Jyotish Shastra- ୨୦୨୧ ରୁ ୨୦୨୫, ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ୫ ଟି ରାଶି ଉପରେ ବର୍ଷିବ ଶନିଦେବ ଙ୍କ କୃପା, ହେଇଯିବେ ମାଲାମାଲ

ମନୁଷ୍ୟ ତାର ଜୀବନରେ ଯାହା କରିଥାଏ ସେହି ପରି ଭୋଗ୍ୟ ଥାଏ । ଅର୍ଥାତ କର୍ମ ଅନୁସାରେ ଫଳ ପାଇଥାଏ । ଶାସ୍ତ୍ର ଅନୁସାରେ ମନୁଷ୍ୟ ତାର ଭାଗ୍ୟ ଗ୍ରହ ମାନଙ୍କର ଚାଳନ ଯୋଗୁଁ ହୋଇଥାଏ । ଗ୍ରହ ଚାଳନ ଦ୍ଵାରା ମନୁଷ୍ୟ ଜୀବନରେ  ଭଲ ଓ ଖରାପ ପ୍ରଭାବ ପଡିଥାଏ । ଏହି ଗ୍ରହ ମାନଙ୍କ ମଧ୍ୟରୁ ଶନି ଦେବ ନ୍ୟାୟଧୀଶ ଅଟନ୍ତି । ଶନି ମନୁଷ୍ୟର କର୍ମ ଅନୁସାରେ ଫଳ ଦେଇଥାନ୍ତି । କିଛି ରାଶି ମାନଙ୍କୁ ଶନି ଏହି ସମୟରେ ଭଲ ଫଳ ପ୍ରଦାନ କରିବେ । ଶନି ଏବେ ମକର ରାଶିରେ ଚାଳନ କରୁଛନ୍ତି । ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ରହିଥାନ୍ତି । ଶନି ଦେବ ଯଦି ରୁଷ୍ଠ ହୋଇଯାନ୍ତି ତେବେ ବହୁତ ଅନିଷ୍ଟ କରିଥାନ୍ତି । କିନ୍ତୁ ଯଦି ଶନି ପ୍ରସନ୍ନ ହୋଇଯାନ୍ତି ତେବେ ବ୍ୟକ୍ତିକୁ ମାଲା ମାଳ କରିଦିଅନ୍ତି ।

ଶନି ଏବେ ମକର ରାଶିରେ ଅଢେଇ ବର୍ଷ ରହିବେ । ଏହା ପରେ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହି ଦୁଇଟି ଶନି ଦେବଙ୍କ କାରକ ରାଶି ଅଟେ । ଶନି ଧାତୁ ସମ୍ବନ୍ଧୀୟ କାମ କରାନ୍ତି । ଲୁହା , ତେଲ,  ଗ୍ଯାସ , ପେଟ୍ରୋଲ , ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରାନ୍ତି । ଆସନ୍ତା ୫ ବର୍ଷରେ ଶନି ଦେବ କିଛି ରାଶିମାନଙ୍କୁ କରିପାରନ୍ତି ମାଲା ମାଲ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

ମେଷ ରାଶି

ଏହି ରାଶିର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଯିବେ । ଆପଣ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ନିଜ ପରିଶ୍ରମ ଅନୁସାରେ ଫଳ ପାଇବେ । ଆପଣ କାର୍ଯ୍ୟ କ୍ଷେତ୍ରରେ ଉଚ ପଦ ପଦବି ପାଇବେ । ସମାଜରେ ମାନ ସମ୍ମାନ ମିଳିବ । ଅବିବାହିତ ମାନେ ବିବାହ ହେବାର ସମ୍ଭାବନା ଅଛି । ଆପଣଙ୍କର ବୈବାହିକ ଜୀବନ ଖୁସିରେ ବିତିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ । ବ୍ୟବସାୟରେ ଆର୍ଥିକ ଭାବରେ ଊର୍ଣ୍ଣତି କରିବେ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତି ନିଜର ପୁରୁଣା ପଡିରହିଥିବା କାର୍ଯ୍ୟକୁ ସମ୍ପୂର୍ଣ କରିବାରେ ସଫଳ ହେବେ । ଆପଣ ଆପଣଙ୍କ ପାରିବାରିକ ଦାୟିତ୍ଵ ଠିକ ଭାବରେ ତୁଲାଇ ପାରିବେ ଏହା ଦ୍ଵାରା ସମାଜରେ ଓ ପରିବାରରେ ମାନ ସମ୍ମାନ ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସବୁ ସମସ୍ଯା ଦୂର ହୋଇଯିବ । ଜୀବନରେ ବହୁତ ଆଗକୁ ଯିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ଖୁସିରେ ବିତିବ ।ଆପଣ ସବୁ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବେ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତି କୌଣସି ଶୁଭ ସମାଚାର ମିଳିବ । ଆପଣଙ୍କୁ ପୈତୃକ ସମ୍ପତି ମିଳିବ । ଆପଣ କୌଣସି ଜମି କିମ୍ବା ବାହାନ କିଣିବାରେ ସଫଳ ହେବେ । ଛାତ୍ର ଛାତ୍ରୀ ମାନେ ନିଜ କ୍ୟାରିୟରରେ ସଫଳତା ପାଇବେ । କୃଷି କାର୍ଯ୍ୟରେ ଥିବା ବ୍ୟକ୍ତି କୃଷି କ୍ଷେତ୍ରରେ ବହୁତ ଉନ୍ନତି କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି କୌଣସି ନୂଆ ପଦ ପଦବୀ ପାଇବେ । ନିଜ ଆତ୍ମବିଶ୍ଵାସକୁ ଦୃଢ ରଖନ୍ତୁ ସବୁ କ୍ଷେତ୍ରରେ ସଫଳତା ପାଇବେ ।

ଧନୁ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ କୌଣସି କ୍ଷେତ୍ରରୁ ଅଚାନକ ଭାବେ ଧନ ମିଳିବ । ଆପଣ ଧନ ସଞ୍ଚୟ କରିବେ । ବ୍ୟବସାୟରେ ଭଲ ଲାଭ କରିବେ । ବିଦେଶ ଯାତ୍ରା କରିବାରେ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ମକର ରାଶି

ଏହି ରାଶିର ବ୍ୟକ୍ତି କିଛିଟା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମଶ୍ୟାରେ ପଡି ପାରନ୍ତି । ଆପଣଙ୍କୁ ସମାଜରେ ପ୍ରତିଷ୍ଠା ବଢିବ । ନୂତନ ଚାକିରି ମିଳିଯିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିଯିବ । ପୂର୍ବରୁ ଯେଉଁ କାର୍ଯ୍ୟ ପାଇଁ ପରିଶ୍ରମ କରୁଥିଲେ ସେଥିରେ ସଫଳତା ମିଳିବ । ଜୀବନରେ ମାନସିକ ଶାନ୍ତି ମିଳିବ । ଆର୍ଥିକ କ୍ଷେତ୍ରରେ ଉର୍ନତି କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।