ଧୀ ପରିବାର ଯୁଗ ଯୁଗ ଧରି ବଙ୍ଗଳାରେ ରହି ଆସିଛି ଆଜି ସେହି ପରିବାରର ପୁଅ ପାଖରେ ନିଜ ଘର କାହିଁକି ନାହିଁ ? ପୂର୍ବରୁ ଗାନ୍ଧୀ ପରିବାର ପାଖରେ ଥିବା ଘର ଏବେ କୁଆଡେ ଗଲା ? କାରଣ ରାଜସ୍ଥାନରେ ରହିବା ପାଇଁ ଏକ ଅଧିବେଶନରେ ରାହୁଲ ଗାନ୍ଧୀ କହିଥିଲେ, ତାଙ୍କ ପାଖରେ ରହିବା ପାଇଁ ନିଜର ଘର ନାହିଁ ।

ହେଲେ ପ୍ରଶ୍ନ ଉଠେ ଏହା କଣ ସତ କି ? ବାସ୍ତବରେ ଗାନ୍ଧୀ ପରିବାର ମୂଳଘର ହେଉଛି କାଶ୍ମୀର । ସେମାନେ କାଶ୍ମୀରର ଏକ ବ୍ରାହ୍ମଣ ପରିବାରରୁ ଆସିଛନ୍ତି ଓ ଆରମ୍ଭରୁ ହିଁ ସେମାନେ ସ୍ଵାଧୀନତା ସଂଗ୍ରାମ ସହ ଜଡିତ ଅଛନ୍ତି । ଏହି କ୍ରମରେ ମୋତିଲାଲ ନେହେରୁ 1900 ମସିହାରେ 19 ହଜାର ଟଙ୍କା ଦେଇ ଆଲାହାବାଦରେ ଏକ ଘର କିଣିଥିଲେ ।

ଏହି ଘରର ନାଁ ଦିଆ ଯାଇଥିଲା ଆନନ୍ଦ ଭବନ । ହେଲେ 1930ରେ ମୋଟୋଲାଲ ନେହେରୁ ଆଉ ଘର କିଣିବା ପରେ ଏହି ଘରର ନାମ ପରିବର୍ତ୍ତନ କରାଯାଇ ସ୍ଵରାଜ ଭବନ ରଖାଗଲା । ଏହି ଘର ମୋତିଲାଲ ନେହେରୁଙ୍କ କାମ ଅପେକ୍ଷା ଅଧିକ କଂଗ୍ରେସ କାମରେ ଲାଗିଥିଲା ଓ କିଛିବର୍ଷ ପରେ ସେ ଏହି ଘରକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରି ଦେଇଥିଲେ । ଏହାପରେ ଗାନ୍ଧୀ ପରିବାର ମୋତିଲାଲଙ୍କ ନୂଆ ଘରକୁ ପଳାଇ ଆସିଥିଲେ ।

ହେଲେ ସେଠାକାର ଘର ମଧ୍ୟ କଂଗ୍ରେସ କାର୍ଯ୍ୟଳୟ ଭାବେ ଅଧିକ ବ୍ୟବହୃତ ହୋଇଥିଲା । ସ୍ଵାଧୀନତା ପରେ ଜବାହାରଲାଲ ନେହେରୁ ଯେତେବେଳେ ଦିଲ୍ଲୀ ଚାଲି ଆସିଥିଲେ ଏହାପରେ କଂଗ୍ରେସର ନୂଆ ମୁଖ୍ୟ କାର୍ଯ୍ୟଳୟ ଜନ୍ତରମନ୍ତର ରୋଡକୁ ଯାଇଥିଲା ।

ନେହେରୁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ସରକାରୀ ବାସଭବନ ମିଳିଥିଲା ଓ ତାଙ୍କ ମୃତ୍ୟୁ ପରେ ସେହି ଘରକୁ ସ୍ମାରକୀ କରି ଦିଆଗଲା । ସେମିତି 1979ରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ର ଥିବାବେଳେ ଆଲାହାବାଦର ଆନନ୍ଦ ଭବନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରି ଯାଇଥିଲେ । ତେଣୁ ଗାନ୍ଧୀ ପରିବାର ପାଖରେ ଆଉ ନିଜର ଘର ରହିଲା ନାହିଁ । କେବଳ ମୋତିଲାଲଙ୍କ ବ୍ଯତୀତ ଜବାହାରଲାଲ ନେହେରୁ କି ଇନ୍ଦିରା ଗାନ୍ଧୀ କେହି ନିଜ ପରିବାର ପାଇଁ ଘର କିଣି ନଥିଲେ କି ତିଆରି କରି ନଥିଲେ ।

ଏହାପରେ ପର୍ଯ୍ୟାୟକ୍ରମେ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରେ ରହିଲେ । ହେଲେ ସେମାନେ ବି ଆଉ ଘର କିଣିଲେ ନାହିଁ । ତେଣୁ ସାଂସଦ ପଦ ଯିବା ପରେ ରାହୁଲ ଗାନ୍ଧୀ ଏବେ କେଉଁଠି ରହିବେ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।